fbpx

ଜୟଲଳିତାଙ୍କ ଝିଆରୀକୁ ମିଳିଲା ବେଦ ନିଲୟମ: ସପକ୍ଷରେ ରାୟ ଦେଲେ ହାଇକୋର୍ଟ

ଚେନ୍ନାଇ: ମାଡ୍ରାସ ଉଚ୍ଚ ନ୍ୟାୟାଳୟ ନିର୍ଦେଶ କ୍ରମେ ଦିବଂଗତ ଏଆଇଡିଏମକେ ନେତ୍ରୀ କେ.ଜୟଲଳିତାଙ୍କ ଚେନ୍ନାଇର ପୋସ ଗାର୍ଡନସ୍ଥିତ ବାସଭବନ ‘ବେଦ ନିଲୟମ’କୁ ଦଖଲକୁ ନେଇଛନ୍ତି ତାଙ୍କ ଝିଆରୀ ଦୀପା ଜୟକୁମାର । ଜୟଲଳିତାଙ୍କ ମୃତୁ୍ୟ ପରେ ତାଙ୍କ ପରିବାର ସଦସ୍ୟଙ୍କ ବିନା ଅନୁମତିରେ ତକ୍ରାଳୀନ ରାଜ୍ୟ ସରକାର ବେଦ ନିଲୟମକୁ ଏକ ସ୍ମାରକୀ ଭାବେ ଘୋଷଣା କରିଥିଲେ । ଏହା ବିରୋଧରେ ଦୀପା ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ନଭେମ୍ବର ୨୪ରେ ଏହାର ରାୟ ପ୍ରକାଶ ପାଇଥିଲା ଓ ଦୀପା ବିଜୟୀ ହୋଇଥିଲେ । ରାୟ ଆଧାରରେ ଚେନ୍ନାଇ ଜିଲ୍ଲା ପ୍ରଶାସନ ଶୁକ୍ରବାର ରାତିରେ ଦୀପାଙ୍କୁ ଘରର ଚାବି ହସ୍ତାନ୍ତର କରିଥିଲେ ।

ଏହା ପରେ ସ୍ୱାମୀ ମାଧବନ ଓ ଅନ୍ୟ ଶୁଭେଚ୍ଛୁଙ୍କ ଗହଣରେ ବାସଭବନକୁ ପ୍ରବେଶ କରିଥିଲେ । ଦୀପା କହିଛନ୍ତି ଯେ ସେ ଜୟଲଳିତାଙ୍କ ମୃତୁ୍ୟ ପରେ ପ୍ରଥମ ଥର ବେଦ ନିଲୟମକୁ ପ୍ରବେଶ କରିଛନ୍ତି । ସମସ୍ତ କୋଠରୀ ଶୂନ୍ୟ ଥିବା ଓ ଜୟଲଳିତାଙ୍କ ଦ୍ୱାରା ବ୍ୟବହୃତ ଆସବାବ ପତ୍ର ନଥିବା ଦେଖି ସେ ବିସ୍ମୟ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.