fbpx

କରଣ ସିଂ ଗ୍ରୋବରଙ୍କ ସନ୍ତାନ ପ୍ରେମରେ ବାୟା ଆଲିଆ…

Advertisement

ଓଡିଶା ଭାସ୍କର: ଆଲିଆ ଭଟ୍ଟ ଓ ବିପାଶୁ ବସୁ ନିଜ ଜୀବନର ସୁନ୍ଦର ମୁହୂର୍ତ୍ତର ଆନନ୍ଦ ନେଉଛନ୍ତି । ବଲିଉଡର ଏହି ଦୁଇ ଅଭିନେତ୍ରୀ କିଛି ବର୍ଷ ପୂର୍ବେ ହଟ ଆଣ୍ଡ ବୋଲ୍ଡ ଅଭିନେତ୍ରୀରୁ ମା’ ହେବାର ସୌଭାଗ୍ୟ ପ୍ରାପ୍ତ କରିଛନ୍ତି । ଇତିମଧ୍ୟନ୍ରେଣବୀରଙ୍କ ସହଧର୍ମିଣୀ ସୁନ୍ଦରୀ ଆଲିଆ ବିପାଶାଙ୍କ ଝିଅ ଦେବୀଙ୍କୁ କିଛି କପଡା ଓ ବହି ଉପହାର ଆକାରରେ ପଠାଇଛନ୍ତି । ବିପାଶା ଏହି ଉପହାରକୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି । ତାହାସହ ଆଲିଆଙ୍କୁ କହିଛନ୍ତି, ‘ଧନ୍ୟବାଦ’ ।

ବଲିଉଡ ହଟ ବିପାଶା ଆଲିଆଙ୍କୁ ଆହୁରି କହିଛନ୍ତି ଯେ, ପଠାଇଥିବା ଏହି ଆକର୍ଷଣୀୟ ଆଉଟଫିଟ ଓ ସୁନ୍ଦର ବହି ନାମକ ଉପହାର ପାଇଁ ଧନ୍ୟବାଦ । ଦେବୀ ପ୍ରଥମରୁ ହିଁ ବହି ପଢିବାକୁ ପସନ୍ଦ କରନ୍ତି । ତାଙ୍କୁ ଏହି ବହି ବେଶ୍ ପସନ୍ଦ ମଧ୍ୟ ଆସିଛି । ପ୍ରକାଶଥାଉ ଯେ, ବିପାଶା ୧୨ ନଭେମ୍ବର ୨୦୨୨ ମସିହାରେ କରଣ ସିଂ ଗ୍ରୋବରଙ୍କ ସହ ଦେବୀର ସ୍ୱାଗତ କରିଥିଲେ । ଏକ ସାକ୍ଷାତକାରରେ ବିପାଶା ଖୁଲାସା କରିଥିଲେ ଯେ କରଣ ଓ ସେ ପ୍ରଥମରୁ ହିଁ ସନ୍ତାନର ଆଶାରେ ଥିଲେ । ମାତ୍ର ଏହା ଦୀର୍ଘ ଦିନ ପରେ ପୂରଣ ହେଲା ।

କାହିଁକି କେଜାଣେ ! ଏହି ଭଲ ଖବର ପାଇବାକୁ ସେମାନଙ୍କୁ ଏତେ ସମୟ ଅପେକ୍ଷା କରିବାକୁ ପଡିଲା । ବିପାଶା କନ୍ୟା ସନ୍ତାନ ପାଇବାକୁ ଆଶା ରଖି ସଫଳ ହୋଇଥିଲେ । ଆହୁରି ମଧ୍ୟ ଲିଙ୍ଗଗତ ସମାନତାକୁ ସମାଜକୁ ସ୍ୱୀକାର କରିବା ଉଚିତ ବୋଲି ସେ ଜଣାଇଥିଲେ । ସେପଟେ ଆଲିଆ ଭଟ୍ଟ ମଧ୍ୟ ୬ ନଭେମ୍ବର ୨୦୨୨ ମସିହାରେ ନିଜର ଝିଅ ରାହାଙ୍କୁ ଜନ୍ମ ଦେଇଥିଲେ । ସେହି ସମୟରେ ନୀଳ ନୟନା ରାହା ମିଡିଆ ସାମ୍ନାରେ ହଇଚଇ ସୃଷ୍ଟି କରିଥିଲେ, ଯଦିବା ସେ ଛୋଟ ଥିଲେ ବି ।

Get real time updates directly on you device, subscribe now.