fbpx

ସୋନୁଙ୍କ ଭଉଣୀ ମାଲଭିକା ସୁଦଙ୍କ ସମର୍ଥନରେ ଭିଡିଓ ଜାରି କଲେ କମେଡି କିଙ୍ଗ କପିଲ ଶର୍ମା: ଜିମରୁ ଜଣାଇଲେ ଶୁଭେଚ୍ଛା ବାର୍ତ୍ତା

ନୂଆଦିଲ୍ଳୀ: ପଞ୍ଜାବରେ ଆରମ୍ଭ ହୋଇଛି ନିର୍ବାଚନ ପ୍ରକ୍ରିୟା । ଏହି ନିର୍ବାଚନରେ ମଇଦାନକୁ ଓହ୍ଳାଇଛନ୍ତି ସୁପରଷ୍ୟାର ସୋନୁ ସୁଦଙ୍କ ଭଉଣୀ ମାଲଭିକା ସୁଦ । ତେରୁ ମାଲଭିକାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା । ଜିମରେ ଥିବା ସମୟରେ ଏକ ଭିଡିଓ ଶେୟର କରି ମାଲଭିକାଙ୍କୁ ଶୁଭେଚ୍ଛାର ବାର୍ତ୍ତା ପଠାଇଛନ୍ତି ।

ଆଜି ପଞ୍ଜାବରେ ଆରମ୍ଭ ହୋଇଛି ମତଦାନ । ବିଧାନସଭାର ସମସ୍ତ ୧୧୭ଟି ଆସନରେ ମତଦାନ ଶେଷ ହୋଇଛି । ୯୩ ମହିଳାଙ୍କ ସମେତ ମୋଟ ୧,୩୦୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ ମେସିନରେ ବନ୍ଦ ହୋଇ ରହିଛି । ଏଥି ମଧ୍ୟରେ ରହିଛନ୍ତି ସୁପରଷ୍ଟାର ସୋନୁ ସୁଦଙ୍କ ଭଉଣୀ ମାଲଭିକା ସୁଦ । ମୋଗା ସହରର କଂଗ୍ରେସ ପ୍ରାର୍ଥୀ ଭାବରେ ସେ ନିର୍ବାଚନକୁ ଓହ୍ଲାଇଥିଲେ । ତେଣୁ ତାଙ୍କୁ ସମର୍ଥନ କରି ହାସ୍ୟ ଅଭିନେତା କପିଲ ଶର୍ମା ଏକ ଭିଡିଓ ଶେୟର କରିଛନ୍ତି । ଜିମ କରୁଥିବା ସମୟରେ ଏକ ଭିଡିଓ କରି ମାଲଭିକାଙ୍କୁ ନିର୍ବାଚନ ପାଇଁ ବେଷ୍ଟ ୱସେସ ଜଣାଇଛନ୍ତି କପିଲ ଶର୍ମା

Get real time updates directly on you device, subscribe now.