fbpx

ଘରର ଦକ୍ଷିଣ ଦିଗରେ ରଖନ୍ତୁ ଏହି ୪ଟି ଜିନିଷ, ଦୂର ହୋଇଯିବ ଆର୍ଥିକ ସଙ୍କଟ

ବାସ୍ତୁ ଶାସ୍ତ୍ରରେ ଘରର ଦକ୍ଷିଣ ଦିଗକୁ ନେଇ ଏପରି ବହୁ କଥା ଉଲ୍ଲେଖ ରହିଛି ଯାହାକୁ କାର୍ଯ୍ୟକାରୀ କଲେ ଘରେ ଆଦୌ ଆର୍ଥିକ ସମସ୍ୟା ରହିବ ନାହିଁ । ଏହି କ୍ରମରେ ଆଜି ଆସନ୍ତୁ ଜାଣିବା ଦକ୍ଷିଣ ଦିଗରେ କେଉଁ କେଉଁ ଜିନିଷ ରଖିବା ଶୁଭଫଳଦାୟୀ ହୋଇଥାଏ ।

୧-ଏହି ଦିଗରେ ଝାଡୁ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । କୁହାଯାଏ ଝାଡୁରେ ମା’ ଲକ୍ଷ୍ମୀ ବାସ କରନ୍ତି । ଏହି ଦିଗରେ ଝାଡୁକୁ ଲୁଚାଇ ରଖିବା ଦ୍ୱାରା ଶୁଭଫଳ ମିଳିଥାଏ । ଅନ୍ୟପକ୍ଷରେ ଝାଡୁକୁ କେବେ ଉତ୍ତର ପୂର୍ବ ଦିଗରେ ରଖନ୍ତୁ ନାହିଁ ।
୨-ପଲଙ୍କକୁ ବି ଦକ୍ଷିଣ ମୁହାଁ କରି ପକାନ୍ତୁ । ଶୋଇବା ସମୟରେ ଆପଣଙ୍କ ମୁଣ୍ଡ ଦକ୍ଷିଣକୁ ଓ ଗୋଡ ଉତ୍ତରକୁ ରହିବା ଉଚିତ । କୁହାଯାଏ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା ମନ ମଧ୍ୟକୁ ଭଲ ଚିନ୍ତା ଓ ବିଚାର ଆସିଥାଏ । ଏମାନେ ସବୁକ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି ।
୩-ଘରେ କୌଣସି ବି ମୂଲ୍ୟବାନ ଜିନିଷ ଥିଲେ ସେସବୁକୁ ଦକ୍ଷିଣ ଦିଗରେ ସାଇତି ରଖନ୍ତୁ । ଏପରି କରିବା ଦ୍ୱାରା ଘରେ କେବେବି ଆର୍ଥିକ ସମସ୍ୟା ଉପୁଜିବ ନାହିଁ ।
୪-ଘରର ଦକ୍ଷିଣ ଦିଗରେ ପକ୍ଷୀଙ୍କ ଫଟୋ ଲଗାଇବା ଶୁଭ ହୋଇଥାଏ । ଏପରି କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ବାସ କରି ନ ଥାଏ ।

Get real time updates directly on you device, subscribe now.