fbpx

ଅଭିନେତ୍ରୀ କରୀନା କପୁର HCଙ୍କ ନୋଟିସର ଦେଲେ ଜବାବ, ବହି ‘Pregnancy Bible’ ସହ ଜଡିତ ମାମଲା

ନୂଆଦିଲ୍ଲୀ: ଫିଲ୍ମ ଅଭିନେତ୍ରୀ କରୀନା କପୁର ଖାନଙ୍କ ବହି ‘Pregnancy Bible’ ବିବାଦ ସହ ଜଡିତ ମାମଲାରେ ହାଇକୋର୍ଟଙ୍କ ନୋଟିସର ଜବାବ ଦେଇଛନ୍ତି। ବହି ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇବାର ଆବେଦନ ଉପରେ ଆପତ୍ତି କରିଛନ୍ତି। କୋର୍ଟରେ ଦାଖଲ ହୋଇଥିବା ଉତ୍ତରରେ ଏହା ଯୁକ୍ତି କରାଯାଇଛି ଯେ, ପୁସ୍ତକ ମାଧ୍ୟମରେ କାହାର ଧାର୍ମିକ ଭାବନାକୁ ଆଘାତ କରିବାର ଉଦ୍ଦେଶ୍ୟ ନାହିଁ।

ଏହି ମାମଲାରେ ହାଇକୋର୍ଟ ଆଗାମୀ ସପ୍ତାହରେ ଶୁଣାଣି କରିବେ। ବହିର ଆଖ୍ୟା ଧାର୍ମିକ ଭାବନାକୁ ଆଘାତ ହେବା ନେଇ ଖ୍ରୀଷ୍ଟୋଫର ଅନ୍ଥୋନି ଏକ ଅଭିଯୋଗ ଦାଖଲ କରିଥିଲେ। ନିଜ ଗର୍ଭାବସ୍ଥାର ଅନୁଭବ ଉପରେ କରୀନା ଏହି ବହି ଲେଖିଥିଲେ। ବୁକ ଟଇଟଲରେ ବାଇବେଲ ଶବ୍ଦରୁ ଧାର୍ମିକ ଭାବନାମାନକୁ ଆଘାତ ହେବ ବୋଲି ଯୁକ୍ତି କରାଯାଇଛି।

Get real time updates directly on you device, subscribe now.