fbpx

ପୂଜାଘରୁ ଏସବୁ ଜିନିଷକୁ ଦୁରେଇ ରଖନ୍ତୁ: ନଚେତ ଚାଲିଯିବ ଘରର ସୁଖ-ସମୃଦ୍ଧି, ହୋଇଯିବେ କାଙ୍ଗାଳ

Advertisement

ବାସ୍ତୁଶାସ୍ତ୍ରରେ ଘରର ପ୍ରତ୍ୟେକ ଜିନିଷ ପାଇଁ ଅଲଗା ଅଲଗା ନିୟମ ରହିଛି । ଯଦି ଏହି ନିୟମକୁ ସଠିକ ଭାବରେ ପାଳନ କରା ନଯାଏ, ତେବେ ଘରେ ବାସ୍ତୁ ଦୋଷ ଦେଖାଯାଏ ବୋଲି ବିଶ୍ୱାସ କରାଯାଏ। ଯେଉଁ କାରଣରୁ ଘରେ ନକରାତ୍ମକ ପ୍ରଭାବ ଦେଖିବାକୁ ମିଳେ । ଫଳରେ ଘରେ ଝଗଡା ଲାଗିବା, ମତଭେଦ ସୃଷ୍ଟି ହେବା, ଦାରିଦ୍ର୍ୟ ଲାଗି ରହିବା ଏବଂ ରୋଗ ଲାଗି ରହିବା ପରି ଅନେକ ସମସ୍ୟା ଦେଖା ଦେଇଥାଏ । ତେବେ ପୂଜାଘର ଘରର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ । ବାସ୍ତୁଶାସ୍ତ୍ର ନିୟମ ଅନୁସାରେ, କିଛି ଏମିତି ଜିନିଷ ଅଛି ଯାହାକୁ ଠାକୁରଘରେ ରଖିବା ପାଇଁ ବାରଣ ରହିଛି ।

– ବାସ୍ତୁ ଶାସ୍ତ୍ର ଅନୁଯାୟୀ ପୂଜାଘରେ ଦେବାଦେବୀଙ୍କ ଉଗ୍ରରୂପ ଧାରଣ କରିଥିବାର ଫଟୋ କିମ୍ବା ମୁର୍ତ୍ତି ରଖିବା ଅନୁଚିତ । ଏହା ଦ୍ୱାରା ଘରେ କଳି ଝଗଡା ବଢିବା ସହ ଅଶାନ୍ତି ଲାଗି ରହିଥାଏ । ତେଣୁ ପୂଜାଘରେ ସବୁବେଳେ ଦେବାଦେବୀଙ୍କ ଶାନ୍ତ ରୂପର ଫଟୋ କିମ୍ବା ମୁର୍ତ୍ତି ରଖିବା ଉଚିତ ।

– ଦେବାଦେବୀଙ୍କର ମୁର୍ତ୍ତି କିମ୍ବା ଚିତ୍ରକୁ ସାମ୍ନା-ସାମ୍ନି ରଖନ୍ତୁ ନାହିଁ । ଏମିତି କରିବା ଦ୍ୱାରା ଘରେ ଦାରିଦ୍ର୍ୟତା ଲାଗି ରହେ ।

– ଅନେକ ସମୟରେ ଲୋକମାନେ ଗୋଟିଏ ଠାକୁରଙ୍କର ଅନେକ ମୁର୍ତ୍ତି କିମ୍ବା ଫଟୋକୁ ରଖି ପୂଜା କରନ୍ତି, ଯାହା କେବେ କରିବା ଉଚିତ ନୁହେଁ ।

– ଠାକୁରଘରେ ଦୁଇଟି ଶିବଲିଙ୍ଗକୁ ଏକାଠି ରଖି ପୂଜା କରିବା ଅନୁଚିତ । ଏମିତି ଭୁଲ କରିବା ଦ୍ୱାରା ଘରର ସୁଖ-ସମୃଦ୍ଧି ହ୍ରାସ ହୁଏ ।

– ବାସ୍ତୁଶାସ୍ତ୍ର ଅନୁସାରେ ଠାକୁରଙ୍କର ଭଙ୍ଗା ଫଟୋ କିମ୍ବା ମୁର୍ତ୍ତି ରଖିବା ଅଶୁଭ ହୋଇଥାଏ । ଏମିତି କରିବା ଫଳରେ ଭଗବାନ ଅସନ୍ତୁଷ୍ଟ ହେବା ସହ ଘରର ଅନିଷ୍ଟ ହୋଇଥାଏ । ତେଣୁ ସବୁବେଳେ ପୂଜାଘରେ ଦେବାଦେବୀଙ୍କର ସୁନ୍ଦର ମୁର୍ତ୍ତି ରଖିବା ଉଚିତ, ଫଳରେ ଠାକୁରଙ୍କୁ ଦର୍ଶନ କରିବା ଦ୍ୱାରା ସକରାତ୍ମକ ଅନୁଭବ ହୋଇଥାଏ ।

Get real time updates directly on you device, subscribe now.