ନୂଆଦିଲ୍ଲୀ: ଭାରତର ସର୍ବ ପୁରାତନ ବିଲିୟନିୟର ତଥା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ର ଚେୟାରମ୍ୟାନ୍ ଏମିରିଟସ୍ କେଶବ ମହିନ୍ଦ୍ରାଙ୍କ ଏପ୍ରିଲ୍ ୧୨, ୨୦୨୩ ରେ ବୁଧବାର ଦେହାନ୍ତ ହୋଇଛି। ସେ ୯୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ ଭାରତର ୧୬ ନୂତନ ବିଲିୟନେୟାରଙ୍କ ମଧ୍ୟରେ ୨୦୨୩ ର ପ୍ରକାଶିତ ଫୋର୍ବସ୍ ବିଲିୟନେୟାର ତାଲିକାରେ ତାଙ୍କ ନାମ ଅନ୍ତର୍ଭୁକ୍ତ ହୋଇଥିଲା । ସେ ୧.୨ ବିଲିୟନ ଡଲାର ମୂଲ୍ୟର ସମ୍ପତ୍ତି ର ମାଲିକ । ସେ ୪୮ ବର୍ଷ ଧରି ମହିନ୍ଦ୍ରା ଗୋଷ୍ଠୀର ନେତୃତ୍ୱ ନେବା ପରେ ୨୦୧୨ ରେ ଚେୟାରମ୍ୟାନ୍ ପଦ ଛାଡିଥିଲେ। ତେବେ ତାଙ୍କର ଦେହାନ୍ତ ବର୍ତ୍ତମାନ ସମସ୍ତଙ୍କୁ ଚକିତ କରିଦେଇଛି ।
କେଶବ ମହିନ୍ଦ୍ରା ଆମେରିକାର ପେନସିଲଭାନିଆ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ। ସେ ୧୯୪୭ ରେ ମହିନ୍ଦ୍ରା ଗ୍ରୁପରେ ଯୋଗ ଦେଇଥିଲେ ଏବଂ ୧୯୬୩ ରେ କମ୍ପାନୀର ଚେୟାରମ୍ୟାନ୍ ହୋଇଥିଲେ। କେନ୍ଦ୍ରୀୟ ଶିଳ୍ପ ପରାମର୍ଶଦାତା ପରିଷଦ ସମେତ ଅନେକ କମିଟିରେ କେଶବ ମହିନ୍ଦ୍ରା ସ୍ଥାନ ପାଇଥିଲେ । ସେ SAIL, ଟାଟା ଷ୍ଟିଲ, ଟାଟା କେମିକାଲ୍ସ, ଇଣ୍ଡିଆନ ହୋଟେଲ, ଆଇଏଫସି ଏବଂ ଆଇସିଆଇସିଆଇ ସମେତ ବିଭିନ୍ନ କମ୍ପାନୀର ବୋର୍ଡ ଏବଂ ପରିଷଦରେ ମଧ୍ୟ କାର୍ଯ୍ୟ କରିଥିଲେ । ଆପଣଙ୍କୁ କହିବାକୁ ଗଲେ ୨୦୦୪ ରୁ ୨୦୧୦ ପର୍ଯ୍ୟନ୍ତ କେଶବ ମହିନ୍ଦ୍ରା ପ୍ରଧାନମନ୍ତ୍ରୀ ବାଣିଜ୍ୟ ଓ ଉଦ୍ୟୋଗ ପରିଷଦ ନୂଆଦିଲ୍ଲୀର ସଦସ୍ୟ ଥିଲେ।