fbpx

ଖଲିସ୍ତାନୀ ଆତଙ୍କବାଦୀ ପରମଜୀତ ସିଂହଙ୍କୁ ହତ୍ୟା

ନୂଆଦିଲ୍ଲୀ: ଖଲିସ୍ତାନ କମାଣ୍ଡୋ ଫୋର୍ସ (କେସିଏଫ)ର ମୁଖ୍ୟ ଓ ଆତଙ୍କବାଦୀ ପରମଜୀତ ସିଂହ ଓରଫ ମଲିକ ସରଦାର ସିଂହଙ୍କୁ ହତ୍ୟା କରାଯାଇଛି । ଆଜି ସକାଳେ ଦୁଇଜଣ ଅଜ୍ଞାତ ବନ୍ଧୁକଧାରୀ ପରମଜିତଙ୍କ ଉପରକୁ ଗୁଳି ଚଳାଇଥିଲେ । ପାକିସ୍ତାନର ଲାହୋର ସ୍ଥିତ ଜୌହର ଟାଉନରେ ଏହି ଘଟଣା ଘଟିଛି । ସକାଳ ୬ଟା ସମୟରେ ପରମଜିତ ସନଫ୍ଲାୱାର ସୋସାଇଟିରେ ଥିବା ନିଜ ଘରେ ଚାଲୁଥିବା ସମୟରେ ଏହି ଘଟଣା ଘଟିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।

ସୂଚନା ମୁତାବକ, ସକାଳ ୬ଟା ସମୟରେ ପରମଜୀତ ନିଜ ଘର ନିକଟରେ ଚାଲୁଥିଲେ । ଏହି ସମୟରେ ମୋଟରସାଇକେଲରେ ଦୁଇଜଣ ଅଜ୍ଞାତ ଯୁବକ ସେଠାକୁ ଆସିଥିଲେ ଓ ଅଚାନକ ପରମଜୀତଙ୍କ ଉପରକୁ ଫାୟାରିଂ ଆରମ୍ଭ କରିଦେଇଥିଲେ । ଏହି ଗୁଳିମାଡ଼ରେ ପରମଜୀତ ଗୁରୁତର ହୋଇପଡ଼ିଥିଲେ ଓ ତାଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ପଞ୍ଜାବର ତରନତାରନ ଗ୍ରାମରେ ଜନ୍ମିତ ୫୯ ବର୍ଷୀୟ ପରମଜୀତ ଉଗ୍ରବାଦ, ହତ୍ୟା, ନିଶା ମେଡିସିନ ଓ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଆଦି ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିଥିଲେ । ଏହା ପୂର୍ବରୁ ସେ ସୋହଲରେ ଏକ କେନ୍ଦ୍ରୀୟ ସହକାରୀ ବ୍ୟାଙ୍କରେ କାମ କରୁଥିଲେ । ଏହାପରେ ସେ ପଞ୍ଜାବରେ ଆତଙ୍କବାଦୀଙ୍କ ସଂସ୍ପର୍ଶରେ ଆସିଥିଲେ ଓ ୧୯୮୬ରେ କେସିଏଫ ଗଠନ କରିଥିଲେ । ସେ ଭାରତରେ ହିଂସା ସୃଷ୍ଟି ଉଦ୍ଦେଶ୍ୟରେ ହତିଆର ଓ ନିଶା ଦ୍ରବ୍ୟ ସପ୍ଲାଇ କରୁଥିଲେ ।

Get real time updates directly on you device, subscribe now.