fbpx

ବାଥରୁମରେ ଟୁଥ୍ ବ୍ରଶ୍ ରଖୁଛନ୍ତି କି? ଶୀଘ୍ର କରନ୍ତୁ ବାହାର, ନଚେତ୍ ଭୋଗୀ ପାରନ୍ତି ଅସୁବିଧା

ଆମମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଘରର ବାଥରୁମରେ ଟୁଥ୍ ବ୍ରଶ୍ ରଖୁଥିବେ। ଆମେ ଦାନ୍ତଘଷିବା ପରେ ବାଥରୁମରେ ହିଁ ବ୍ରଶ୍ ରଖିଥାଉ। ଯଦି ଆପଣ ଅନୁଭବ କରୁଛନ୍ତି ଯେ, ଆପଣଙ୍କ ବାଥରୁମ ସଫା ଅଛି ତେବେ ସେଠାରେ ଟୁଥ୍ ବ୍ରଶ୍ ରଖିବାରେ କୌଣସି ଅସୁବିଧା ନାହିଁ, ହେଲେ ଆଜି ପରଠାରୁ ଆପଣ ତାହା କରିବେ ନାହିଁ । ଯଦିଓ ଆପଣ ପ୍ରତିଦିନ ବାଥରୁମ ଧୋଇବେ କିମ୍ୱା ଯେତେ ପରିଷ୍କାର ରଖିଲେ ସୁଦ୍ଧା ଆପଣ କଦାପି ସେଠାରେ ଟୁଥ୍ ବ୍ରଶକୁ ରଖିବା ଉଚିତ୍ ନୁହେଁ। ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ କାହିଁକି? ତେବେ ଆସନ୍ତୁ ଜାଣିବା ସେହି ବିଷୟରେ..

ଆପଣଙ୍କ ବାଥରୁମ ଯେତେ ପରିଷ୍କାର ହେଉନା କାହିଁକି, ସେଠାରେ ଟୁଥ୍ ବ୍ରଶ୍ ରଖନ୍ତୁ ନାହିଁ। ଲୋକମାନେ ଏହା ନକରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ତାଙ୍କ କହିବାନୁସାରେ, ଏହା ହେଉଛି ମଣିଷ ଦ୍ୱାରା କରାଯାଉଥିବା ସବୁଠାରୁ ବଡ ମୂର୍ଖତା। ଯେତେବେଳେ ଆପଣ ଏହାର କାରଣ ଜାଣିବେ, ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ନ୍ୟୁଜ୍ ସାଇଟ୍ ଲଡବିବଲ୍ ରେ ପ୍ରକାଶିତ ଖବରରେ ବିଶେଷଜ୍ଞମାନେ ଏହାର କାରଣ ଦର୍ଶାଇଛନ୍ତି। ବାସ୍ତବରେ, ଆପଣଙ୍କର ବାଥରୁମ ଯେତେ ପରିଷ୍କାର ହେଉନା କାହିଁକି, ଯେତେବେଳେ ଆପଣ ଟଏଲେଟକୁ ଫ୍ଲାଶ କରନ୍ତି, ବାଥରୁମରେ ରଖାଯାଇଥିବା ସମସ୍ତ ଜିନିଷ ଉପରେ ପାଣି ଛିଟିକି ଯାଏ। ଆପଣଙ୍କ ଟୁଥ୍ ବ୍ରଶ୍ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଅଛି।

ଆପଣ ଯେତେଥର ପରିସ୍ରା କରିବାକୁ ବାଥରୁମକୁ ଯାଆନ୍ତି, ସେତେବେଳେ ମୂତ୍ରର ଅନେକ ବୁନ୍ଦା ବ୍ରଶ ଉପରେ ପଡିଥାଏ। ଯଦି ଆପଣଙ୍କର ଶୌଚାଳୟ ଅନେକ ଲୋକ ବ୍ୟବହାର କରନ୍ତି, ତେବେ କଳ୍ପନା କରନ୍ତୁ କେତେ ଲୋକଙ୍କ ପରିସ୍ରା ଏବଂ ଜୀବାଣୁ କଣିକା ଆପଣଙ୍କ ପାଟିରେ ପ୍ରବେଶ କରୁଛି। ଏହି କାରଣରୁ ବିଶେଷଜ୍ଞମାନେ ଲୋକଙ୍କୁ ବାଥରୁମରେ ଟୁଥ୍ ବ୍ରଶ୍ ନ ରଖିବାକୁ ପରାମର୍ଶ ଦେଇଛନ୍ତି। ତେଣୁ ଯଦି ଆପଣ ଆଜି ପର୍ଯ୍ୟନ୍ତ ସମାନ କାର୍ଯ୍ୟ କରୁଥିଲେ, ତେବେ ତୁରନ୍ତ ବାଥରୁମକୁ ଯାଆନ୍ତୁ, ସେଠାରୁ ଆପଣଙ୍କର ଟୁଥ୍ ବ୍ରଶ୍ ବାହାର କରି ଆଣନ୍ତୁ ଏବଂ ଏପରି ଭୁଲକୁ ପୁନରାବୃତ୍ତି କରନ୍ତୁ ନାହିଁ।

Get real time updates directly on you device, subscribe now.