ଚିପି ଦେଲେ ତଣ୍ଟି, ମହିଳାଙ୍କୁ ଟାଣି ଫୋପାଡ଼ି ଦେଲେ, ସୀମା ଟପିଲା ପୋଲିସର ବର୍ବରତା
ପୋଲିସ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ
ଉତ୍ତରପ୍ରଦେଶ: ତଣ୍ଟି ଧରି ଚିପି ଦେଲେ, ହାତ ଭିଡ଼ି ଘୋଷାଡ଼ି ଆଣି ଫୋପାଡ଼ି ଦେଲେ। ଏଭଳି ଥିଲା ପୋଲିସର ବର୍ବରତା। ପୁରୁଷ ତ ପୁରୁଷ ମହିଳାଙ୍କୁ ମଧ୍ୟ ଛାଡ଼ିଲେନି ପୋଲିସ। ସୀମା ପାର କଲା ପୋଲିସ ବର୍ବରତା। ଅତି ଅମାନୁଷିକ ଭାବେ ତଣ୍ଟି ଧରି ଚିପି ଦେଲା ପୋଲିସ।
ଉତ୍ତର ପ୍ରଦେଶର କନୌଜ ଜିଲ୍ଲାରେ ପୋଲିସ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଦେଖିବାକୁ ମିଳିଛି ଏହି ଘଟଣା। ଘଣ୍ଟା ଘଣ୍ଟା ଧରି ଚାଲିଥିବା ଏହି ଉତ୍ତେଜନା ମଧ୍ୟରେ ପୋଲିସ ଏବଂ ସାମ୍ବାଦିକଙ୍କ ସମେତ ଅନେକ ଗ୍ରାମବାସୀ ମଧ୍ୟ ଆହତ ହୋଇଥିଲେ।
ବିଦ୍ୟୁତ ଖୁଣ୍ଟ ଉପରେ ଚଢ଼ିଥିବା ବ୍ରଜେଶ ନାମକ ଜଣେ ବିଦ୍ୟୁତ କର୍ମଚାରୀ ବିଦ୍ୟୁତ ତାର ଚାଲୁ ହେବା ସମୟରେ ହଠାତ୍ କରେଣ୍ଟରେ ଫସିଗଲେ ଏବଂ ତାଙ୍କର ମୃତ୍ୟୁ ହୋଇଥିଲା।
ଏହା ପରେ ଆରମ୍ଭ ହୋଇଯାଇଥିଲା ଉର୍ତ୍ତେଜନା। ପରିବାର ସଦସ୍ୟ ଯୁବକଙ୍କ ମୃତଦେହକୁ ପାୱାର ହାଉସ୍ ସାମ୍ନାରେ ରଖି ଧାରଣାରେ ବସିଥିଲେ ମାଗିଥଲେ ନ୍ୟାୟ।
ଉତ୍ତେଜନା ଏତେ ବଡ଼ ଥିଲା ଯେ ପଥର ମାଡ଼ ହୋଇଥିଲା ଏବଂ ପୋଲିସ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ସଂଘର୍ଷ ହୋଇଥିଲା।
ଘଟଣାଟି ଥାଥିୟା ଥାନା ଅଞ୍ଚଳର ପୁନାଗ୍ରା ଗାଁର। ପୁନାଗ୍ରା ଗାଁର ବାସିନ୍ଦା ବ୍ରଜେଶ ଶୁକ୍ରବାର ପୁନାଗ୍ରା ଗାଁରେ ବିଦ୍ୟୁତ ଖୁଣ୍ଟରେ ତାର ମରାମତି କରୁଥିଲେ।
ଏହି ସମୟରେ, ବନ୍ଦ କରିଦେବା ପରେ ହଠାତ୍ ବିଦ୍ୟୁତ ଯୋଗାଣ ଆରମ୍ଭ ହୋଇଗଲା, ଯାହା ଫଳରେ ସେ କରେଣ୍ଟରେ ଫସିଗଲେ ଏବଂ ତାଙ୍କର ମୃତ୍ୟୁ ହେଲା।
ଘଟଣା ବିଷୟରେ ପରିବାର ଜାଣିବା ମାତ୍ରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାର ଯୁବକଙ୍କ ମୃତଦେହ ନେଇ ତିରୱା ବିଦ୍ୟୁତ ଉପକେନ୍ଦ୍ରରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।
ପୀଡିତଙ୍କ ପରିବାର କୌଣସି କଥାକୁ ନେଇ ପୋଲିସ ସହିତ ବିବାଦରେ ପଡ଼ିଥିଲେ। ଖୁବ୍ ଶୀଘ୍ର ପରିସ୍ଥିତି ଆହୁରି ଖରାପ ହୋଇଗଲା ଏବଂ ପୀଡିତଙ୍କ ପରିବାର ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଗଲା।
ଏହା ପରେ, ଗାଁ ଲୋକେ ବିଦ୍ୟୁତ୍ ସବଷ୍ଟେସନ ଏବଂ ପୋଲିସ ଉପରେ ପଥର ମାଡ଼ କରିଥିଲେ। ଏଥିରେ ଏକ ପୋଲିସ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା। ଅନେକ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ।
ଘଟଣା କଭର କରୁଥିବା ସାମ୍ବାଦିକମାନେ ମଧ୍ୟ ଆହତ ହୋଇଥିଲେ। ଏହି ଘଟଣାରେ, ପୋଲିସ ଗ୍ରାମବାସୀଙ୍କୁ ପ୍ରବଳ ମାଡ଼ ମାରିଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ଭିଡିଓରେ, ଦେଖିବାକୁ ମିଳୁଛି ଯେ ତିରୱା ଥାନା ଦାୟିତ୍ୱରେ ଥିବା ଅଧିକାରୀ ମହିଳାମାନଙ୍କୁ ତଣ୍ଟି ଧରି ତଳେ ଫିଙ୍ଗି ଦେଉଛନ୍ତି।
ଜିଲ୍ଲା ମାଜିଷ୍ଟ୍ରେଟ୍ ଆଶୁତୋଷ ମୋହନ ଅଗ୍ନିହୋତ୍ରୀ ଏବଂ କନୌଜ ପୋଲିସ କ୍ୟାପଟେନ୍ ବିନୋଦ କୁମାର ଘଟଣାସ୍ଥଳରେ ପହଞ୍ଚିଥିଲେ।
କିଛି ଘଣ୍ଟାର କଠିନ ପରିଶ୍ରମ ପରେ, ହଙ୍ଗାମା କରୁଥିବା ଲୋକଙ୍କୁ ଘଟଣାସ୍ଥଳରୁ ଘଉଡ଼ାଇ ଦିଆଯାଇଥିଲା।
ଏହି ମାମଲାରେ, କନୌଜ ପୋଲିସ କ୍ୟାପଟେନ୍ ବିନୋଦ କୁମାର କହିଛନ୍ତି ଯେ ବିଦ୍ୟୁତ୍ ଆଘାତ ଯୋଗୁଁ ବିଦ୍ୟୁତ୍ କର୍ମଚାରୀଙ୍କ ମୃତ୍ୟୁ ହୋଇଛି।
ଯାହା ପରେ କିଛି ଲୋକ ଉତ୍ତେଜିତ ହୋଇ ପଥର ମାଡ଼ କରିଥିଲେ, ଯେଉଁଥିରେ ପୋଲିସ କର୍ମଚାରୀଙ୍କ ସମେତ ଅନେକ ଲୋକ ଆହତ ହୋଇଥିଲେ। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ଉପରେ ପଥର ମାଡ଼ କରିଥିବା ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରାଯାଉଛି। ପୋଲିସ ଏହି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି।
ଲୋକମାନେ ପୋଲିସ ସହିତ ଯେଉଁଭଳି ଭାବରେ ର୍ବ୍ୟବହାର କରିଥିଲେ ସେଥିପାଇଁ ପୋଲିସ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରୁଛି।