Met Gala 2025: ବେବି ବମ୍ପ ସହ Kiara Advani ହେଲେ ପ୍ରଥମ ଭାରତୀୟ ଅଭିନେତ୍ରୀ, ହୃଦୟ ଛୁଇଁନେବ ଅନ୍ଦାଜ
ବଲିଉଡ଼ ଅବିନେତ୍ରୀ କିୟାରା ଆଡବାନୀ ମେଟା ଗାଲା ୨୦୨୫ରେ ଧମାକାଦାର ଏଣ୍ଟ୍ରୀ କରିଛନ୍ତି। ବେବି ବମ୍ପ ସହ କିୟାରା ଭାରତର ପ୍ରଥମ ଅଭିନେତ୍ରୀ ହୋଇଛନ୍ତି..
ନୂଆଦିଲ୍ଲୀ: ନ୍ୟୁୟର୍କରେ ହେଉଥିବା ଫ୍ୟାଶନର ସବୁଠୁ ବଡ଼ ଇଭେଣ୍ଟ, ମେଟ ଗାଲା ୨୦୨୫ରେ ଏଥର ଭାରତୀୟ ଅଭିନେତ୍ରୀ କିଆରା ଆଡଭାନୀ ନିଜର ପ୍ରଥମ ଡେବ୍ୟୁ ସହ ସମସ୍ତଙ୍କ ମନ ମୋହିନେଇଛନ୍ତି।
ଗ୍ଲାମର ଏବଂ ମାତୃତ୍ୱର ଏଭଳି ମେଳ ବୋଧହୁଏ କେହି ପ୍ରଥମେ ଦେଖିନାହାନ୍ତି। କିଆରା କେବଳ ନିଜ ଗର୍ଭବତୀକୁ ପେଟରେ ଦେଖାଇନାହାନ୍ତି ବରଂ ନିଜର ଲୁକ ଜରିଆରେ ଏକ ଗଭୀର ମେସେଜ ମଧ୍ୟ ଦେଇଛନ୍ତି।
କଳା, ଧଳା ଏବଂ ଗୋଲ୍ଡେନ ରଙ୍ଗର ମିଶ୍ରଣର ଗାଉନରେ ଯେବେ କିୟାରା ରେଡ୍ କାର୍ପେଟରେ ପାଦ ରଖିଛନ୍ତି, ସେତେବେଳେ ସବୁ କ୍ୟାମେରା ତାଙ୍କ ଉପରକୁ ଫୋକସ କରିଥିଲା।
ତାଙ୍କର ଏହି ଡ୍ରେସର ନାମ ରଖାଯାଇଥିଲା, ‘ବ୍ରେବହାର୍ଟସ’- ଯାହା ମହିଳାମାନଙ୍କ ଶକ୍ତି, ମାତୃତ୍ୱ ଏବଂ ପରିବର୍ତ୍ତନର ନୂଆ ଚରଣର ପ୍ରତୀକ ଥିଲା। ଏହି ଲୁକକୁ ଆହୁରି ଖାସ କରିବା ଲାଗି ଡ୍ରେସର ସେହି ଡିଜାଇନ, ଯେଉଁଥିରେ ଏକ ସୁନାର ଚେଷ୍ଟରେ ଦୁଇଟି ହାର୍ଟ ଆକୃତି ଥିଲା-ଜଣେ ମାଆଙ୍କ ହୃଦୟ ଏବଂ ଅନ୍ୟ ହେବାକୁ ଥିବା ଶିଶୁ। ଦୁହିଁଙ୍କୁ ଯୋଡ଼ିବାର ଏକ ଚେନ ଭଳି ଗର୍ଭନାଳ ଭାବେ ନିଆଯାଇଥିଲା। ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।
କିଆରାଙ୍କ ଲୁକ୍ ସମସ୍ତଙ୍କ ହୃଦୟ ଜିତିଛି: କିଆରା ଏହି ଲୁକର ଡିଜାଇନ ତାଙ୍କ ଷ୍ଟାଇଲିଷ୍ଟ ଅନାଇତା ଶ୍ରଫ ଅଦଜାନିୟା ଏବଂ ଫ୍ୟାଶନ ଡିଜାଇନର ଗୌରବ ଗୁପ୍ତା ମିଶିକି କରିଛନ୍ତି।
ଏହି ଯୋଡ଼ି ପ୍ରଥମେ ଅନେକ ଅଭିନେତ୍ରୀଙ୍କ ପାଇଁ ଏକ୍ସପେରିମେଣ୍ଟାଲ ଲୁକ୍ସ ପ୍ରସ୍ତୁତ କରିସାରିଛି, ହେଲେ କିଆରାଙ୍କ ଏହି ଲୁକ ସମସ୍ତ ସୀମାକୁ ଭାଙ୍ଗିଦେଇଛି।
କିଆରାଙ୍କ ମନ୍ତବ୍ୟ: ଏହି ଖାସ ଲୁକକୁ ନେଇ ପଚରାଯାଇଥିବା ପ୍ରଶ୍ନରେ କିଆରା ଭାବବିହ୍ୱଳତାର ସହ କହିଥିଲେ ଯେ, ଜଣେ କଳାକାର ଏବଂ ଜଣେ ମାଆ ହେବାକୁ ଯାଉଥିବା ମହିଳା ଭାବେ ଏହି କ୍ଷଣ ମୋ ଜୀବନର ସବୁଠୁ ସୁନ୍ଦର ମୁହୂର୍ତ୍ତରୁ ଅନ୍ୟତମ। ମେଟ ଗାଲା ଭଳି ମଞ୍ଚରେ ଏହି ଖାସ ଫେଜକୁ ଦର୍ଶାଇବା ମୋ ପାଇଁ ଗର୍ବର ବିଷୟ।