fbpx

ଘରେ ରଖନ୍ତୁ ଏହି ସବୁ ମୂର୍ତ୍ତି: ବଦଳିବ ଭାଗ୍ୟ ରହିବ ମା ଲକ୍ଷ୍ମୀଙ୍କ କୃପା

ଭାରତରେ ବିଭିନ୍ନ ଶାସ୍ତ୍ର ପରି ଜ୍ୟୋତିଶ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ର ମଧ୍ୟ ରହିଛି । ଯେଉଁଥିରେ ଆମେ ବ୍ୟକ୍ତିଙ୍କ ଭାଗ୍ୟ ଭବିଷ୍ୟ ଜାଣିପାରିବା ସହ ଘରେ ହେଉଥିବା ସମସ୍ୟା ବିଷୟରେ ମଧ୍ୟ ଅନେକ କଥା ଜଣାପଡିଥାଏ । ତେବେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରକୁ ଆଣୁଥିବା ପ୍ରତ୍ୟେକ ଜିନିଷ ଏବଂ ଏହାକୁ ସଠିକ୍ ଦିଗରେ ରଖିବା ନିହାତି ଆବଶ୍ୟକ । ଏପରି କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଏଥି ସହିତ ମା ଲକ୍ଷ୍ମୀଙ୍କ କୃପା ମଧ୍ୟ ରହିଥାଏ । ବାସ୍ତୁ ଶାସ୍ତ୍ରରେ ଆହୁରୀ ମଧ୍ୟ କୁହାଯାଇଛି ଯେ ଏପରି କିଛି ମୂର୍ତ୍ତି ଅଛି ଯାହାକୁ ଘରେ ରଖିବା ଦ୍ୱାରା ଘରର ଆର୍ଥିକ ସ୍ଥିତି ସୁଦୃଢ ରହିବା ସହ ଘରର ବିଭିନ୍ନ ସମସ୍ୟା ଦୂର ହୋଇଥାଏ ।ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା କଣ ସେହି ବସ୍ତୁ ବା ମୂର୍ତ୍ତି ଯାହାକୁ ଘରେ ରଖିଲେ ଘରର ସମସ୍ତ ସମସ୍ୟା ଦୂର ହୋଇଥାଏ ।

ହାତୀର ମୂର୍ତ୍ତି: ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଯଦି ସର୍ବଦା ଅଶାନ୍ତି ଏବଂ ଆର୍ଥିକ ସମସ୍ୟା ଲାଗି ରହୁଥାଏ ତେବେ ଆପଣ ଘରକୁ ରୁପା କିମ୍ବା ପିତଳର ଏକ ହାତୀ ମୂର୍ତ୍ତି ଆଣନ୍ତୁ । ଏହା ଘରର ରାହୁ ଦୋଷ ସମସ୍ୟାକୁ ଦୂର କରିଥାଏ । ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ହାତୀକୁ ଐଶୋର୍ଯ୍ୟର ପ୍ରତୀକ କୁହାଯାଇଥାଏ । ଏହାକୁ ଘରକୁ ଆଣିବା ଦ୍ୱାରା ଘରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ ।

କଇଁଛ ମୂର୍ତ୍ତି: ହିନ୍ଦୁ ଧର୍ମରେ କଇଁଛକୁ ବହୁତ ଶୁଭ ବୋଲି କୁହାଯାଇଥାଏ । ଏଥିସହିତ ଏହାକୁ ଭଗବାନ ବିଷ୍ଣୁଙ୍କ ଅବତାର କୁହାଯାଇଥାଏ । ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ କେବେ ବି ଘରକୁ କଇଁଛର ମୂର୍ତ୍ତି ଆଣୁଛନ୍ତି ତେବେ ଏହାକୁ ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ସ୍ଥାପିତ କରନ୍ତୁ। ଏପରି କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଲାଗି ରହିଥାଏ । ଏଥିସହିତ ଘରେ ଥୋଇବା ଦ୍ୱାରା  ଅନେକ ସମସ୍ୟାର ସମାଧାନ ମଧ୍ୟ ହୋଇଥାଏ । ତେବେ ଆପଣ ଘରକୁ ଆଣିଥିବା କଇଁଛ କୌଣସି ଏକ ଧାତୁରେ ନିର୍ମିତ ହୋଇଥିବା ଆବଶ୍ୟକ ।

ମାଛ ମୂର୍ତ୍ତି: ବାସ୍ତୁ ଶାସ୍ତ୍ର ଅନୁସାରେ ମାଛକୁ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଇଥାଏ । ତେବେ ଘରେ ରୁପା କିମ୍ବା ପିତଳର ମାଛ ମୂର୍ତ୍ତି ରଖନ୍ତୁ । ଏଥିସହିତ ଏହାକୁ ଘରର ଉତ୍ତର -ପୂର୍ବ ଦିଗରେ ସ୍ଥାପନା କରନ୍ତୁ । ଏପରି କରିବା ଦ୍ୱାରା ଘରେ ସକରାତ୍ମକ ଭାବନା ବୃଦ୍ଧି ପାଇଥାଏ । ଏଥିସହିତ ଘରେ ସୁଖ ସମୃଦ୍ଧି ସହ ଆୟ ମଧ୍ୟ ବୃଦ୍ଧି ହୋଇଥାଏ

Get real time updates directly on you device, subscribe now.