fbpx

ଭାରତରେ ହେବାକୁ ଯାଉଥିବା ୱାର୍ଲ୍ଡ କପ୍ କୁ ବନ୍ଦ କର ଅନ୍ୟଥା ହେବ ବଡ ଧରଣର ଆକ୍ରମଣ, ଆତଙ୍କବାଦୀ ପନ୍ନୁର ଧମକ

Advertisement

ନୂଆଦିଲ୍ଲୀ: ଖଲିସ୍ଥାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁ ଏକ ବଡ ଧମକ ଦେଇଛି । ପନ୍ନୁ ଏକ ଭିଡିଓ ଜାରି କରି କହିଛି ଯେ,ଭାରତରେ ହେବାକୁ ଯାଉଥିବା ୱାର୍ଲ୍ଡ କପ୍ କୁ ରୋକି ଦିଅ ଅନ୍ୟଥା ବଡ ଧରଣର ଆକ୍ରମଣ ହେବ । କେବଳ ଏତିକି ନୁହେଁ ବରନାଲା ସ୍ଥିତ ଡେପୁଟୀ କମିଶନର ଅଫିସ୍ ଓ ଘର ବାହାରେ ଖଲିସ୍ଥାନ ଜିନ୍ଦାବାଦ ନାରା ଲେଖାଯାଇଛି ଯାହା ଏହି ଖଲିସ୍ଥାନୀ ଆତଙ୍କବାଦୀ ପନ୍ନୁର କାମ ବୋଲି କୁହାଯାଉଛି ।

ଅକ୍ଟୋବରରେ ଗୁଜୁରାଟରେ ହେବାକୁ ଯାଉଥିବା ୱାର୍ଲ୍ଡ କପ୍ ମ୍ୟାଚ୍ କୁ ନେଇ ଖଲିସ୍ଥାନୀ ଆତଙ୍କବାଦୀ ଭୟାନକ ଧମକ ଦେଇଛି । ଖଲିସ୍ଥାନୀ ସମର୍ଥକଙ୍କ ନାରା ବନ ବିଭାଗ ଓ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସରକାରୀ ବାସଭବନରେ ଲାଗିଥିବା ବ୍ୟାନରରେ ଲେଖାଯାଇଛି । କୁହାଯାଉଛି ଖଲିସ୍ଥାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁଙ୍କ ସଂଗଠନ ଶିଖସ୍ ଫର୍ ଜଷ୍ଟିସ୍ ପକ୍ଷରୁ ଏହି ଘଟଣାକୁ ରୂପ ଦିଆଯାଇଛି ।

ତେବେ କେବଳ ଏତିକି ନୁହେଁ ଗୁରପତୱନ୍ତ ସିଂ ପନ୍ନୁ ସୋସିଆଲ୍ ମିଡିଆରେ ଏକ ଭିଡିଓ ଜାରି କରି ଭାରତରେ ହେବାକୁ ଯାଉଥିବା କ୍ରିକେଟ୍ ୱାର୍ଲ୍ଡ କପ୍ ବନ୍ଦ କରିଦେବାକୁ ଧମକ ଦେଇଛି । ଏଥିରେ କାନାଡାରେ ହତ୍ୟା କରାଯାଇଥିବା ଖଲିସ୍ଥାନୀ ହରଦୀପ ସିଂ ନିଜ୍ଜରର ମୃତ୍ୟୁର ପ୍ରତିଶୋଧ ନେବା କଥା କୁହାଯାଇଛି । ତେବେ ଏହି ଘଟଣା ପରେ ବରନାଲା ପ୍ରଶାସନରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

କେବଳ ଏତିିକି ନୁହେଁ ଯେଉଁଠାରେ ଖଲିସ୍ଥାନୀ ନାରା ଲେଖାଯାଇଛି ସେଠାରେ ଏହାକୁ ସ୍ୱତନ୍ତ୍ର ରଙ୍ଗରେ ପେଣ୍ଟିଂ ବି କରିଦିଆଯାଇଛି । ଡିସି ଅଫିସ୍ ଓ ଆବାସରେ ଲାଗିଥିବା ବ୍ୟାନରରେ ଧଳା ରଙ୍ଗ ଦିଆଯାଇଥିବା ବେଳେ ବନ ବିଭାଗ ପ୍ରାଚୀରରେ ଖଲିସ୍ତାନ ଜିନ୍ଦାବାଦ ନାରା ଲେଖାଯାଇ ବ୍ୟାନର ଲଗାଯାଇଛି ।

 

Get real time updates directly on you device, subscribe now.