fbpx

କନ୍ନଡ୍ ଅଭିନେତା ପୁନିଥ୍ ରାଜକୁମାରଙ୍କ ପରଲୋକ

ନୂଆଦିଲ୍ଲୀ: କନ୍ନଡ ସିନେମାର ପାୱାର୍ ଷ୍ଟାର୍ କୁହାଯାଉଥିବା ଅଭିନେତା ପୁନିଥ୍ ରାଜକୁମାରଙ୍କ ଶୁକ୍ରବାର ଦିନ ନିଧନ ହୋଇଯାଇଛି । ଅକ୍ଟୋବର ୨୯ ତାରିଖରେ ତାଙ୍କ ହୃଦଘାତ ହୋଇଥିବା ବେଳେ ତାଙ୍କୁ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଆଜି ତାଙ୍କର ନିଧନ ହୋଇଯାଇଛି । ଏନେଇ ସୂଚନା ଦେଇଛନ୍ତି କ୍ରିକେଟର୍ ଭେଙ୍କଟେଶ ପ୍ରସାଦ । ସେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ତେବେ ପୁନିଥ୍ ଙ୍କ ୪୬ ବର୍ଷରେ ନିଧନ ହୋଇଛି ।

ସୂଚନାଯୋଗ୍ୟ, ଅକ୍ଟୋବର ୨୯ ତାରିଖ ଶୁକ୍ରବାର ଦିନ ସୂଚନା ମିଳିଥିଲା ଯେ, ତାଙ୍କୁ ହୃଦଘାତ ପାଇଁ ବେଙ୍ଗାଲୁରୁରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ ହସ୍ପିଟାଲରେ ପହଞ୍ଚିଥିଲେ । ତେବେ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ହେଲେ ବର୍ତ୍ତମାନର ଖବର ମୁତାବକ ତାଙ୍କର ଦେହାନ୍ତ ହୋଇଯାଇଛି ।

Get real time updates directly on you device, subscribe now.