ମାୟାବିନୀ ପ୍ରେମିକା… ଆର୍ୟୁବେଦିକ ପାନୀୟରେ ବିଷ ଦେଇ ପ୍ରେମିକକୁ ହତ୍ୟା କରିଥିବା ଗ୍ରୀଷ୍ମା ଏବେ ଶୁଳୀରେ ଝୁଲିବ
ଗ୍ରୀଷ୍ମା ଚାହୁଁ ନ ଥିଲା ଶାରୋନଙ୍କ ସହ ସମ୍ପର୍କ । ଯେଉଁ କାରଣରୁ ଜୀବନରୁ ଅଧିକ ଭଲପାଉଥିବା ପ୍ରେମିକକୁ ବିଷ ଦେଇ ମାରିଦେଲା ।
ତିରୁଅନନ୍ତପୁରମ୍: ତିରୁଅନନ୍ତପୁରମ୍ର ଅତିରିକ୍ତ ଜିଲ୍ଲା ସେସନ୍ସ କୋର୍ଟ ୨୦୨୨ ଶାରୋନ ରାଜ (୨୩ )ହତ୍ୟା ମାମଲାରେ ଅଭିଯୁକ୍ତ ପ୍ରେମିକା ଗ୍ରୀଷ୍ମାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଶୁକ୍ରବାର ୨୪ ବର୍ଷୀୟା ଗ୍ରୀଷ୍ମାଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିବା ଅଦାଲତ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ସହଯୋଗୀ ଭୂମିକା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ତାଙ୍କ ମାମୁଁ ନିର୍ମଳ କୁମାରଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
କପଟୀ: ନେୟାତିଙ୍କରା ଅତିରିକ୍ତ ସେସନ୍ସ କୋର୍ଟ ଏହା ଏକ ବିରଳ ମାମଲା, ତେଣୁ ଗ୍ରୀଷ୍ମାଙ୍କ ବୟସକୁ ବିଚାରକୁ ନିଆଯାଇ ପାରିବ ନାହିଁ ବୋଲି ଦର୍ଶାଇ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ପୂର୍ବରୁ ପ୍ରତିପକ୍ଷ ନିଜ ଯୁକ୍ତିରେ ଦର୍ଶାଇଥିଲେ ଯେ ସେ ଜଣେ ଯୁବତୀ, ଯାହାର ଶିକ୍ଷାଗତ ରେକର୍ଡ ଆଶାଜନକ ଥିଲା ଏବଂ ସେ ସଂସ୍କାର ପାଇଁ ସୁଯୋଗ ପାଇବାକୁ ଯୋଗ୍ୟ।
୨୦୨୨ ମସିହା ଅକ୍ଟୋବର ୨୫ ତାରିଖରେ ପାରାସଲାର ଶାରୋନ ରାଜଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ତଦନ୍ତରୁ ଜଣାପଡ଼ିଥିଲା । ଗ୍ରୀଷ୍ମାଙ୍କ ପ୍ରେମିକ ଶାରୋନ ତାଙ୍କ ସହ ସମ୍ପର୍କ ଭାଙ୍ଗିବାକୁ ଚାହୁଁ ନ ଥିବାବେଳେ ଗ୍ରୀଷ୍ମା ତାଙ୍କୁ ଆୟୁର୍ବେଦୀୟ ପାନୀୟରେ ବିଷ ମିଶାଇ ପିଇବାକୁ ଦେଇଥିଲେ। ଗ୍ରୀଷ୍ମାଙ୍କ ଘର ଲୋକେ ତାଙ୍କ ବାହାଘର ଅନ୍ୟ ଜଣଙ୍କ ସହ ସ୍ଥିର କରିବା କାରଣରୁ ସେ ଶରୋନଙ୍କୁ ଛାଡ଼ିବାକୁ ଚାହୁଁଥିଲେ । ଯେଉଁ କାରଣରୁ ସେ ତାଙ୍କୁ ବିଷ ଦେଇ ହତ୍ୟା କରିଥିଲେ ।