(Video) ମେ’ରେ ବାହାହେଲେ ଖାନ୍ ସାର ଜୁନରେ ଦେଲେ ଭୋଜି, ଅତିଥିଙ୍କ ଆଗରେ ତେଜସ୍ୱୀଙ୍କୁ କଲେ ଥଟା
ଖାନ ସାର ଦେଲେ ରିସେପ୍ସନ ଭୋଜି । ଆରଜେଡି ମୁଖ୍ୟ ହେଲେ ସାମିଲ ।
ପାଟନା: ଗୋପନୀୟ ବିବାହ କରିବା ପରେ ବିହାରର ବହୁଚର୍ଚ୍ଚିତ ଖାନ୍ ସାର ଗତକାଲି ଦେଇଛନ୍ତି ଭୋଜି । ମେ’ରେ ବାହାହେବା ପରେ ଜୁନ୍ ୨ ତାରିଖରେ ରିସେପ୍ସନ ଭୋଜି ଦେଇଛନ୍ତି ଖାନ୍ ସାର ।
ବିହାରର ବହୁ ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ଲୋକପ୍ରିୟତା ହାସଲ କରିଥିବା ବହୁ ଇନଫ୍ଲୁଏନ୍ସର ରିସେପ୍ସନରେ ସାମିଲ ହୋଇଥିଲେ । ସୋସିଆଲ ମିଡିଆରେ ଖାନସାର ଓ ତାଙ୍କ ପତ୍ନୀଙ୍କ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଏଭିତରେ ଏକ ଭିଡିଓ ମଦ୍ୟ ସୋସିଆଲ ମିଡିଆରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି, ତାହା ହେଉଛି ଖାନ ସାର ଏବଂ ଆରଜେଡି ମୁଖ୍ୟ ତେଜସ୍ୱୀଙ୍କ କଥାବାର୍ତ୍ତା ।
ଭାଇରାଲ ଭିଡିରେ ତେଜସ୍ୱୀ ଖାନ୍ ସାରଙ୍କୁ ଭୋଜପୁରୀରେ ପଚାରୁଛନ୍ତି ଯେ, ବାହାଘର କେବେ ହେଲା ଭାଇ, ଯାହାର ଉତ୍ତରରେ ଖାନ୍ ସାର କହୁଛନ୍ତି, ଭାରତ ପାକିସ୍ତାନ ସଂଘର୍ଷ ବେଳେ ବାହାଘର ହୋଇଛି ।
ମଡେଲ ଆପଣଙ୍କର ସାର୍ । ବାହାହେଲା ପରେ କହିବାର ଥିଲା । ବାହାଘରରେ ମାତ୍ର ୧୨ରୁ ୧୩ ଜଣ ଉପସ୍ଥିତ ଥିଲେ । ଯାହାକୁ ଶୁଣି ସେଠାରେ ଉପସ୍ଥିତ ଲୋକେ ହସିବାରେ ଲାଗିଛନ୍ତି ।
୨୦୨୧ରେ ତେଜସ୍ୱୀ ଯାଦବ ସ୍କୁଲଦିନର ବନ୍ଧୁ ରିଚେଲଙ୍କୁ ବିବାହ କରିଥିଲେ । ଦିଲ୍ଲୀସ୍ଥିତ ସୈନିକ ଫାର୍ମରେ ବାହାଘର ହୋଇଥିଲା । ଯେଉଁଥିରେ ପରିବାରର କିଛି ଖାସ୍ ଲୋକ ଯୋଗ ଦେଇଥିଲେ ।
खान सर के रिसेप्शन पार्टी में तेजस्वी जी,
और साथ में सामने खड़ी दुल्हन बा अदब घुंघट में ,
इसे कहते है भारत की संस्कृति (तहज़ीब)#khansirmarriage pic.twitter.com/uAvf4UCMYB— Saba Khan (@SabaKhan4067) June 2, 2025