fbpx

ବାଥରୁମରେ ଟୁଥବ୍ରଶ୍ ରଖୁଛନ୍ତି କି ? ତୁରନ୍ତୁ ବଦଳାନ୍ତୁ ଏହି ଅଭ୍ୟାସ ନଚେତ ଦେଖାଦେଇପାରେ ଏହି ସମସ୍ୟା

ଓଡ଼ିଶା ଭାସ୍କର: ଦୈନନ୍ଦିନ ଜୀବନରେ ଟୁଥ୍‌ବ୍ରଶ୍ ବ୍ୟବହାର କରିବା ଜରୁରି ଅଟେ । ଏହା ଦାନ୍ତକୁ ସଫା ଏବଂ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ବିଶେଷ କରି ଭୋଜନ ଖାଇସାରି ମୁହଁ ଧୋଇଲା ପରେ ମଧ୍ୟ ଦାନ୍ତ କୋଣରେ ଖାଦ୍ୟର କିଛି ଅଂଶ ରହିଯାଇଥାଏ । ଏହାକୁ ଠିକ୍ ଭାବରେ ସଫା ନକଲେ ଦାନ୍ତରେ କ୍ୟାଭିଟି, ଇନଫେକସନ୍‌, ମୁହଁରୁ ଦୁର୍ଗନ୍ଧ ଆସିବା ଭଳି ସମସ୍ୟା ଦେଖାଦେଇଥାଏ । ଡାକ୍ତରଙ୍କ କହିବାନୁଯାୟୀ ଦିନରେ ଅତିକମରେ ଦୁଇ ଥର ସକାଳେ ଏବଂ ରାତିରେ ବ୍ରଶ୍ କରିବା ଦ୍ୱାରା ଓରାଲ ହେଲ୍‌ଥ ଭଲ ରହିଥାଏ । ଅଧିକାଂଶ ଲୋକମାନେ ଟୁଥ୍‌ବ୍ରଶ୍ ବ୍ୟବହାର କରିଥାନ୍ତି କିନ୍ତୁ ଏହାକୁ ଉଚିତ ସ୍ଥାନରେ ରଖିବା ବିଷୟରେ ଧ୍ୟାନ ଦିଅନ୍ତି ନାହିଁ । ସାଧାରଣତଃ ଲୋକମାନେ ବାଥରୁମ ନିକଟରେ କିମ୍ପା ବାଥରୁମରେ ଟୁଥବ୍ରଶ୍ ରଖିଥାନ୍ତି ଯାହା ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ନିମନ୍ତ୍ରଣ କରିଥାଏ । ତେବେ ଆସନ୍ତୁ ଜାଣିବା ବାଥରୁମରେ ଟୁଥବ୍ରଶ୍ କାହିଁକି ରଖିବା ଉଚିତ ନୁହେଁ ।

୧. ବ୍ୟାକ୍ଟେରିଆ ଏବଂ ଫଙ୍ଗସ: ବାଥରୁମ୍ ହେଉଛି ଏକ ଆଦ୍ର ସ୍ଥାନ ଯେଉଁଠି ବ୍ୟାକ୍ଟେରିଆ ଏବଂ ଫଙ୍ଗସ ସହଜରେ ବଂଶ ବୃଦ୍ଧି କରିପାରିବେ । ଟୁଥବ୍ରଶ୍ ମାଧ୍ୟମରେ ଏହା ଶରୀରରେ ପ୍ରବେଶ କରି ବ୍ୟକ୍ତିକୁ ରୋଗାଗ୍ରସ୍ତ କରିପାରିବେ ।

୨. ଦୂଷିତ ଜଳ ସମ୍ପର୍କରେ ଆସିବା: ବାଥରୁମ କେବଳ ଶୌଚ ଏବଂ ସ୍ନାନ ପାଇଁ ଉଦ୍ଦିଷ୍ଟ । ବାଥରୁମରେ ଟୁଥବ୍ରଶ ରଖିବା ଦ୍ୱାରା ଏଥିରେ ଦୂଷିତ ଜଳର କଣିକା ସଂସ୍ପର୍ଶରେ ଆସିଥାଏ । ଏଥିରେ ଅନେକ ଜୀବାଣୁ ରହିଥାଏ ଯାହା ଖାଲି ଆଖିରେ ଦେଖାଯାଏ ନାହିଁ ।

୩. ଟଥବ୍ରଶ୍ ଶୀଘ୍ର ଖରାପ ହେବା: ବାଥରୁମରେ ଆଦ୍ରତା ଏବଂ ଗରମ କାରଣରୁ ଟୁଥବ୍ରଶ୍ ଶୀଘ୍ର ଖରାପ ହୋଇଥାଏ । ଏହାର bristles ଦୁର୍ବଳ ହୋଇଥାଏ । ଫଳରେ ଦାନ୍ତ କୋଣ ଠିକରେ ସଫା ହୋଇନଥାଏ ଏବଂ କ୍ୟାଭିଟି ସମସ୍ୟା ଦେଖାଦେଇଥାଏ ।

ଟୁଥବ୍ରଶ୍ ବ୍ୟବହାର କରୁଥିଲେ ଏହି ସବୁ ଦିଗ ପ୍ରତି ଯତ୍ନବାନ ହୁଅନ୍ତୁ 

– ଟୁଥବ୍ରଶକୁ ସବୁବେଳେ କ୍ୟାପ୍ ଦେଇ ରଖନ୍ତୁ

– ଟୁଥବ୍ରଶ୍ ବ୍ୟବହାର ପରେ ଭଲ ସଫା କରନ୍ତୁ(ଉଷୁମ ପାଣି ବ୍ୟବହାର କରିପାରିବେ)

– ପ୍ରତି ୨-୩ ମାସରେ ଟୁଥବ୍ରଶ୍ ବଦଳାନ୍ତୁ

– ଟୁଥବ୍ରଶ୍ ଭଲଭାବରେ ଶୁଖିଗଲା ପରେ କ୍ୟାପ୍ ଲଗାନ୍ତୁ । ଆପଣ ଚାହିଁଲେ ଟୁଥବ୍ରଶ୍ ଖରାରେ ଶୁଖାଇ ପାରିବେ ।

Get real time updates directly on you device, subscribe now.