ଓଡ଼ିଶା ଭାସ୍କର: କେନ୍ଦ୍ରାପଡା ଜିଲ୍ଲା ଇନ୍ଦୁପୁର ଡାକ୍ତରଖାନାରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ହେବା ଫଳରେ ଡାକ୍ତରଖାନାର ଅନେକ ସାମଗ୍ରୀ ନଷ୍ଟ ହୋଇଥିବା ସୂଚନା ମିଳିଛି । ତେବେ ଏହାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ପ୍ରୟାସ ଜାରି ରଖିଛି ଅଗ୍ନିଶମ ବାହନୀ। ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା ସେନେଇ କୌଣସି ସୂଚନା ମିଳିପାରି ନାହିଁ । ଅପରପକ୍ଷେ ଏହା ଦ୍ୱାରା କେତେ ଜଣଙ୍କର କ୍ଷତି ହୋଇଛି ତାହା ମଧ୍ୟ ଜଣାପଡି ନାହିଁ ।