fbpx

‘କାଚ୍ଚା ବାଦାମ’ ରିଲ୍ସର ହଟ୍ ଗାର୍ଲ ଅଞ୍ଜଳୀଙ୍କର ଦୁଇଟି ବୟଫ୍ରେଣ୍ଡ! ଜାଣିବା ପରେ ମାଆ କ୍ରୋଧରେ କହିଲେ, ‘ଦୂରେଇ ରୁହ’

ନୂଆଦିଲ୍ଲୀ: ‘କାଚ୍ଚା ବାଦାମ’ ଗୀତର ରିଲ୍ସ ବନାଇ ରାତାରାତି ସୋସିଆଲ ମିଡ଼ିଆରେ ଅନେକ ଯୁବତୀ ଷ୍ଟାର ବନିଯାଇଥିଲେ । ସେମାନଙ୍କ ମଧ୍ୟରେ ଜଣେ ଥିଲେ ହଟ୍ ଗାର୍ଲ ଅଞ୍ଜଳୀ ଆରୋରା । ବର୍ତ୍ତମାନ ସମୟରେ ଅଞ୍ଜଳୀ ଏକତା କପୁରଙ୍କର ‘ଲକ୍ ଅପ୍’ ରିୟଲିଟି ଶୋ’ରେ ନିଜର ଜଲୱା ଦେଖାଉଛନ୍ତି । ଏହି ଶୋ’ ବର୍ତ୍ତମାନ ଗ୍ରାଣ୍ଡ ଫିନାଲେ ଆଡ଼କୁ ମୁହାଁଇଥିବା ବେଳେ ଏଥିରେ ଦେଖିବାକୁ ମିଳିଛି କିଛି ଟ୍ୱିଷ୍ଟ ।

କିଛିଦିନ ପୂର୍ବରୁ ଲକ୍ ଅପ୍ ଶୋ’ରେ ଫ୍ୟାମିଲି ୱିକ୍ ଦେଖିବାକୁ ମିଳିଥିଲା । ଶୋ’ର ସମସ୍ତ ପ୍ରତିଯୋଗୀ ନିଜ ନିଜର ଆତ୍ମୀୟସ୍ୱଜନଙ୍କୁ ପାଖରେ ପାଇ ଅତି ଭାବପ୍ରବଣ ହୋଇପଡ଼ିଥିଲେ । ଶୋ’ରେ ସର୍ବପ୍ରଥମେ ଅଞ୍ଜଳୀଙ୍କ ମାଆ ତାଙ୍କ ଗେହ୍ଲା ଝିଅଙ୍କୁ ଦେଖିବାକୁ ପହଞ୍ଚିଥିଲେ । ମାଆଙ୍କୁ ଦେଖିବା ପରେ ଅଞ୍ଜଳୀ ଇମୋଶନାଲ ହୋଇପଡ଼ିଥିଲେ । ଏହାପରେ ଅଞ୍ଜଳୀ ତାଙ୍କର ବୟଫ୍ରେଣ୍ଡ ବିଷୟରେ ତାଙ୍କ ମାଆଙ୍କୁ ପଚାରିଥିଲେ ଯେ, ‘ଆକାଶ କୈସା ହେ?’ ଅଞ୍ଜଳୀଙ୍କ ପ୍ରଶ୍ନର ଉତ୍ତରରେ ତାଙ୍କ ମାଆ କହିଥିଲେ, ‘ମିସ୍ କର ରହା ହେ ।’ ଆକାଶଙ୍କୁ ଅଞ୍ଜଳୀ ନିଜର ମେସେଜ୍ ପଠାଇବେ ବୋଲି ଅଞ୍ଜଳୀଙ୍କ ମାଆ ପରାମର୍ଶ ଦେବା ଅବସରରେ କହିଥିଲେ ।

ମାଆଙ୍କ ଠାରୁ ନିଜ ବୟଫ୍ରେଣ୍ଡଙ୍କ ବିଷୟରେ ଶୁଣିବା ପରେ ଅଞ୍ଜଳୀ ବହୁତ ଖୁସି ହୋଇଯାଇଥିଲେ । ଏହାପରେ ମାଆ ଅଞ୍ଜଳୀଙ୍କୁ ସ୍କ୍ରିନର ଗେମ୍ ବିଷୟରେ ପଚାରିଥିଲେ । ଅଞ୍ଜଳୀ ନିଜର ବ୍ରେଷ୍ଟ ଫ୍ରେଣ୍ଡ ମୁନୱର ଫାରୁକୀଙ୍କ ବିଷୟରେ ମାଆଙ୍କୁ କହିଥିଲେ । ମୁନୱର ଠାରୁ ଦୂରେଇ ରହିବାକୁ ମାଆ ଅଞ୍ଜଳୀଙ୍କୁ ପରାମର୍ଶ ଦେଇଥିଲେ । ଏଥିସହିତ କିଛିଦିନ ପୂର୍ବରୁ ଅଞ୍ଜଳୀ ମୁନୱରଙ୍କୁ ‘ଆଇ ଲଭ୍ ୟୁ’ କହିଥିବା ବିଷୟରେ ମଧ୍ୟ କହିଥିଲେ । ତେବେ ଆଗକୁ ଅଞ୍ଜଳୀ ମୁନୱରଙ୍କଠାରୁ ଦୂରେଇ ରହୁଛନ୍ତି କି ନା ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.