fbpx

(Video)ତୁଷାରପାତ ବେଳେ ଧୋତି ପିନ୍ଧି ଧ୍ୟାନରେ ସାଧୁ, ଭିଡିଓ ଦେଖିଲେ ଆପଣ ମଧ୍ୟ କମ୍ପି ଉଠିବେ

ନୂଆଦିଲ୍ଲୀ:ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ପୋଷ୍ଟ ହୋଇଥାଏ । ଏଥିମଧ୍ୟରୁ ଏମିତି କିଛି ଭିଡିଓ ରହିଥାଏ, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଆନ୍ତି । ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓଟି ଉତ୍ତରାଖଣ୍ଡର କେଦାରନାଥ ଧାମର ରହିଛି । କେଦାରନାଥରେ ଏହି ସମୟରେ ପ୍ରବଳ ତୁଷାରପାତ ହେଉଛି ।

ସୂଚନାମୁତାବକ ପ୍ରବଳ ତୁଷାରପାତ ମଧ୍ୟରେ ଦୁଇଜଣ ସାଧୁ ଧ୍ୟାନରେ ବସିଥିବାର ନଜର ଆସିଛନ୍ତି । ଧ୍ୟାନ ସମୟରେ ଦୁଇଜଣ ସାଧୁ କୌଣସି ପ୍ରକାର ଶୀତ ବସ୍ତ୍ର ପିନ୍ଧି ନଥିବା ବେଳେ ଗୋଟିଏ ପତଳା ଧୋତି ପିନ୍ଧିଥିବା ଭିଡିଓରେ ଦେଖିବାକୁ ମିଳୁଛି । ଭିଡିଓ ସେୟାର କରି ଏହାର କ୍ୟାପସନରେ ଲେଖାଯାଇଛି, ‘ ଶୂନ୍ୟ ଠାରୁ କମ ତାପମାତ୍ରାରେ, ରାତି ୩.୦୦ରେ କେଦାରନାଥ ଧାମରେ ହେଉଥିବା ତୁଷାରପାତ ମଧ୍ୟରେ ପରମପିତା ଶିବଙ୍କ ଆରାଧ୍ୟନା କରୁଥିବା ସାଧୁଙ୍କ ଦୁର୍ଲଭ ଦର୍ଶନ । ଏହାର ନାମ ହେଉଛି ‘ଭକ୍ତି’ । ଯେଉଁଠାରେ ଭକ୍ତି ଅଛି, ସେଠାରେ ଶକ୍ତି ଅଛି ଏବଂ ସେଠାରେ ହିଁ ଶିବ ଭୋଲେ ଭଣ୍ଡାରୀ ଅଛନ୍ତି ।

ଇଣ୍ଟରନେଟରେ ଏହି ଭିଡିଓ ଦେଖିବା ପରେ ସୋସିଆଲମିଡିଆ ବ୍ୟବହାରକାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଶୀତପୋଷାକ ପିନ୍ଧି ଆମେ ଘରେ କବାଟ ଝରକା ବନ୍ଦ କରି ବି ଥଣ୍ଡାରୁ ଥରି ଯାଉଥିବା ବେଳେ ଶୂନ୍ୟଡିଗ୍ରୀ ତାପମାତ୍ରାରେ ରାତି ୩ଟାରେ କେବଳ ଧୋତି ପିନ୍ଧି ଦୁଇସାଧୁ କିଭିଳି ଧ୍ୟାନରେ ବସିଛନ୍ତି ତାହା ବିଶ୍ୱାସ ବି କରି ହେଉ ନାହିଁ । ବାସ୍ତବରେ ସାଧୁଙ୍କ ଭିତରେ ଏକ ଶକ୍ତିଶାଳୀ ଶକ୍ତି ରହିଛି । ଯେଉଁଥିପାଇଁ ସେମାନେ ତୁଷାରପାତ ହେଉଥିବା ବେଳେ ଧ୍ୟାନରେ ବସି ରହିଛନ୍ତି ।

Get real time updates directly on you device, subscribe now.