fbpx

କେଜ୍ରିୱାଲଙ୍କୁ ମିଳିଲା ଅନ୍ତରୀଣ ଜାମିନ, ମୁଖ୍ୟମନ୍ତ୍ରୀ ରହିବେ କି ନାହିଁ ତାହା ତାଙ୍କ ନିଷ୍ପତ୍ତି: ସୁପ୍ରିମକୋର୍ଟ

ଓଡିଶା ଭାସ୍କର: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି । ଏହି ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଇଡି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଆମ ଆଦମୀ ମୁଖ୍ୟଙ୍କୁ ଏହି ଅନ୍ତରୀଣ ଜାମିନ ପ୍ରଦାନ କରିଥିବା ଜଣାପଡିଛି ।

ଏହାବାଦ ବଡ ବେଞ୍ଚଙ୍କୁ ଏହି ମାମଲା ହସ୍ତାନ୍ତର କରିବେ ସର୍ବୋଚ୍ଚ ନ୍ୟାୟାଳୟ ବୋଲି ମଧ୍ୟ ସୂଚନା ମିଳିଛି । ଏଥିପାଇଁ ୩ ଜଣିଆ ବେଞ୍ଚର ଗଠନ ହେବ । ଯେଉଁଥିରେ ୩ ଜଣ ବିଚାରପତି ରହିବେ । ସେମାନଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ନିଯୁକ୍ତ କରିବେ । ବଡ ବେଞ୍ଚର ନିଷ୍ପତ୍ତି ନ ସରିବା ପର୍ଯ୍ୟନ୍ତ କେଜ୍ରିୱାଲ ଅନ୍ତରୀଣ ଜାମିନରେ ରହିବେ । କେଜ୍ରିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିବେ କି ନାହିଁ – ଏହି ନିଷ୍ପତ୍ତି ତାଙ୍କର ହେବ ବୋଲି ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି ।

Get real time updates directly on you device, subscribe now.