fbpx

ଏଣିକି ଖେଲୋ ଇଣ୍ଡିଆ କ୍ରୀଡା ପଦକ ବିଜେତାଙ୍କୁ ମିଳିବ ସରକାରୀ ଚାକିରି, ବଡ଼ ଘୋଷଣା କଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ

ହରିୟାଣା: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି ଯେ ଆଗାମୀ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସରେ ରାଜ୍ୟର ଯେଉଁ ଆଥଲେଟ ମାନେ ପଦକ ହାସଲ କରିବେ, ସେମାନଙ୍କୁ ମିଳିବ ସରକାରୀ ଚାକିରି । କାରଣ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ବିଜେତାଙ୍କୁ ଗ୍ରୁପ ଡିରେ ଚାକିରି ଦେବା ପାଇଁ ୧୦% ସଂରକ୍ଷଣ ରଖିଛୁ । ସେହିପରି ଗ୍ରୁପ ସି ଚାକିରି ପାଇଁ ଶତକଡା ୩% ସଂରକ୍ଷଣ ବ୍ୟବସ୍ଥା କରା ଯାଇଥିବା ବେଳେ ଅର୍ଜୁନ ପୁରସ୍କାର ବିଜେତାଙ୍କୁ ମାସିକ ୫ ହଜାର ଟଙ୍କା ପରିବର୍ତ୍ତେ ବର୍ତ୍ତମାନ ୨୦ ହଜାର ଟଙ୍କା ଭତ୍ତା ପାଉଛନ୍ତି ।

କାରଣ ରାଜ୍ୟର କ୍ରୀଡାବିତଙ୍କୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରି ଆସୁଛନ୍ତି । ଅନ୍ୟ ପକ୍ଷରେ ଅଲିମ୍ପିକ୍‌ କ୍ରୀଡା ଓ ଅନ୍ୟ ସମସ୍ତ ବିଶ୍ୱ ସ୍ତରୀୟ ପ୍ରତିଯୋଗିତାରେ ପଦକ ବିଜେତାଙ୍କୁ ମଧ୍ୟ ସମ୍ମାନର ସହିତ ସରକାରୀ ଚାକିରି ପ୍ରଦାନ କରା ଯାଉଛି । ତେଣୁ ଖେଲୋ ଇଣ୍ଡିଆ କ୍ରୀଡାରେ ରାଜ୍ୟର ଯୁବ କ୍ରୀଡାବିତଙ୍କୁ ଉତ୍ସାହିତ କରିବା ପାଇଁ ସରକାର ଚାକିରି ଦେବା ପାଇଁ ଘୋଷଣା କରିଛନ୍ତି । ଏହା ଦ୍ୱାରା ସେମାନଙ୍କର ମନୋବଳ ବୃଦ୍ଧି ହେବା ସହିତ ଭଲ ପ୍ରଦର୍ଶନ ପାଇଁ ମଧ୍ୟ ଉଦ୍ୟମ କରିବେ ।

Get real time updates directly on you device, subscribe now.