fbpx

କେଦାରନାଥ ଗୌରୀକୁଣ୍ଡ ନିକଟରେ ଭୟଙ୍କର ଭୂସ୍ଖଳନ, ମନ୍ଦାକିନୀ ନଦୀରେ ଭାସିଗଲେ ୧୯ ଲୋକ, ୨ ମୃତଦେହ ଉଦ୍ଧାର

ଡେରାଡୁନ୍: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ କେଦାରନାଥ ଯାତ୍ରା ମାର୍ଗରେ ଗୌରୀକୁଣ୍ଡରେ ଭୀଷଣ ବର୍ଷା କାରଣରୁ ବନ୍ୟା ଓ ଭୟଙ୍କର ଭୂସ୍ଖଳନ ଘଟିଛି । ଏହି ଘଟଣାରେ ୧୯ରୁ ଅଧିକ ଲୋକ ନିଖୋଜ ହୋଇ ଯାଇଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ୨ ଟି ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟମାନଙ୍କ ବିଷୟରେ ସନ୍ଧାନ ଜାରି ରହିଛି ।

କେଦାରନାଥ ଯାତ୍ରା ମାର୍ଗରେ ଗୌରୀକୁଣ୍ଡ ନିକଟରେ ଭୂସ୍ଖଳନ କାରଣରୁ ମନ୍ଦାକିନୀ ନଦୀରେ ତିନିଗୋଟି ଦୋକାନ ଭାସିଯାଇଛି । ରୁଦ୍ରପ୍ରୟାଗ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ନନ୍ଦନ ସିଂହ ରଜୱାର କହିଛନ୍ତି ଗୌରୀକୁଣ୍ଡ ନିକଟରେ ଭସ୍ଖଳନ କାରଣରୁ ୩ ଟି ଦୋକାନ ନଦୀରେ ଭାସି ଯିବାରୁ ୧୯ ଜଣ ଲୋକ ନିଖୋଜ ହୋଇଯାଇଛନ୍ତି । ଏବେ ଏନଡିଆରଏଫ୍, ଏସଡିଆରଏଫ୍, ପୋଲିସ ଓ ଜିଲ୍ଲା ପ୍ରଶାସନର କର୍ମୀ ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି । ତେବେ ରୁଦ୍ରପ୍ରତାପ କହିଛନ୍ତି ନିଖୋଜ ବ୍ୟକ୍ତି ତୀର୍ଥଯାତ୍ରୀ ନୁହଁନ୍ତି ବରଂ ସେମାନେ ସମସ୍ତେ ନିକଟସ୍ଥ ବ୍ୟବସାୟୀ ବୋଲି ଅନୁମାନ କରାଯାଉଛି । ଏହାରି ମଧ୍ୟରେ ରୁଦ୍ରପ୍ରୟାଗ ଜିଲ୍ଲା ପ୍ରଶାସନ ୧୮ ଜଣ ଲୋକଙ୍କ ତାଲିକା ଜାରି କରିଛି ଯେଉଁମାନେ ନଦୀରେ ଭାସି ଯାଇଥିବାର ଅନୁମାନ କରାଯାଉଛି ।
ଏନଡିଆରଏଫ୍ ଅଧିକାରୀ କହିଛନ୍ତି ଭୂସ୍ଖଳନ ସୂଚନା ପାଇବା ପରେ ତାଙ୍କ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । କିନ୍ତୁ ଲଗାତର ବର୍ଷା ଓ ପଥର ଖସୁଥିବା କାରଣରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜୁଛି । ଶୁକ୍ର୍ରବାର ସକାଳୁ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ କାର୍ଯ୍ୟ ଆରମ୍ଭ ହୋଇଛି । ଗୌରୀକୁଣ୍ଡ ବ୍ୟାରେଜରେ ବି ସନ୍ଧାନ କାର୍ଯ୍ୟ ଜାରି ରହିଛି ବୋଲି ଏନଡିଆରଏଫ୍ ଅଧିକାରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଧ୍ୟ ଗୌରୀକୁଣ୍ଡ ଘଟଣାର ଯାଞ୍ଚ କରିବା ଲାଗି ଡେରାଡୁନ ସ୍ଥିତ ନିୟନ୍ତ୍ରଣ କକ୍ଷରେ ପହଞ୍ଚିଛନ୍ତି ଓ ଉଦ୍ଧାର କାର୍ଯର୍୍ୟ ବିଷୟରେ ଉପସ୍ଥିତ ଅଧିକାରୀଙ୍କ ଠାରୁ ପଚାରି ବୁଝିଛନ୍ତି ।

 

Get real time updates directly on you device, subscribe now.