Ragging ଯୋଗୁ ସ୍କୁଲ ବଦଳେଇଲେ ଛାତ୍ର, ସମାଧାନ ମିଳିଲାନି ବୋଲି ହାରିଲେ ପ୍ରାଣ, SIT କଲା ଯାଞ୍ଚ ଆରମ୍ଭ
୯ମ ଶ୍ରେଣୀ ଛାତ୍ରକୁ ଟଇଲେଟ୍ ଚଟେଇ କଲେ ହଇରାଣ । ଶେଷର ୨୬ ମହଲା ଉପରୁ ଡେଇଁ ଛାତ୍ର ହରିଲା ପ୍ରାଣ ।
କୋଚି: କେରଳରେ ଏକ ଘରୋଇ ସ୍କୁଲରେ ଛାତ୍ର ଆତ୍ମହତ୍ୟା ଘଟଣାରେ ଆସିଛି ନୂଆ ମୋଡ଼ । ମୃତ ମିହିରଙ୍କ ପରିବାର ଲୋକ ର୍ୟାଗଙ୍ଗ ଅଭିଯୋଗ ସାମ୍ନାକୁ ଆସିବା ପରେ ଏସଆଇଟି ଯାଞ୍ଚ ଆରମ୍ଭ କରିଛି ।
ମିହିରଙ୍କ ମା’ ସିଏମଓ ଏବଂ ପୋଲିସ ପ୍ରମୁଖଙ୍କ ନିକଟରେ ପୁଅର ଆତ୍ମହତ୍ୟାର କାରଣ ସମ୍ପର୍କରେ ଅଭିଯୋଗ ଦାଏର କରିଛନ୍ତି । ମିହିରଙ୍କ ମା’ ରାଜନା କହିଛନ୍ତି, ମିହିର ୯ମ ଶ୍ରେଣୀରେ ପାଠ ପଢ଼ୁଥିଲେ । ୨୦୨୪ରେ ମିହିରଙ୍କ ନାମ ଜିଇଏମଏସ୍ ମଡର୍ନ ଏକଡେମିରେ ଲେଖାଯାଇଥିଲା । ମିହିର ସହିତ ସ୍କୁଲ ଏବଂ ସ୍କୁଲ ବସରେ ପିଲମାନେ ଖରାପ ବ୍ୟବହାର କରୁଥିବା କହିଛନ୍ତି ତାଙ୍କ ମା’ ।
ସାହିପାରିଲାନି : ସ୍କୁଲର କିଛି ପିଲାଙ୍କ ସହ ପାଟିତୁଣ୍ଡ ହେବା ପରେ ସେମାନେ ମିହିରଙ୍କୁ ଜବରଦସ୍ତି ଟଇଲେଟ ନେଇ ସେଠାରେ ତାଙ୍କୁ ପ୍ୟାନ୍ ଚଟେଇଲେ ଏବଂ ପ୍ୟାନରେ ମୁହଁ ପୁରେଇ ଫ୍ଲସ୍ କରିଥିବା କୁହାଯାଉଛି ।
ଜାନୁଆରୀ ୧୫ ତାରିଖ ଦିନ ୩ଟା ୨୫ରେ ମିହିର ଘରକୁ ଫେରି ୨୬ ମହଲା ଉପରୁ ଡେଇଁ ଆତ୍ମହତ୍ୟା କରିଥିଲେ । ରବିବାର ମିହିର ମା’ ବାପାଙ୍କ ବୟାନ ରେକର୍ଡ କରିଛି ଏସଆଇଟି । ସୂଚନା ମୁତାବକ ମିହିର ପୂର୍ବରୁ ପଢ଼ୁଥିବା ସ୍କୁଲରେ ମଧ୍ୟ ତାଙ୍କୁ ନିର୍ଯାତନା ଦିଆଯାଉଥିଲା ।