ଗର୍ଭଧାରଣ ସମୟରେ ମହିଳାମାନଙ୍କୁ ଅନେକ ପ୍ରକାର ସମସ୍ୟା ଦେଇ ଗତି କରିବାକୁ ପଡିଥାଏ । ଖାଦ୍ୟ ପେୟ ଠାରୁ ଆରମ୍ଭ କରି ନିଜର ଯତ୍ନ ନେବା ପର୍ଯ୍ୟନ୍ତ ପ୍ରତ୍ୟେକ କଥା ଉପରେ ଧ୍ୟାନ ଦେବାକୁ ପଡିଥାଏ । ତେବେ ଗର୍ଭଧାରଣ ସମୟରେ ମହିଳାମାନଙ୍କ ଶରୀରରେ ଅନେକ ପ୍ରକାର ପରିବର୍ତ୍ତନ ଦେଖାଦେଇଥାଏ । ଯେଉଁ କାରଣରୁ ବ୍ୟସ୍ତତା, ଶରୀରରେ ଯନ୍ତ୍ରଣା, ମୁଣ୍ଡ ବୁଲାଇବା ଅଦି ସମସ୍ୟା ଦେଖାଦେଇଥାଏ । ଏଥିସହିତ ଅନେକ ମହିଳାଙ୍କ ଛାତିରେ ମଧ୍ୟ ଯନ୍ତ୍ରଣା ଅନୁଭବ ହୋଇଥାଏ । ଯେଉଁ କାରଣରୁ ସେମାନେ ଅସୁସ୍ଥତା ଅନୁଭବ କରିଥାନ୍ତି । ତେବେ ଏହି ଛାତି ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ହେଲେ କିଛି କଥା ପ୍ରତି ଧ୍ୟାନ ଦେବାକୁ ପଡିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଗର୍ଭଧାରଣ ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ ହେଲେ କଣ କରିବେ, ଏବଂ କେଉଁ
ଉପାୟରେ ସେଥିରୁ ମୁକ୍ତି ପାଇବେ ।
ଛାତି ଯନ୍ତ୍ରଣାରୁ କିପରି ପାଇବେ ମୁକ୍ତି: ଗର୍ଭଧାରଣ ସମୟରେ ଛାତିରେ ଯନ୍ତ୍ରଣା ହେବା ଏକ ସମଧାରଣ କଥା । ତେବେ ଗର୍ଭଧାରଣର ପ୍ରଥମ କିଛି ଦିନ ଶରୀରରେ ପରିବର୍ତ୍ତନ କାରଣରୁ ଛାତିରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ତେବେ ଏହି ସମୟରେ ନିଜ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।
ଏହି ସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ:
ମସଲା ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ: ଗର୍ଭଧାରଣ ସମୟରେ ଏକାଥରେ ପେଟପୁରା ଖାଆନ୍ତୁ ନାହିଁ । ମଝିରେ ମଝିରେ ଟିକେ ଟିକେ କରି ଖାଦ୍ୟ ଖାଆନ୍ତୁ । ଏଥିସହିତ ମସଲା ଯୁକ୍ତ ଖାଦ୍ୟ ଏବଂ ମଦ ଓ ସିଗାରେଟ୍ ଠାରୁ ନିଜକୁ ଦୂରେଇ ରଖନ୍ତୁ ।
ସଠିକ୍ ଭାବରେ ବସନ୍ତୁ : ଗର୍ଭଧାରଣ ସମୟରେ ବସିବା ଏବଂ ଉଠିବା ବା ଛିଡାହେବା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଥାଏ । ତେଣୁ ଏହି ସମୟରେ ସଠିକ୍ ପୋଜିସନରେ ବସା ଉଠା କରିବା ଆବଶ୍ୟକ ।
ସଠିକ୍ ଭାବରେ ଶୁଅନ୍ତୁ: ଗର୍ଭଧାରଣ ସମୟରେ ମହିଳାମାନେ ଶୋଇବା ସମୟରେ ଶରୀରର ତଳ ଅଂଶ ଠାରୁ ଛାତିକୁ ଉଚ୍ଚା ରଖନ୍ତୁ । ଏଥିପାଇଁ ସେ ମାନେ ଶୋଇବା ସମନୟରେ ତକିଆ ବ୍ୟବହାର କରନ୍ତୁ । ଏତିସହିତ ଛାତି ଉପରେ କୌଣସି ଚାପ ପକାନ୍ତୁ ନାହିଁ । ଏତତ୍ ବ୍ୟତୀତ ଛାତିରେ ଯନ୍ତ୍ରଣା ନହେବା ପାଇଁ ଅଳ୍ପ ମାତ୍ରାରେ ଅଦା ଚାହା ପିଅନ୍ତୁ ।
ଅଧିକ ଚିନ୍ତା କରନ୍ତୁ ନାହିଁ: ଗର୍ଭଧାରଣ ସମୟରେ ମହିଳାମାନଙ୍କ ଶରୀରରେ ଅନେକ ପ୍ରକାର ପରିବର୍ତ୍ତନ ଗେଖା ଗେଇଥାଏ । ତେବେ ଏହି ସମୟରେ ମହିଳାମାନେ ଅଧିକ ଚିନ୍ତିତ ହେବା ଆବଶ୍ୟକ ନାହିଁ । ଏଥି ସହିତ ମନକୁ ଶାନ୍ତ ରଖିବା ପାଇଁ କିଛି ସମୟ ଯୋଗ କରନ୍ତୁ । ଏତତ୍ ବ୍ୟତୀତ ପରିବାର ସହ ସମୟ ଅତିବାହିତ କରନ୍ତୁ ।