ଅଳ୍ପ ଦିନରେ ବଦଳିବାକୁ ଯାଉଛି ଏହି ରାଶିର ଭାଗ୍ୟ, ଅକସ୍ମାତ୍ ଦନ ଲାଭ ସାଙ୍ଗକୁ କାର୍ଯ୍ୟ କ୍ଷେତ୍ରରେ ମାନ ସମ୍ମାନ ହେବ ବୃଦ୍ଧି

କେତୁ ଚଳନରେ ମିଳିବ କୃପା । ମିଲିବ ଯଶ, କ୍ଷାତି ।

ଓଡ଼ିଶା ଭାସ୍କର: ପାପି ଗ୍ରହ ରାହୁ ଏବଂ କେତୁ ସବୁବେଳେ ଓଲଟା ଚଳନ କରନ୍ତି । ରାହ-କେତୁ ଗୋଚର ଦେଢ ବର୍ଷରେ ଥରେ ହୁଏ । ଚଳିତ ବର୍ଷ ମେ ୧୮ ତାରିଖରେ ରାହୁ ଓ କେତୁ ଗୋଚର କରତବାକୁ ଯାଉଛନ୍ତି ।

କେତୁ ଗୋଚର ଫଳରେ ଗ୍ରହରାଜ ସୂର୍ଯ୍ୟ ସିଂହ ରାଶିରେ ପ୍ରବେଶ କରିବେ । କେତୁଙ୍କ ସିଂହରେ ଗୋଚର ସମସ୍ତ ୧୨ ରାଶି ପାଇଁ ଶୁଭ-ଅଶୁଭ ମିଶ୍ରିତ ଫଳ ପ୍ରଦାନ କରିବେ ।

ଜ୍ୟୋତିଷଙ୍କ ଅନୁସାରେ, ୧୨ ରାଶି ଭିତରୁ ୩ ରାଶିପାଇଁ କେତୁ ଗୋଚର କୋଟିପତି କରିଦେବ । ହଠାତ୍ ଧନ ଲାଭର ଯୋଗ ରହିଛି । ଏପରି ଉନ୍ନତି ମିଳିବ ଯାହାର କଳ୍ପନା ସେ କେବେ କରି ନ ଥିବେ ।

ବୃଷ ରାଶି: ୨୦୨୫ରେ ହେବାକୁ ଥିବା କେତୁ ଗୋଚର ବୃଷ ରଶି ପାଇଁ ସକରାତ୍ମତ ସାବ୍ୟସ୍ତ ହେବ । ଏହି ରାଶିର ଲୋକଙ୍କୁ ଧନ, ସମ୍ପତ୍ତି, ନୂଆ ଗାଡ଼ି ମିଳିବାର ସମ୍ଭାବନା ରହିଛି । ଜୀବନରେ ପ୍ରତ୍ୟେକ ସୁଖ ସୁବିଧା ମିଳିବ । ସମ୍ପର୍କୀୟଙ୍କ ସହ ସମ୍ପର୍କ ମଜଭୁତ ହେବ ।

ତୁଳା ରାଶି: ଏହି ରାଶି ପାଇଁ କେତୁ ଗ୍ରହ ଗୋଚର ଅନୁକୂଳ ଫଳ ପ୍ରଦାନ କରିବ । ଆୟରେ ବିରାଟ ପରିବର୍ତ୍ତନ ଦେଖାଦେବ । ସରକାରୀ ଯୋଜନା ଓ ନିବେଶରୁ ବଡ଼ ଧରଣର ଲାଭ ମିଳିବ । ପ୍ରମୋଶନ ମିଳିବ । ଅଟକି ରହିଥିବା କାମ ପୂରା ହେବ ।

କର୍କଟ ରାଶି: କେତୁ ଗୋଚର ଫଳରେ ଏହି ରାଶିର ବ୍ୟକ୍ତିଙ୍କୁ ଧନ ଲାଭର ଯୋଗ ରହିଛି । କ୍ୟାରିୟରରେ ଉନ୍ନତି ଆସିବ । ବହୁ ଦିନ ଧରି ଦେଖୁଥିବା ସ୍ୱପ୍ନ ପୂରା ହେବ । ବ୍ୟବସାୟରେ ମଧ୍ୟ ଭଲ ଲାଭ ମିଳିବ ।