fbpx

ମୁମ୍ବାଇ ସଡକରେ ଷ୍ଟ୍ରିଟ୍ ଫୁଡ୍ ଖାଇଲେ ବଲିଉଡ ସୁପରଷ୍ଟାର; ଦେଖନ୍ତୁ Viral Video

ନୂଆଦିଲ୍ଳୀ: ମୁମ୍ବାଇର ସଡକ ଉପରେ ଷ୍ଟ୍ରିଟ୍ ଫୁଡ ଖାଉଥିବାର ନଜର ଆସିଛନ୍ତି ବଲିଉଡ ସୁପରଷ୍ଟାର କାର୍ତ୍ତିକ ଆର୍ଯ୍ୟନ୍ । କାର୍ତ୍ତିକ ଆର୍ଯ୍ୟନ୍ ନିଜ ଲାମ୍ବୋରଘିନି କାରର ବନେଟ ଉପରେ ଚାଇନିଜ୍ ଖାଇବା ଖାଉଥିବାର ଭିଡିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । କୋଟିଏ ଟଙ୍କାର କାର ଧରି ମଧ୍ୟ ସାଧାରଣ ଲୋକଙ୍କ ପରି ଷ୍ଟ୍ରିଟ୍ ଫୁଡ ଖାଉଥିବାରୁ ଏହାକୁ ଫ୍ୟାନ ମାନେ ବେଶ ପସନ୍ଦ କରିଛନ୍ତି । ମୁମ୍ବାଇର ଜୁହୁରେ ରହିଥିବା ସାଗର ସ୍ନାକ୍ସରୁ କାର୍ତ୍ତିକ ଖାଇବା ଆଣି ନିଜ ବନେଟ୍ ଉପରେ ରଖି ଖାଇଥିଲେ ।

ବଲିଉଡ୍ ଫଟୋଗ୍ରାଫର ଭିରାଲ ଭୟାନୀ ଏହି ଭିଡିଓକୁ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଥିଲେ । ଏହି ଭିଡିଓଟି ବେଶ ଭାଇରାଲ ହେବା ସହିତ ଫ୍ୟାନ ଏହାକୁ ବେଶ ପସନ୍ଦ କରିଛନ୍ତି । ନିଜେ କାର୍ତ୍ତିକ ଏହି ଫୁଡ ଜଏଣ୍ଟର ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଥିବା ବେଳେ ଏହାର ଭିଡିଓଟି ଶେୟାର କରିଥିଲେ ଭିରାଲ ଭୟାନୀ । ବିଳାଶ ପୂର୍ଣ୍ଣ କାର ସତ୍ତେ୍ୱ ଷ୍ଟ୍ରିଟ ଫୁଡ ଖାଉଥିବାରୁ କାର୍ତ୍ତିକଙ୍କୁ ଅତ୍ୟନ୍ତ ସରଳ ବୋଲି କହି ପ୍ରଶଂସା କରିଥିଲେ ଫ୍ୟାନ୍ । ଅନ୍ୟ ଅଭିନେତାଙ୍କ ପରି କାର୍ତ୍ତିକ ଲୋକ ଦେଖାଣିଆ ନୁହନ୍ତି ବୋଲି କିଛି ଫ୍ୟାନ ଟ୍ୱିଟ୍ କରିଥିଲେ । ଦେଖନ୍ତୁ ଭିଡିଓ….

 

View this post on Instagram

 

A post shared by Viral Bhayani (@viralbhayani)

Get real time updates directly on you device, subscribe now.