fbpx

Video: ବିରାଟ କୋହଲିଙ୍କୁ ବାଦ୍ ଦେବା ପାଇଁ କପିଲ ଦେବ ଯୁକ୍ତି, ବିରାଟଙ୍କ ସପକ୍ଷରେ ବାହାରିଲେ ରୋହିତ

ନୁଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଅନ୍ତିମ ଟି-୨୦ ମ୍ୟାଚ୍‌ରେ ମଧ୍ୟ ବିରାଟ କୋହଲିଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ବିରାଟଙ୍କ ଖରାପ ପ୍ରଦର୍ଶନ ପରେ ମଧ୍ୟ ରୋହିତ ଶର୍ମା ବିରାଟ କୋହଲିଙ୍କ ସମର୍ଥନ କରି କପିଲ ଦେବଙ୍କ ଟିପ୍ପଣି ଉପରେ ଅସହମତି ପ୍ରକାଶ କରିଛନ୍ତି । ରୋହିତ କହିଥିଲେ ଯେ, ଲୋକେ ବାହାରେ ବସି ଖେଳ ଦେଖନ୍ତି ସେମାନେ ଜାଣନ୍ତି ନାହିଁ ଭିତରେ କ’ଣ ଚାଲିଛି । ବିରାଟ କୋହଲି ଗତକାଲି ମ୍ୟାଚ୍‌ରେ ମାତ୍ର ୧୨ ରନ୍ କରିପାରିଥିଲେ ।

ବିରାଟଙ୍କ ଖରାପ ଫର୍ମକୁ ନେଇ କିମ୍ବଦନ୍ତି ଭାରତୀୟ କ୍ରିକେଟର କପିଲ ଦେବ କହିଥିଲେ ଯଦି ବିରାଟ ଟି-୨୦ ମ୍ୟାଚ୍‌ରେ ପ୍ରଦର୍ଶନ କରିପାରୁ ନାହାନ୍ତି । ତେବେ ସେ ଦଳରୁ ବାହାରେ ରହିବା କଥା। କାରଣ ଯଦି, ଅଶ୍ୱିନଙ୍କୁ ଟେଷ୍ଟ୍ ଟିମ୍‌ରୁ ବାହାରେ ବସିବାକୁ ପଡୁଛି। ଯେତେବେଳେ ସେ ବିଶ୍ୱ ର‌୍ୟାଙ୍କ୍‌ର ଦ୍ୱିତୀୟ ଟେଷ୍ଟ୍ ବୋଲର। ତେଣୁ ବିରାଟ କୋହଲିଙ୍କୁ କାହିଁକି ବାହାର କରାଯାଇ ପାରିବ ନାହିଁ। କପିଲ ଦେବ ଏହା ମଧ୍ୟ କହିଥିଲ ଯେ, ଯଦି ବିରାଟ ପ୍ରଦର୍ଶନ କରିପାରୁ ନାହାନ୍ତି ତେବେ ଆପଣ ଦୀପକ ହୁଡାଙ୍କ ପରି ଖେଳାଳୀଙ୍କୁ ବାହାରେ ବସାଇପାରିବେ ନାହିଁ।

ଗତକାଲି ମ୍ୟାଚ୍‌ର ପ୍ରେସ୍ କନଫରେନ୍ସରେ ରୋହିତ ବିରାଟଙ୍କୁ ନେଇ କରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ନିଜର ମତ ରଖିଥିଲେ। ସେ କହିଥିଲେ ଯେଉଁମାନେ ବାହାରେ ବସି ଏହି ବିଷୟରେ ନିଜର ମତ ରଖୁଛନ୍ତି ସେମାନେ ଭିତର କଥା କିଛି ଜାଣନ୍ତି ନାହିଁ।

ଆମେ ଆମର ଦଳ ଗଠନ କରୁ ଏବଂ ଏହା ପଛରେ ବହୁତ ଚିନ୍ତନ ରହିଥାଏ। ଆମେ ଖେଳାଳିମାନଙ୍କୁ ସମର୍ଥନ କରୁ ଏବଂ ସେମାନଙ୍କୁ ସୁଯୋଗ ଦେଇଥାଉ। ଏପରି ପରିସ୍ଥିତିରେ, ଆପଣ ଏହି ଜିନିଷଗୁଡ଼ିକୁ ବାହାରୁ ଜାଣି ନାହାଁନ୍ତି । ତେଣୁ ବାହାରେ ଯାହା ଘଟୁଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ଭିତରେ ଯାହା ଘଟୁଛି ତାହା ଆମ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ”ଫର୍ମ ଆସିବା ପରେ ସମସ୍ତେ ଉତ୍ଥାନ-ପତନ ଦେଇ ଗତି କରନ୍ତି। ଖେଳାଳିଙ୍କ କ୍ୱାଲିଟି ପ୍ରଭାବିତ ହୁଏ ନାହିଁ। ତେଣୁ ଆମେ ଏହିସବୁ କଥା ମନେ ରଖିବା ଉଚିତ୍। ଯେତେବେଳେ ଜଣେ ଖେଳାଳି ଏତେ ବର୍ଷ ଧରି ନିରନ୍ତର ଭଲ ପ୍ରଦର୍ଶନ କରନ୍ତି, ସେତେବେଳେ ଗୋଟିଏ ଥାଏ କିମ୍ୱା ଦୁଇଟି ଖରାପ ସିରିଜ୍ ତାଙ୍କୁ ଖରାପ ଖେଳାଳୀ କରେ ନାହିଁ । ଆମେ ତାଙ୍କର ଅତୀତର ପ୍ରଦର୍ଶନକୁ ଅଣଦେଖା କରିବା ଉଚିତ୍ ନୁହେଁ । ଆମେ ଦଳରେ ଥିବା ଜଣେ ଖେଳାଳିଙ୍କ ଗୁରୁତ୍ତ୍ୱ ଜାଣୁ। ଏହା ବିଷୟରେ କହିବାକୁ ତାଙ୍କର ସମସ୍ତ ଅଧିକାର ଅଛି, କିନ୍ତୁ ଏହା ଆମ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ”।

Get real time updates directly on you device, subscribe now.