fbpx

Emergency: କଙ୍ଗନାଙ୍କ ଫିଲ୍ମ ଶୀଘ୍ର ହେବ ରିଲିଜ, କିଛି ସର୍ତ୍ତ ସହ ସାର୍ଟିଫିକେଟ୍‌ ଦେଲା ସେନ୍ସର ବୋର୍ଡ

ନୂଆଦିଲ୍ଲୀ : ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାଓ୍ବତଙ୍କ ଫିଲ୍ମ ‘ଏମରଜେନ୍ସି’ କୁ ସାର୍ଟିଫିକେଟ୍‌ ଦେଲା ସେନ୍ସର ବୋର୍ଡ। ବର୍ତ୍ତମାନ କଙ୍ଗନା ଫିଲ୍ମ ‘ଏମରଜେନ୍ସି” ଖୁବ ଶୀଘ୍ର ପରଦାରେ ମୁକ୍ତିଲାଭ କରିବ। କିନ୍ତୁ ବୋର୍ଡ ଏଥିପାଇଁ କିଛି ସର୍ତ୍ତ ମଧ୍ୟ ଲଗାଇଛି। ବୋର୍ଡ କହିଛି ଯେ ଫିଲ୍ମରୁ କିଛି ଦୃଶ୍ୟ କାଟିବାକୁ ପଡିବ ଏବଂ ଡିସକ୍ଲେମର ଆବଶ୍ୟକ ହେବ। ଏହା ପରେ ହିଁ ଫିଲ୍ମ ରିଲିଜ ହୋଇପାରିବ । ସୂଚନା ମୁତାବକ, ଚଳଚ୍ଚିତ୍ରଟି UA ସାର୍ଟିଫିକେଟ୍ ପାଇଛି ।

ସୂଚନାତାଉ କି, ସେନ୍ସର ବୋର୍ଡ ଏମରଜେନ୍ସି ଫିଲ୍ମ ମେକର୍ସଙ୍କୁ କିଛି ଦୃାୟ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଡିସକ୍ଲେମର ଦେବାକୁ ମଧ୍ୟ କହିଛନ୍ତି। ଫିଲ୍ମରେ ଯେଉଁସବୁ ଐତିହାସିକ ଦୃଶ୍ୟପଟ ଦେଖାଯାଇଛି ସେଥିରେ ଡିସକ୍ଲେମର ଦେବାକୁ ବୋର୍ଡ କହିଛି। ତେବେ ଏମରଜେନ୍ସିକୁ ୟୁଏ ସାର୍ଟିଫିକେଟ ମିଳିଛି। କିନ୍ତୁ ଏହି ମାନ୍ୟତା ସେତେବେଳେ ମିଳିବ ଯେତେବେଳେ ଫିଲ୍ମ ମେକର୍ସ କିଛି ଦୃଶ୍ୟକୁ ଫିଲ୍ମରୁ କାଟିବେ।

Get real time updates directly on you device, subscribe now.