ଭୁବନେଶ୍ୱର: “ଖ୍ୱାହିଶ୍ ଦ ୱିଶ୍” ଅନୁଷ୍ଠାନର ପ୍ରଥମ ବହୁଭାଷୀ ସାହିତ୍ୟ ସମ୍ମିଳନୀ, ଗୁରୁ କେଳୁଚରଣ ମହାପାତ୍ର ରିସର୍ଚ୍ଚ ସେଣ୍ଟରଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ସାହିତ୍ୟ, କଳା, ବାଦ୍ୟ ସଙ୍ଗୀତ, ନୃତ୍ୟ ଓ ସାହିତ୍ୟ ଚର୍ଚ୍ଚାର ଏକ ସୁନ୍ଦର ସମନ୍ବିତ ପରିବେଶ ଗଢି ଉଠିଥିଲା। ଏହି ସାହିତ୍ୟ ସମ୍ମିଳନୀର ବିଶିଷ୍ଟ ଅତିଥିବୃନ୍ଦ ଭାବରେ ଶ୍ରୀଯୁକ୍ତ ଦିଲ୍ଲୀପ ମହାପାତ୍ର, ଶ୍ରୀଯୁକ୍ତ ସୁଦର୍ଶନ କେଚରୀ, ଶ୍ରୀ ଆଶୁତୋଷ କର, ଶ୍ରୀଯୁକ୍ତ ପ୍ରଦୀପ ବିଶ୍ବାଳ, ଶ୍ରୀମତୀ ସଂଗୀତା ଗୋସାଇଁ ଏବଂ ସ୍ବନାମଧନ୍ୟ ଓଡ଼ିଶୀ ନୃତ୍ୟଶିଳ୍ପୀ ରିଙ୍କୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ସମ୍ମିଳନୀରେ ଦେଶର ବିଭିନ୍ନ ସ୍ଥାନରୁ ୪୦ ଜଣରୁ ଅଧିକ କବି ଏବଂ କବୟିତ୍ରୀ ଏକତ୍ରିତ ହୋଇଥିଲେ। ସେମାନଙ୍କ ମଧ୍ୟରେ ଭାରତୀ ହଜାରିକା, ସୁଜାତା ପଣ୍ଡା, ପି ସୁବର୍ନା, ବିରେନ୍ଦ୍ର ଗୋଗ୍ନା, ସୁଦିପ୍ତା ମିଶ୍ର, ବିଶ୍ବନାଥ କିଙ୍କର ରାଉତ, ଅମୂଲ୍ୟ କୁମାର ସେନାପତି, ମନୋହର ୟାନମ, ବିଭୁଦତ୍ତା ମହାନ୍ତି, ରୁନା ଶ୍ରୀବାସ୍ତବ, ପ୍ରଦୀପ୍ତ ପଣ୍ଡା, ବିଜୟଲକ୍ଷ୍ମୀ ରାଉତ, ରେନେଟ୍ ଡିସୁଜା, ଡକ୍ଟର ପ୍ରଫୁଲ୍ଲ କୁମାର ପଣ୍ଡା, ସବିତା ସାହୁ, ଆନନ୍ଦ କ୍ରିଷ୍ଣା, ସ୍ମୃତି ରଞ୍ଜନ ମହାନ୍ତି, ରାଜକୃଷ୍ଣ ମିଶ୍ର, ଜୋବା ମୁର୍ମୁ, ହେମନ୍ତ କୁମାର ମିଶ୍ର, ପୂର୍ଣ୍ଣ ପଦ୍ମଜା, ଅଗ୍ନିବେଶ ମହାପାତ୍ର, ନିତୁସ୍ମିତା ସାଇକିଆ, ଅମ୍ବିକା ଅନନ୍ତ, ଲକ୍ଷ୍ମଣ ରାଓ, କୁମାର ପ୍ରସନ୍ନା, ମଞ୍ଜୁଳା ଆସ୍ଥାନ ମହାନ୍ତି, ମାମୁନି ରଥ, ବିଭୂଦତ୍ତା ସାହୁ, ମାମି ମିଶ୍ର, ସାଗରିକା ତ୍ରିପାଠୀ, ଶ୍ରୀ ହରି ଶ୍ରୀନିବାସ, ପରମାନନ୍ଦ ମହାନ୍ତ, ମଲ୍ଲି ମସିହାନ କଶ୍ୟପ, ବନ୍ଦନା ପଣ୍ଡା, ନିହାର ଆଚାର୍ଯ୍ୟ, ରମାକାନ୍ତ ମହାପାତ୍ର, ସୁଜାତା ସିନ୍ଧା, ଦିପ୍ତିରେଖା ଦାସ ଏବଂ ଲୋପାମୁଦ୍ରା ମିଶ୍ର ଅନ୍ୟତମ।
ପ୍ରଥମେ ବରେଣ୍ୟ ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ ପରେ ଅତିଥିମାନେ ସେମାନଙ୍କର ସୁନ୍ଦର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ “ଖ୍ୱାହିଶ୍ ଦ ୱିଶ୍” ର ପ୍ରଥମ ବହୁଭାଷୀ ଅଛୋଲୋଜି ପୁସ୍ତକ ବିଶିଷ୍ଟ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ଏହି ବହୁଭାଷୀ ଅଛୋଲୋଜିଟି ଲୋପାମୁଦ୍ରା ମିଶ୍ର, ଦିପ୍ତିରେଖା ଦାସ ତଥା ଶ୍ରୁତି ମିଶ୍ରଙ୍କ ଦ୍ବାରା ସମ୍ପାଦିତ ହୋଇଛି । ଏହି ଆଛୋଲୋଜିରେ ୮ ଟି ଦେଶର ଏକ ଶହରୁ ଅଧୂକ କବିମାନଙ୍କର କବିତା, ଛୋଟ ଗଳ୍ପ ଓ ପ୍ରବନ୍ଧ ସ୍ଥାନ ପାଇଛି।
ଯୁକ୍ତରାଷ୍ଟ୍ର ଆମେରିକାରୁ ଆସିଥିବା କ୍ରିଷ୍ଣା ପାନ୍ଦ୍ରବାଦ, ଯିଏ କି ଏକାଧାରରେ ଜଣେ କଳା ନିର୍ଦ୍ଦେଶକ, ଗେମ୍ ଡିଜାଇନର ଏବଂ ଫିଲ୍ମ ମେକର, ସେ ତାଙ୍କର ସୁନ୍ଦର ଚିତ୍ରକଳା
ପ୍ରଦର୍ଶନ କରିଥିଲେ, ଯାହାକୁ ଦର୍ଶକମାନେ ବହୁତ ଉପଭୋଗ କରିଥିଲେ ଏବଂ ଥାଇଲାଣ୍ଡର ଥାନାପତ୍ ଓ ଆଇସ ଦୁଇଜଣ ଛାତ୍ର, ଛାତ୍ରୀ, ସେମାନଙ୍କର ହିନ୍ଦୀ ସାହିତ୍ୟ ପ୍ରତି ଗଭୀର ରୁଚି ଏବଂ ଦୃଷ୍ଟିଭଙ୍ଗୀକୁ ପ୍ରକାଶ କରିଥିଲେ।
ଏହି ସାହିତ୍ୟ ସମ୍ମିଳନୀରେ ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ପୁସ୍ତକ ଉନ୍ମୋଚନ, ଓଡିଶୀ ନୃତ୍ୟ, କ୍ୟାସିଓ ଏବଂ ଗିଟାର ରିସାଇଟାଲ ଆଦି ପ୍ରସ୍ତୁତ କରାଯାଇଥିଲା। ଏକ ପୁସ୍ତକ ପ୍ୟାରେଡ୍ କରିଥିଲେ ଓଡ଼ିଶା ରେସ୍କୋ କଲେକ୍ଟିଭ ସଂସ୍ଥା।
ସମ୍ମିଳନୀର ସର୍ବାଧିକ ଆକର୍ଷଣୀୟ ଅଂଶ ଥିଲା ୪୨ ଜଣ କବି, କବୟତ୍ରୀଙ୍କର କବିତା ପାଠ । “ସନ୍ଧ୍ୟା ସାୟରୀ” ମଧ୍ଯ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା l ପ୍ୟାନେଲ ଚର୍ଚ୍ଚାରେ “ଲୋକ ସାହିତ୍ୟ ଏବଂ ତା’ର ଗୁରୁତ୍ଵ ଆଜିର ଦୁନିଆରେ” ଉପରେ ଆଲୋଚନା କରାଯାଇଥିଲା ।
ଏହି ଖ୍ୱାହିଶ୍ ବହୁଭାଷି ସାହିତ୍ୟ ସମ୍ମିଳନୀର ସବୁ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ଟିମ୍ ମେମ୍ବର ମାନେ ହେଲେ ଶ୍ଳୋକା, ଚେତନା, ପ୍ରୀତି, ଦେବାଂଶୀ ଏବଂ ଆଦିତେଜ।
ଏହି ସାହିତ୍ୟ ସମ୍ମିଳନୀ ଟିର ମୁଖ୍ୟ ସହଭାଗୀଦାର ଥିଲେ ଅଥର୍ସ ପ୍ରେସ୍ ପ୍ରକାଶନ ସଂସ୍ଥା ଦିଲ୍ଲୀ l ଅନ୍ୟ ସହଭାଗିଦାର ଥିଲେ “ଓଡ଼ିଶା ରେଣ୍ଡୋ କଲେକ୍ଟିଭ ସଂସ୍ଥା” ଏବଂ
“ମିଡିଆ” ସହଭାଗୀଦାର ଥିଲେ “ଲାଇଟ୍ ହାଉସ୍” ଓଡ଼ିଶା। ଏହି ସମ୍ମିଳନୀରେ ଆୟୋଜନର ମୁଖ୍ୟ ପ୍ରାୟୋଜକ ଥିଲେ “କ୍ରେଡିଟ ଅଲ୍ଲିଆନ୍ସ ସର୍ଭିସେସ ପ୍ରାଇଭେଟ୍
ଲିମିଟେଡ୍”, “ଶ୍ରୀ ଦୁର୍ଗା କଣ୍ଡେଭ୍ ପ୍ରାଇଭେଟ୍ ଲିମିଟେଡ୍” ଏବଂ “ଗରୱାରେ ଟେକ୍ନିକାଲ ଫାଇଭର୍ସ”।
ଏହି ସମ୍ମିଳନୀ କେବଳ ସାହିତ୍ୟ ଉତ୍ସବ ନୁହେଁ, କଳା, ସାହିତ୍ୟ, ସାମାଜିକ ସନ୍ଦେଶର ଏକ ସୁନ୍ଦର ମଞ୍ଚ ହିସାବରେ ପରିଣତ ହୋଇଥିଲା। “ଖ୍ୱାହିଶ୍ ଦ ୱିଶ୍” ଅନୁଷ୍ଠାନର ପ୍ରଥମ ସାହିତ୍ୟ ସମ୍ମିଳନୀ ଦ୍ବାରା ଭୁବନେଶ୍ବର ସାହିତ୍ୟିକ ପରିବେଶକୁ ଏକ ନୂଆ ଦିଗନ୍ତ ମିଳିଲା।