କେନ୍ଦୁଝର: ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ରଙ୍ଗିଲା ଅଧ୍ୟାପକ ଗିରଫ

କେନ୍ଦୁଝର ଇଂଜିନିୟରିଂ କଲେଜରେ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ। କମ୍ପ୍ୟୁଟର ସାଇନ୍ସ ଅଧ୍ୟାପକ ଗିରଫ।

କେନ୍ଦୁଝର: କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟରେ ଜଣେ ଦ୍ଵିତୀୟ ବର୍ଷର ଛାତ୍ରୀଙ୍କୁ ତୁଷ୍କର୍ମ ଉଦ୍ୟମକୁ ନେଇ ଟାଉନ ଥାନାରେ ମାମଲା ରୁଜୁ ହୋଇଛି।
ପୁଲିସ ଅଭିଯୋଗ ପାଇବା ପରେ ଅଧ୍ୟାପକ ଅମୀୟ ଭୂଷଣ ଚାଗ୍‌ଯାଦବ (୨୭)କୁ ଗିରଫ କରି ଡାକ୍ତରୀ ମାଇନା କରିଛି। ଆଜି ଅଧ୍ୟାପକ କୋର୍ଟ ଚାଲାଣ ହୋଇଛନ୍ତି ବୋଲି ଟାଉନଥାନା ଅଧିକାରୀ ଶ୍ରୀକାନ୍ତ ସାହୁ ‘ଓଡିଶା ଭାସ୍କର’କୁ କହିଛନ୍ତି।
କମ୍ପ୍ୟୁଟର ବିଭାଗର ଅଧ୍ୟାପକ: କମ୍ପ୍ୟୁଟର ବିଭାଗର ଅଧ୍ୟାପକ ଅମୀୟ ରବିବାର କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା।
କଲେଜ ନିକଟବର୍ତ୍ତୀ ଏକ କୋଠାରେ ଛାତ୍ରୀମାନେ ରହୁଥିବା ବେଳେ କେତେକ ଅଧ୍ୟାପକ ମଧ୍ୟ ରହି ଆସୁଥିଲେ। ବାଲେଶ୍ଵର ଜିଲ୍ଲାର ଜଣେ ୨ୟ ବର୍ଷର ଛାତ୍ରୀ ରବିବାର ଏକ ପାଠ ବୁଝିବାକୁ ଅଧ୍ୟାପକ ଅମୀୟଙ୍କ କୋଠରୀକୁ ଯାଇଥିଲା।
କଫି ପିଆଇ ଦୁଷ୍କର୍ମ ଉଦ୍ୟମ: ଏହି ସମୟରେ ଅଧ୍ୟାପକ ଜଣଙ୍କ ନିଜର ପୋଷାକ ବଦଳାଇବା ପରେ କଫି ଆଣି ଛାତ୍ରୀଙ୍କୁ ପିଇବାକୁ ଦେଇଥିଲେ। ଛାତ୍ରୀ ଜଣଙ୍କ କଫି ପିଇବାକୁ ମନା କରିବା ପରେ ଅଧ୍ୟାପକ ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ।
ଦୀର୍ଘସମୟ ଧରି ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଛାତ୍ରୀ ଜଣଙ୍କ ଉଦ୍ଧାର କରି ଚିତ୍କାର କରିବାରୁ ପାଖ କୋଠାରୀରେ ଥିବା ଅନ୍ୟ ଛାତ୍ରୀ ଓ ଅଧ୍ୟାପକ ସହିତ ଘର ମାଲିକ ସେଠାରେ ପହଞ୍ଚିଥିଲେ।
ଠିକ୍ ସମୟରେ ଉଦ୍ଧାର: ଭୟରେ ଛାତ୍ରୀ ଜଣଙ୍କ ଥରୁଥିବା ବେଳେ ସହ‌ପାଠୀମାନେ ଉଦ୍ଧାର କରି ସେଠାରୁ ନେଇଥିଲେ। ଏହି କଥା ଛାତ୍ରୀ ଜଣଙ୍କ ନିଜର ବାପାଙ୍କୁ ଜଣାଇଥିଲା।
ସୋମବାର ଅପରାହ୍ନରେ ଛାତ୍ରୀ ପରିବାର ସହିତ ଆସି ଟାଉନ ଥାନାରେ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ କରିଥିଲା। ପୁଲିସ ଅଧ୍ୟାପକକୁ ଗିରଫ କରି ତଦନ୍ତ ଚଳାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।