fbpx

(Video) କାଙ୍ଗାଳୀ ପାକିସ୍ତାନର ଦେଖାଣିଆ ନୀତି ; ଲୋକେ ମରୁଛନ୍ତି ଭୋକରେ କିନ୍ତୁ ଜ୍ୱାଇଁ ଦିଆଯାଉଛି ଝିଅ ଓଜନର ସୁନା

ନୂଆଦିଲ୍ଲୀ : ବିବାହ ସମୟରେ ସୁନା କିଣିବା ଏକ ରୀତିନୀତି । ଅନେକ ଲୋକ କେବଳ ଉପହାର ସ୍ୱରୂପ ସୁନା ଦିଅନ୍ତି । କିନ୍ତୁ ଅର୍ଥନୈତିକ ସଙ୍କଟରେ ଗତି କରୁଥିବା ପାକିସ୍ତାନର ପେଟ୍ରୋଲ-ଡିଜେଲ ଠାରୁ ଆରମ୍ଭ କରି ଖାଦ୍ୟ ଏବଂ ପାନୀୟ ଜିନିଷ ଆମଦାନୀ କରିବାକୁ ଟଙ୍କା ନାହିଁ। କିନ୍ତୁ ସେଠାରେ ଥିବା ଧନୀମାନଙ୍କର ଛାଣ୍ଟ୍ କମି ନାହିଁ । ଦେଶର ଏଭଳି ପରିସ୍ଥିତିରେ ଜଣେ ବ୍ୟକ୍ତି ନିଜକୁ ବିବାହରେ ଦେଇଥିବା ଯୌତୁକକୁ ନେଇ ଚର୍ଚ୍ଚା ହେଉଛି । ବର୍ତ୍ତମାନ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଲୋକମାନେ ଉଭୟ ରାଗ ଓ ପରିହାସ କରୁଛନ୍ତି ।

ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ପାକିସ୍ତାନୀ ବ୍ୟବସାୟୀ ତାଙ୍କ ଝିଅ ବିବାହର ଭବ୍ୟ ଆୟୋଜନ କରାଯାଇଛି । ବଧୂ ରୂପରେ ସଜେଇ ହୋଇଥିବା ଝିଅଟି ଚାଲି ଚାଲି ଆସୁଛି ଏବଂ ସେଠାରେ ଥିବା ଏକ ନିକିତିରେ ବସୁଛି । ନିକିତିର ଅପରପାଣଶ୍ୱର୍ରେ ସୁନା ଇଟା ରଖାଯାଉଛି । ଝିଅ ଓଜନର ଏହି ସୁନା ଇଟା ଓଜନ କରାଯାଇ ତାହାକୁ ଯୌତୁକ ଭାବରେ ବରକୁ ଦିଆଯିବ ।

ଭିଡିଓର ସତ୍ୟତା ?

ଏହି ଭିଡିଓରେ ପ୍ରକାଶିତ ସତ୍ୟ ଅନୁଯାୟୀ, କନିଆ ସହିତ ଯେଉଁ ସୁନା ଇଟା ଓଜନ କରାଯାଉଥିଲା, ତାହା ସବୁ ନକଲି ଥିଲା। ବାସ୍ତବରେ ଏହା ଏକ ଥିମ୍ ବିବାହ ଥିଲା, ଯେଉଁଥିରେ ଯୋଡା ଆକବର ଚଳଚ୍ଚିତ୍ରର ଭଳି ବିବାହ ପ୍ରସ୍ତୁତ କରାଯାଇଥିଲା । ଯଦିଓ ସେହି ସୁନା ନକଲି ଥିଲେ ତଥାପି ବିବାହରେ ଏପରି ବ୍ୟଭିଚାରକୁ ନେଇ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପାକିସ୍ତାନର ଲୋକମାନେ କହିଛନ୍ତି ଯେ ବର୍ତ୍ତମାନ ସମଗ୍ର ଦେଶ ଏକ ଗୁରୁତର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି, ତେଣୁ ବିବାହରେ ଏପରି କାର‌୍ୟ୍ୟ କରିବା ଅନୁଚିତ।

ପାକିସ୍ତାନର ମୁଦ୍ର ସ୍ଥିତି
ବୈଦେଶିକ ମୁଦ୍ରା ଭଣ୍ଡାର ପ୍ରାୟ ସରିଯାଇଛି। ଅନ୍ୟ ଦେଶରୁ ନିଆଯାଇଥିବା ଋଣ ଉପରେ ସୁଧ ପରିଶୋଧ କରିବାକୁ ଦେଶରେ ପର‌୍ୟ୍ୟାପ୍ତ ଅର୍ଥ ବଞ୍ଚି ନାହିଁ। ସାମଗ୍ରୀ ଭର୍ତ୍ତି ଜାହାଜଗୁଡ଼ିକ ପାକିସ୍ତାନ ବନ୍ଦରରେ ଠିଆ ହୋଇଛି, କିନ୍ତୁ ଦେୟ ନଦେବା କାରଣରୁ ସେମାନଙ୍କଠାରୁ ସାମଗ୍ରୀ ଲୋଡ୍ କରାଯାଉନାହିଁ । ସେଠାରେ ୨୦ କିଲୋଗ୍ରାମ ମଇଦାର ଏକ ପ୍ୟାକେଟ୍ ୨୫୦୦ ରୁ ୩୦୦୦ ଟଙ୍କା ପର‌୍ୟ୍ୟନ୍ତ ଦର ରହିଛି । ଏପରିକି ଡାକ୍ତରଖାନାଗୁଡ଼ିକରେ ଔଷଧର ଅଭାବ ରହିଛି ।

Get real time updates directly on you device, subscribe now.