fbpx

ଏବେ ବର୍ଷା ଲାଗି ଆଉ ମୌସୁମୀର ଆଗମନକୁ ଅପେକ୍ଷା କରିବାକୁ ହେବ ନାହିଁ, ବିନା ବାଦଲରେ ବର୍ଷା କରିବାର ଉପାୟ ବାହାର କଲା ଆଇଆଇଟି କାନପୁର

Advertisement

କାନପୁର: ଫିଲ୍ମରେ ଆପଣ କୃତ୍ରିମ ବର୍ଷା କରାଯାଉଥିବା ବିଷୟରେ ଶୁଣିଛନ୍ତି ଆଉ ଦେଖିଛନ୍ତି ବି । କିନ୍ତୁ ଏବେ ଏହା ସତ ହେବାକୁ ଯାଉଛି । ଏବେ ଆଉ ଆପଣଙ୍କୁ ବର୍ଷା ଲାଗି ଆକାଶରେ ବାଦଲର ଅପେକ୍ଷା କରିବାକୁ ପଡିବ ନାହିଁ । କୌଣସି ବି ଋତୁରେ କୌଣସି ବି ପରିସ୍ଥିତିରେ ଏବେ ବର୍ଷା କରାଯାଇପାରିବ । ଆଇଆଇଟି କାନପୁର ଏହିପରି ଏକ ପ୍ରୋଜେକ୍ଟକୁ ସଫଳ ରୂପ ଦେଇ ପାରିଛି ।

ଗତ ବହୁ ବର୍ଷ ଧରି ଆଇଆଇଟି କାନପୁର କ୍ଲାଉଡ୍ ସିଡିଂ ଉପରେ ରିସର୍ଚ୍ଚ ଜାରି ରଖିଥିଲା । ଆଇଆଇଟି କାନପୁର ପକ୍ଷରୁ ଏହାକୁ ନେଇ ବହୁ ପରୀକ୍ଷଣ ଚାଲୁଥିଲା । କିନ୍ତୁ ଏବେ କାନପୁରକୁ ଏହି ସଫଳତା ମିଳିଯାଇଛି । ଏବେ ସମସ୍ତଙ୍କ ମନରେ ଏକ ଆଶାର କିରଣ ତେଜି ଉଠିଛି ଯେ, ଯେତେବେଳେ କୌଣସି ବି ଅଞ୍ଚଳରେ ବର୍ଷା ହେଉ ନାହିଁ ସେଠି ଏହି କ୍ଲାଉଡ୍ ସିଡିଂ ଜରିଆରେ ବର୍ଷା କରାଯାଇପାରିବ ।

ଏୟାରକ୍ରାଫ୍ଟ ସାହାଯ୍ୟରେ ଆଇଆଇଟି କାନପୁର ପକ୍ଷରୁ ପୃଥିବୀର ଉପର ବାୟୁମଣ୍ଡଳରେ କେମିକାଲ୍ ପାଉଡର ସ୍ପ୍ରେ କରାଯାଇଥିଲା । ଏହାପରେ ବର୍ଷା ଦେଖିବାକୁ ମିଳିଥିଲା । ନଗର ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଅନୁମତି ନେଇ ଆଇଆଇଟି କାନପୁର ଏହି ପରୀକ୍ଷଣ କରିଥିଲା । ଏହି ସଫଳ ପରୀକ୍ଷଣର ଭିଡିଓ ମଧ୍ୟ ଆଇଆଇଟି କାନପୁର ପକ୍ଷରୁ ସେୟାର କରାଯାଇଛି । ଏବେ କୃତ୍ରିମ ବର୍ଷା ଏକ ସ୍ୱପ୍ନ ନୁହେଁ ବାସ୍ତବରେ ପରିଣତ ହୋଇପାରିଛି ।

୨୦୧୭ରୁ ଆଇଆଇଟି କାନପୁର ଏହି ପ୍ରୋଜେକ୍ଟ ଉପରେ କାମ କରି ଆସୁଥିଲା । ଆଇଆଇଟି କାନପୁରର ପ୍ରଫେସର ମନୀଷ ଅଗ୍ରୱାଲ କହିଛନ୍ତି ଏହି କ୍ଲାଉଡ୍ ସିଡିଂର ପରୀକ୍ଷଣ ଏକ ବଡ ରିସର୍ଚ୍ଚ ଥିଲା ଯାହା ଏବେ ସଫଳ ହୋଇଛି ଓ ଏହା ଆମ ଦେଶର ହିତରେ ଆସିବ । ଆଇଆଇଟି କାନପୁରର ବିମାନ ବନ୍ଦରରୁ ବିମାନ ସାହାଯ୍ୟରେ ୫୦୦୦ ଫୁଟ ଉଚ୍ଚତାରେ ଘନ ବାଦଲ ମଧ୍ୟରେ ଦାନେଦାର କେମିକାଲ୍ ପାଉଡର ଫାୟାର କରାଯାଇଥିଲା । ଏହି ପରୀକ୍ଷଣ ଆଇଆଇଟି କାନପୁର ପରିସରରେ ହିଁ କରାଯାଇଥିଲା । ଏହାପରେ ବର୍ଷା ହୋଇଥିବା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.