fbpx

ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ବିଜେପି ସାଂସଦଙ୍କୁ ଚପଲରେ ମାରିବା ନେଇ ଧମକ ଦେଇଛନ୍ତି

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ଟିଆରଏମର ବିଧାୟିକା କେ.କବିତା । ସେ ବିଜେପି ସାଂସଦ ଅରବିନ୍ଦଙ୍କୁ ଅପମାନ ଜନକ କଥା କହିଛନ୍ତି । କବିତା ୱାର୍ଣ୍ଣିଙ୍ଗ ଦେଇଥିଲେ ଯେ, ଯଦି ସେ ନିଜ ତରଫରୁ ବିରୋଧ କରିବା ଏପରି ଜାରି ରଖନ୍ତି ତେବେ ସେ ତାଙ୍କୁ ଚପଲରେ ମାରିବେ । ବିଧାୟିକା କବିତା କହିବା ଅନୁସାରେ, ବିଜେପି ସାଂସଦ ଅରବିନ୍ଦ ଜଣେ ଅପରିଷ୍କାର ଏବଂ ଅଭଦ୍ର ସ୍ୱଭାବର ବ୍ୟକ୍ତି । ହେଲେ ଆମେ ତାଙ୍କ ଉପରେ ପଥର ଫୋପାଡୁ ନାହୁଁ । ଏହା ଏକ ଦୁର୍ଭାଗ୍ୟ ଜନକ କଥା ଯେ, ସେ ବିଜେପି ଦଳରେ ଅଛନ୍ତି । ଯଦି ସେ ଏମିତି ଭାଷା ପ୍ରୟୋଗ କରନ୍ତି ତେବେ ଆମେ ଚୁପ ହୋଇ ବସିବୁ ନାହିଁ, ମୁଁ ତାଙ୍କୁ ନିଜାମାବାଦ ରାସ୍ତାରେ ଚପଲରେ ମାରିବି ।

ସୂଚନା ଅନୁଯାୟୀ, ଏକ ଟ୍ୱିଟରେ ବିଜେପି ନେତା ଅରବିନ୍ଦ ଲେଖିଛନ୍ତି ଯେ, ଟିଆରଏମର କିଛି ଗୁଣ୍ଡା ତାଙ୍କ ଘର ଉପରେ ଆକ୍ରମଣ କରି ଭଙ୍ଗାରୁଜା କରିଥିଲେ ଏବଂ ତାଙ୍କ ମାଆଙ୍କୁ ଆତଙ୍କିତ କରିଥିଲେ । ଏହାକୁ ସେ କେସିଆରଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ଏବଂ ତାହା ସହ କହିଛନ୍ତି ମୁଁ କେସିଆରକୁ ଚପଲରେ ପିଟିବି । ଟିଆରଏମର ଲୋକେ ନିଜାମାବାଦ ଲୋକସଭା ସାଂସଦଙ୍କ ଆବାସ ଉପରେ ଆକ୍ରମଣ କରିଥିଲେ । ଏହାପରେ ଶୁକ୍ରବାରଦିନ ବିଜେପି ନେତାଙ୍କ ପୁଟୁଳା ମଧ୍ୟ ଜଳାଇଥିଲେ । ଏହି ଘଟଣାରେ ପୋଲିସ ତାଙ୍କୁ ଅଟକାଇ ଦେଇଥିଲା । ଏଥିରେ ୫୦ଜଣ ସାଧାରଣ ଲୋକଙ୍କ ନାମରେ ଅଭିଯୋଗ ଆଣିଥିଲେ ପୋଲିସ । ଏବଂ ଆଠ ଜଣଙ୍କୁ ପୋଲିସ ହେପାଜତରେ ରଖାଯାଇଛି ।

ତେବେ ବିଜେପି ନେତା କବିତାଙ୍କ ଉପରେ ଆରୋପ ଲଗାଇଛନ୍ତି , କବିତା ଫୋନ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେଙ୍କୁ । ଏବଂ ଟିଆରଏସର ଭିଆରଏସ ନାମ ପରିବର୍ତ୍ତନ ସମାରୋହରେ ତାଙ୍କୁ ପ୍ରାଧାନ୍ୟ ଦିଆଯାଇନଥିଲା ସେଥିପାଇଁ ସେ ଭାରତୀୟ ରାଷ୍ଟ୍ରୀୟ ପାର୍ଟୀ ରେ ଯୋଗ ଦେଇଥିଲେ ।

Get real time updates directly on you device, subscribe now.