ଶୁକ୍ରବାର ଦିନ ପର୍ସରେ ରଖନ୍ତୁ ଏହି ଜିନିଷ: ବର୍ଷିବ ମା’ ଲକ୍ଷ୍ମୀଙ୍କ ଅପାର କୃପା, ଖାଲି ହେବନି ୱାଲେଟ

ନୂଆଦିଲ୍ଲୀ: ସମସ୍ତ ବ୍ୟକ୍ତି ମା’ ଲକ୍ଷ୍ମୀଙ୍କ ଅପାର କରୁଣା ଏବଂ ଆଶିଷ ଲାଭ କରିବା ପାଇଁ ଇଚ୍ଛା କରିଥାନ୍ତି । କୁହାଯାଏ, ଯେଉଁ ଜାତକ ଉପରେ ମା ଲକ୍ଷ୍ମୀଙ୍କ କୃପା ରହିଥାଏ, ସେମାନଙ୍କୁ ଜୀବନରେ କୌଣସି ସମସ୍ୟା ହୋଇନଥାଏ । ସମସ୍ତ ପ୍ରକାର ସୁଖ-ସମୃଦ୍ଧି ଏବଂ ଭୌତିକ ସୁଖ ପ୍ରାପ୍ତି ହୋଇଥାଏ ଏହି ଲୋକମାନଙ୍କୁ । ବାସ୍ତୁ ଶାସ୍ତ୍ର ଅନୁସାରେ, ଯଦି ଆପଣ ମଧ୍ୟ ଅର୍ଥାଭାବକୁ ନେଇ ଚିନ୍ତିତ ଅଛନ୍ତି, ତେବେ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର କିଛି ଉପାୟ ଜାଣି ରଖନ୍ତୁ । ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ପର୍ସରେ କିଛି ଜିନିଷ ରଖିଲେ ଖୁବ ଶୁଭ ହୋଇଥାଏ ।

ଛୋଟ ଅଳେଇଚ: ବାସ୍ତୁ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି କେହି ବ୍ୟକ୍ତି ଲମ୍ବା ସମୟ ଧରି ଆର୍ଥିକ ସମସ୍ୟା ଦେଇ ଗତି କରୁଥାନ୍ତି । ତେବେ ଶୁକ୍ରବାର ଦିନ ଏହି କାମ କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଥାଏ । ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କୁ ୫ଟି ଛୋଟ ଅଳେଇଙ୍ଖ ପୂଜାରେ ଅର୍ପଣ କରନ୍ତୁ । ଏହାପରେ ଏହାକୁ ଲାଲ ରଙ୍ଗର କପଡାରେ ବାନ୍ଧି ପର୍ସରେ ରଖି ଦିଅନ୍ତୁ । ଏହାଦ୍ୱାରା ପର୍ସରେ ମା’ ଲକ୍ଷ୍ମୀଙ୍କ କୃପା ବର୍ଷିଥାଏ ବୋଲି ବିଶ୍ୱାସ ରହିଛି ।

ଚାଉଳ ଦାନା: ଜ୍ୟୋତିଶ ଶାସ୍ତ୍ର ଅନୁସାରେ ଚାଉଳ ଦାନା ପର୍ସରେ ରଖିବା ଶୁଭ ବୋଲି କୁହାଯାଏ । କୌଣସି ପୂଜା ଅନୁଷ୍ଠାନରେ ଚାଉଳର ଆବଶ୍ୟକତା ରହିଥାଏ । ତେଣୁ ଆପଣ ବି ଯଦି ସର୍ବଦା ମଶ ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଛନ୍ତି ତେବେ ମା’ଙ୍କ ଚରଣରେ ଅକ୍ଷତ(ପୂର୍ଣ୍ଣ ଚାଉଳ) ଅର୍ପଣ କରନ୍ତୁ । ଏହାପରେ ଏହି ଚାଉଳକୁ ନିଜ ପର୍ସରେ ରଖନ୍ତୁ । ଏହାଦ୍ୱାରା ଆପଣ ବର୍ଷ ତମାମ ଅଯଥା ଖର୍ଚ୍ଚରୁ ମୁକ୍ତି ପାଇବେ ।

ରୌପ୍ୟ ମୁଦ୍ରା: ଶାସ୍ତ୍ର ଅନୁସାରେ ପର୍ସରେ ରୂପା ମୁଦ୍ରା ରଖିବା ଖୁବ ଶୁଭ ବୋଲି କହାଯାଇଥାଏ । ମା’ ଲକ୍ଷ୍ମୀଙ୍କର ଖୁବ ପ୍ରିୟ ହୋଇଥାଏ ରୂପାର ମୁଦ୍ରା । ତେଣୁ ଏହାକୁ ପର୍ସରେ ରଖିଲେ ମା’ ଲକ୍ଷ୍ମୀଙ୍କର କୃପା ବର୍ଷିଥାଏ ଏବଂ ବର୍ଷ ସାରା ଧନର ଅଭାବ ହୁଏ ନାହିଁ । ତେବେରୂପାର ମୁଦ୍ରା ରଖିଥିବା ସ୍ଥାନରେ ଅନ୍ୟ କିଛଇ ରଖନ୍ତୁ ନାହିଁ ।

ଲାଲ କାଗଜ: ଜ୍ୟୋତିଶଙ୍କ କହିବା ଅନୁସାରେ, ଶୁକ୍ରବାର ଦିନ ଲାଲ ରଙ୍ଗର କାଗଜରେ ନିଜର ଇଚ୍ଛା ଲେଖି ରେଶମୀ ସୂତାରେ ବାନ୍ଧିନେଇ ଏହାକୁ ପର୍ସରେ ରଖନ୍ତୁ । କୁହାଯାଏ ଯେ, ବର୍ଷକ ମଧ୍ୟରେ ଅର୍ଥ ସହ ଜଡିତ ଏହି ଇଚ୍ଛା ପୂରଣ ହୋଇଥାଏ ।