fbpx

ଡ୍ରାଇଭିଂ ଷ୍ଟାଇଲ ଉପରେ ରଖନ୍ତୁ ନଜର; କମିପାରେ ଗାଡ଼ିର ମାଇଲେଜ୍, ଏହା ରହିଛି କାରଣ

ଓଡ଼ିଶା ଭାସ୍କର: ଦିନକୁ ଦିନ ଦେଶରେ ଜନସଂଖ୍ୟ ବୃଦ୍ଧି ହେବା ସହ ଯାନବାହନର ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏଥିରୁ ବାହାରୁଥିବା ଧୂଆଁ ବାୟୁମଣ୍ଡଳ ପ୍ରଦୂଷଣର ମୁଖ୍ୟ କାରଣ ଅଟେ । ଏହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ସେଥିପାଇଁ ଇଲେକ୍ଟ୍ରି ଗାଡ଼ି ଏବଂ ସିଏନ୍ଜି ଗାଡ଼ିର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି । ସାଧାରଣତଃ ବ୍ୟକ୍ତିମାନେ ଅଧିକ ମାଇଲେଜ ଥିବା ଗାଡ଼ି କିଣିବା ପସନ୍ଦ କରିଥାନ୍ତି । କିନ୍ତୁ ବେଳେ ବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ଗାଡ଼ିର ମାଇଲେଜ୍ କମିଯାଏ । ଯାହା ଗାଡ଼ି ମାଲିକଙ୍କ ପାଇଁ ଚିନ୍ତାର ବିଷୟ । ସେମାନେ ଗାଡ଼ି ସଜାଡ଼ିବା ଚକ୍କରରେ ମେକାନିକ୍ ପିଛା ଅନେକ ଟଙ୍କା ଖର୍ଚ୍ଚ କରିଥାନ୍ତି । ତେବେ ଗାଡ଼ିର ମାଇଲେଜ୍ ହ୍ରାସ ହେବା ପଛରେ କେଉଁଠି ନା କେଉଁଠି ଗାଡ଼ି ଚାଳକ ଦାୟୀ ଥାଏ । ବେଳେ ବେଳେ ଆବଶ୍ୟକତାରୁ ଅଧିକ ବ୍ରେକ୍ ଲଗାଇବା ଗାଡ଼ିର ମାଇଲେଜ୍ ଉପରେ ପ୍ରଭାବ ପକାଇଥାଏ । ସେହିଭଳି ଏହି ସମସ୍ୟା ପଛରେ ୫ଟି ପ୍ରମୁଖ କାରଣ ରହିଛି ।

୧. ଡ୍ରାଇଭିଂ ଷ୍ଟାଇଲ: ବେଳେ ବେଳେ ଆବଶ୍ୟକତାରୁ ଅଧିକ ସ୍ପୀଡରେ ଗାଡ଼ି ଚଲାଇବା, ହଠାତ ବ୍ରେକ୍ ମାରିବା, rapid acceleration ଦ୍ୱାରା ଗାଡ଼ିର ମାଇଲେଜ୍ କମିଥାଏ । ତେଣୁ ଧିରେ ଗାଡ଼ି ଚଲାଇବା, କ୍ରୁଜ୍ କଣ୍ଟ୍ରୋଲର ବ୍ୟବହାର କରିବା ଏବଂ ଧିରେ ବ୍ରେକ୍ ଲଗାଇବା ଗାଡ଼ିର ମାଇଲେଜକୁ ଠିକ୍ ରଖିଥାଏ ।

୨. ଗାଡ଼ିରେ ଲୋଡ୍: ଗାଡ଼ିରେ ଆବଶ୍ୟକତା ଠାରୁ ଅଧିକ ଲୋଡ୍ ନିଅନ୍ତୁ ନାହିଁ । ଏହି ନିୟମ ଉଭୟ ପାସେଞ୍ଜର ଏବଂ ଜିନିଷ ଉପରେ ଲାଗୁ ହେଉଛି । ଏହା ଦ୍ୱାରା ଗାଡ଼ିର ମାଇଲେଜ୍ ହ୍ରାସ ହୋଇଥାଏ ।

୩. ଟାୟାର: ଗାଡ଼ିରେ ଟାୟାର ବା ଚକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଚକରେ ହାୱା କମ୍ ରହିବା, ଟାୟାରର ଭୁଲ ଆଲାଇନ୍ମେଣ୍ଟ ଏବଂ ପୂରୁଣା ଟାୟାର ଗାଡ଼ିର ମାଇଲେଜକୁ ହ୍ରାସ କରିଥାଏ ।

୪. ମେଣ୍ଟେନାନ୍ସ: ଗାଡ଼ିର ମେଣ୍ଟେନାନ୍ସ ଠିକ୍ ଭାବରେ ନ କଲେ ଶୀଘ୍ର ମାଇଲେଜ୍ ହ୍ରାସ ହୋଇଥାଏ । ତେଣୁ ନିୟମିତ ବ୍ୟବଧାନରେ ଗାଡ଼ିର ଇଞ୍ଜିନ୍, ଏୟାର ଫିଲଟର ଏବଂ ସ୍ପାର୍କ ପ୍ଲଗ୍ ବଦଳାଇବା ଉପରେ ଧ୍ୟାନ ଦିଅନ୍ତୁ । ଏହା ବ୍ୟତୀତ ଗାଡ଼ିକୁ ସବୁବେଳେ ପରିସ୍କାର ଓ ଢ଼ାଙ୍କି ରଖନ୍ତୁ ।

୫. ବାହନର ସ୍ଥିତି: ସମୟ କ୍ରମେ ନୂଆ ଗାଡ଼ି ପୁରୁଣା ହୋଇଥାଏ । ଏଭଳି ସ୍ଥିତିରେ ମେଣ୍ଟେନାନ୍ସ ଉପରେ ଅଧିକ ଖର୍ଚ୍ଚ ହୁଏ । ବିଶେଷ କରି ଇଞ୍ଜିନ୍ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପାର୍ଟ୍ସରେ ସମସ୍ୟା ଦେଖାଦେଇଥାଏ । ଏହା ଗାଡ଼ିର ମାଇଲେଜ ହ୍ରାସ କରିଥାଏ ।

ଗାଡ଼ିର ମାଇଲେଜ୍ ହ୍ରାସ ହେବାର ଅନ୍ୟ କାରଣ

-ଏହା ବ୍ୟତୀତ ଅଧିକ A.C ଲଗାଇବା ଦ୍ୱାରା ୧୦ରୁ ୨୦% ଅଧିକ ମାଇଲେଜ୍ ଖର୍ଚ୍ଚ ହୋଇଥାଏ ।
– ଖରାପ ରାସ୍ତାରେ ଗାଡ଼ି ଚଲାଇଲେ ମଧ୍ୟ ମାଇଲେଜ ଉପରେ ପ୍ରଭାବ ପକାଇଥାଏ ।
– ବେଳେ ବେଳେ ନିମ୍ନମାନର ଇନ୍ଧନ ମଧ୍ୟ ଗାଡ଼ିର ମାଇଲେଜ୍ ହ୍ରାସ କରିପାରେ ।

 

Get real time updates directly on you device, subscribe now.