ଅଟୋବାଲାଙ୍କ ଉପରେ ବର୍ଷିଲା କେଜ୍ରିୱାଲଙ୍କ କୃପା, ଝିଅମାନଙ୍କର ବିବାହ ଖର୍ଚ୍ଚ ସହ ୧୦ ଲକ୍ଷ ଟଙ୍କାର ବୀମା ଦେବ ଆପ୍ ସରକାର

ନୂଆଦିଲ୍ଲୀ: ଦିଲ୍ଲୀର ଆପ୍ ସରକାର ଅଟୋବାଲାଙ୍କୁ ବଡ଼ ଖୁସି ଖବର ଦେଇଛନ୍ତି। ସରକାର ଏହା ଘୋଷଣା କରିଛନ୍ତି ଯେ, ଦିଲ୍ଲୀର ଅଟୋ ଚାଳକଙ୍କ ଝିଅର ବିବାହରେ ସରକାର ସେମାନଙ୍କୁ ୧ ଲକ୍ଷ ଟଙ୍କା ଦେବେ। ଏଥିସହ ହୋଲି ଏବଂ ଦୀପାବଳିରେ ସେମାନଙ୍କ ୟୁନିଫର୍ମ ପାଇଁ ୨୫୦୦ ଟଙ୍କା ଦେବା ପାଇଁ ମଧ୍ୟ ଘୋଷଣା କରିଛନ୍ତି। ଏହା ବ୍ୟତୀତ ଦିଲ୍ଲୀ ସରକାର ନିଜର ବିଶାଳ ହୃଦୟ ଦେଖାଇ ଅଟୋବାଲାଙ୍କ ପାଇଁ ୫ ଲକ୍ଷର ଆକ୍ସିଡେଣ୍ଟାଲ ବୀମା କରିବାର ପ୍ରତିଜ୍ଞା କରିଛନ୍ତି। ସରକାର ଅଟୋବାଲାଙ୍କ ସହ ସେମାନଙ୍କ ପରିବାର ଲୋକଙ୍କୁ ମଧ୍ୟ ଧ୍ୟାନରେ ରଖିଛନ୍ତି। ଯେଉଁଥିରେ ଦିଲ୍ଲୀ ସରକାର ଅଟିବାଲାଙ୍କ ପିଲାଙ୍କର କୋଚିଂ ଫ୍ରୀ କରିବାର ପ୍ରତିଜ୍ଞା କରିଛନ୍ତି। ଏଥିସହ ଔର ପୁଛୋ ଆପ୍ ମଧ୍ୟ ଆରମ୍ଭ କରିବାକୁ କହିଛନ୍ତି।

ଅଟୋବାଲାଙ୍କ ଉପରେ ଉପହାରର ବର୍ଷା କରି ଆମ୍ ଆଦମୀ ପାଟୀର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଅଟୋ ବାଲାଙ୍କ ସହ ମୋର ସଂପର୍କ ବହୁତ ପୁରୁଣା। ଯେବେ କଂଗ୍ରେସର ସରକାର ଅଟୋବାଲାଙ୍କୁ କଷ୍ଟ ଦେଉଥିଲା, ସେବେ ମୁଁ ଜଣେ ପ୍ରଥମ ନେତା ଥିଲି, ଯିଏ ରାମଲୀଳା ମଇଦାନରେ ଅଟୋବାଲାଙ୍କ ସହ ସଭା କରିଥିଲି।