fbpx

ଇଡି ଜାଲରେ କ୍ରିଷ୍ଟାଲ ଡି’ସୁଜା ଏବଂ କରଣ ୱାହି, ବେଆଇନ୍ ଅନଲାଇନ୍ ଟ୍ରେଡିଂ ମାମଲାରେ ଥିଲେ ଜଡ଼ିତ

Advertisement

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ପୁଣି ଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନାମି ଦାମି ସେଲିବ୍ରିଟିଙ୍କୁ ସମନ ଜାରି କରିଛି । ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ କ୍ରିଷ୍ଟାଲ ଡି’ସୁଜା ଏବଂ କରଣ ୱାହିଙ୍କୁ ସମନ ଜାରି କରାଯାଇଛି । ଉଭୟ କଳାକାର ଅର୍ଥ ବଦଳରେ ଅନଲାଇନ୍ ଫରେକ୍ସ ଟ୍ରେଡ଼ିଂ ଆପ୍ ଓକ୍ଟା ଏଫ୍ଏକ୍ସର ପ୍ରଚାର କରିଥିବା ନେଇ ଅଭିଯୋଗ ହୋଇଛି । ଏହା ପରେ ଆଜି କ୍ରିଷ୍ଟାଲ ଡି’ସୁଜା ଏବଂ କରଣ ୱାହିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା ପାଇଁ ଡକାଇଥିଲା ।

ସୂଚନାରୁ ପ୍ରକାଶ କ୍ରିଷ୍ଟାଲ ଡି’ସୁଜା ଏବଂ କରଣ ୱାହି ଆନ୍ତର୍ଜାତୀୟ ଏଜେଣ୍ଟ ମାଧ୍ୟମରେ ବେଆଇନ୍ ଆନଲାଇନ୍ ଫରେକ୍ସ ଟ୍ରେଡ଼ିଂ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଜଡ଼ିତ ଥିଲେ । ପୁର୍ବରୁ ନିୟା ଶର୍ମାଙ୍କୁ ମଧ୍ୟ ଏହି ମାମଲାରେ ଇଡି ପକ୍ଷରୁ ସମନ ଜାରି କରାଯାଇଥିଲା । କହିରଖୁଛୁ ଏହି ମାମଲାରେ ଇଡି ଏପ୍ରିଲ ୨୦ରେ ମୁମ୍ବାଇ, ଚେନ୍ନାଇ, କୋଲକାତା ଓ ଦିଲ୍ଲୀ ସ୍ଥିତ ଅନେକ ସ୍ଥାନରେ ଚଢ଼ାଉ କରିଥିଲା । ଏହି ଚଢ଼ାଉ ସମୟରେ ଇଡି ପାଖାପାଖି ୨.୫ କୋଟି ଟଙ୍କାର ବ୍ୟାଙ୍କ ପାଣ୍ଠି ଫ୍ରିଜ୍ କରି ମାମଲା ସହ ଜଡ଼ିତ ଡିଜିଟାଲ ପ୍ରମାଣ ଏବଂ ଦଲିଲ ସଂଗ୍ରହ କରିଥିଲା । ଏହା ପରେ ପୁଣେ ପୋଲିସ ଶିବାଜୀ ନଗର ଥାନାରେ ଏକ ମାମଲା ରୁଜୁ କରିଥିଲା । ଏହି ମାମଲା ଇଡି ଟେକଓଭର କରିଥିଲା ଏବଂ PMLA ଅଧିନରେ ଏହାର ତଦନ୍ତ ଆରମ୍ଭ ହୋଇଥିଲା ।

Get real time updates directly on you device, subscribe now.