fbpx

କେରଳରେ ସମୟ ପୂର୍ବରୁ ହେବ ମୌସୁମୀର ଆଗମନ, ଗରମରୁ ମିଳିବ ଆଶ୍ୱସ୍ତି, ବର୍ଷାକୁ ନେଇ IMD ଦେଲା ସୂଚନା

Advertisement

ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ମୌସୁମୀ ମେ’ ୩୧ ପାଖାପାଖି କେରଳରେ ପହଞ୍ଚିବାର ସମ୍ଭାବନା ରହିଛି । ଏହି ଆଧାରରେ ଅନ୍ୟ ରାଜ୍ୟ ଲାଗି ମୌସୁମୀର ସ୍ଥିତି କ’ଣ ରହିବ ତାହା ଧାର୍ଯ୍ୟ କରାଯିବ । ଭାରତର କୃଷି ଆଧାରିତ ଅର୍ଥ ବ୍ୟବସ୍ଥା ଲାଗି ଏହି ମୌସୁମୀ ବର୍ଷା ସର୍ବାଧିକ ଗୁରୁତ୍ୱ ରଖିଥାଏ । ଆଇଏମଡି ଅନୁଯାୟୀ ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ମେ’ ୩୧ରେ କେରଳରେ ପହଞ୍ଚିପାରେ । ତେବେ ଏଥିରେ ୪ଦିନ ଆଗ କିମ୍ବା ପଛ ହେବାର ସମ୍ଭାବନା ରହିଛି ।
ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ଚଳିତ ବର୍ଷ କେରଳରେ ମୌସୁମୀ ବର୍ଷା ମେ’ ୨୭ କିମ୍ବା ୪ ଜୁନ୍ ୨୦୨୪ ମଧ୍ୟରେ ହୋଇପାରେ । କେରଳରେ ମୌସୁମୀ ଆସିବାର ସ୍ୱଭାବିକ ତାରିଖ ୧ରୁ ୪ ଜୁନ୍ ପର୍ଯ୍ୟନ୍ତ ରହିଛି । ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବୁଧବାର କହିଛନ୍ତି, ଏଥର ସ୍ୱଭାବିକ ତାରିଖ (ଜୁନ୍ ୧)ପାଖାପାଖି ମୌସୁମୀ ଆସିବ ।

ଏହା ପୂର୍ବରୁ ପାଣିପାଗ ବିଭାଗ ଦକ୍ଷିଣ ପଶ୍ଚିମ ମୌସୁମୀ ମେ’ ୧୯ ସୁଦ୍ଧା ଆଣ୍ଡାମାନ ନିକୋବର ଦ୍ୱୀପ ସମୂହରେ ପହଞ୍ଚିବା ନେଇ ଅନୁମାନ ଲଗାଇଥିଲା ଯାହା ସ୍ୱଭାବିକ ତାରିଖ ଠାରୁ ୩ ଦିନ ପୂର୍ବରୁ ଥିଲା । ପ୍ରତିବର୍ଷ ଆଣ୍ଡାମାନ ନିକୋବରରେ ମୌସୁମୀ ମେ’ ୨୨ ସୁଦ୍ଧା ଆସିଥାଏ । ଆଣ୍ଡାମାନ ନିକୋବର ଦେଇ ମୌସୁମୀ କେରଳରେ ପହଞ୍ଚିଥାଏ । ୧୦ ଜୁନ୍ ସୁଦ୍ଧା ମୌସୁମୀ ମହାରାଷ୍ଟ୍ରରେ ପହଞ୍ଚିଯାଏ । ଏହାପରେ ଆଗକୁ ଗତି କରି ଏହା ଜୁନ୍ ୧୫ରେ ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ, ଝାରଖଣ୍ଡ, ବିହାରରେ ପହଞ୍ଚିଥାଏ । ଏବେ ଆଇଏମଡି ଏହି ରାଜ୍ୟରେ ମୌସୁମୀ ପହଞ୍ଚିବାର କୌଣସି ତାରିଖ କହି ନାହିଁ ।

Get real time updates directly on you device, subscribe now.