fbpx

T-20 World Cup-2024 ଦଳରୁ ବାଦ୍ ପଡ଼ିପାରନ୍ତି କିଙ୍ଗ କୋହଲି! ବିରାଟଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ସୁଯୋଗ

Advertisement

ମୁମ୍ବାଇ: ଆସନ୍ତା ଜୁନ୍-ଜୁଲାଇରେ ଖେଳାଯିବ ଆଇସିସି ଟି-୨୦ ବିଶ୍ୱକପ୍-୨୦୨୪ । ତେବେ ଏହି ବଡ଼ ଇଭେଣ୍ଟ ପାଇଁ ଚୟନ ହେବାକୁ ଥିବା ଦଳରୁ ବାଦ୍ ପଡ଼ିପାରନ୍ତି ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟର୍ ବିରାଟ କୋହଲି । ଭାରତ ପାଇଁ ସବୁ ଫର୍ମାଟରେ ଦମଦାର ପ୍ରଦର୍ଶନ କରିଥିବା ବିରାଟ କୋହଲି ବିଶ୍ବକପରୁ ବାଦ୍ ପଡ଼ିପାରନ୍ତି । ଏ ନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି । ଟି-୨୦ ବିଶ୍ୱକପରେେ କିଙ୍ଗ କୋହଲିଙ୍କ ସ୍ଥାନରେ ନୂଆ ଏବଂ ଯୁବ ବ୍ୟାଟରଙ୍କୁ ସୁଯୋଗ ଦେବା ପାଇଁ ଚିନ୍ତା କରିପାରେ ଟିମ ଇଣ୍ଡିଆ । ତେବେ କିଛି ଦିନ ପୂର୍ବରୁ ରୋହିତ ଏହି ଟୁର୍ଣ୍ଣାମେଣ୍ଟର ଅଧିନାୟକ ହେବା ନେଇ ସଂକେତ ଦେଇଛି ବିସିସିଆଇ ।

ଟି-୨୦ ବିଶ୍ୱକପକୁ ନେଇ ଏକ ରିପୋର୍ଟରେ ଦାବି କରାଯାଇଛି ଯେ, ଭାରତୀୟ ଦଳର ଚୟନକର୍ତ୍ତା ଓ ଟିମ୍ ମ୍ୟାନେଜମେଣ୍ଟ୍ କୋହଲିଙ୍କୁ ବିଶ୍ୱକପ୍ ଦଳରୁ ବାଦ୍ ଦେବା ପାଇଁ ନିଷ୍ପତ୍ତି ନେଇପାରନ୍ତି । ୩୫ ବର୍ଷୀୟ ଭାରତୀୟ ବ୍ୟାଟରଙ୍କ ପାଇଁ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (IPL)ର ଚଳିତ ସିଜନ୍ ଶେଷ ସୁଯୋଗ ହୋଇପାରେ । ଯଦି ଆଇପିଏଲ ସିଜନରେ ଉନ୍ନତ ପ୍ରଦର୍ଶନ କରନ୍ତି, ତେବେ ତାଙ୍କୁ ବିଶ୍ୱକପ ଦଳରେ ରଖିବା ସମ୍ବନ୍ଧରେ ବିଚାର କରାଯାଇପାରେ । ସେ ଗତ ଦୁଇମାସ ଧରି ଦଳରୁ ବାହାରେ ରହିଛନ୍ତି ଅଛନ୍ତି । ତେବେ ଆସନ୍ତା ଆଇପିଏଲରେ ସେ ସେ ପୁଣିଥରେ ପଡ଼ିଆକୁ କମବ୍ୟାକ କରିବାକୁ ଯାଉଛନ୍ତି । ବିଶ୍ୱକପ ପୂର୍ବରୁ ଆଇପିଏଲରେ ହିଁ ଖେଳିପାରିବେ ବିରାଟ । ତେଣୁ ବିଶ୍ୱକପ ପାଇଁ ଆଇପିଏଲରେ ବିରାଟଙ୍କ ପ୍ରଦର୍ଶନ ଉପରେ ବୋର୍ଡର ନଜର ରହିବ ।

ଟି-୨୦ ବିଶ୍ୱକପରେ କୋହଲି ୧୩୧.୩୦ ଷ୍ଟ୍ରାଇକ୍ ରେଟରେ ମୋଟ ୧୧୪୧ ରନ୍ କରିସାରିଛନ୍ତି । ତେଣୁ ବିଶ୍ୱକପରେ କୋହଲିଙ୍କ ସ୍ଥାନରେ ସୂର୍ୟ୍ୟକୁମାର ଯାଦବ, ଶିଭମ୍ ଦୁବେ, ରିଙ୍କୁ ସିଂହ ଏବଂ ତିଳକ ବର୍ମାଙ୍କ ପରି ଖେଳାଳିଙ୍କୁ ସୁଯୋଗ ଦେଇପାରେ ବିସିସିଆଇ ।ପୂର୍ବରୁ ଏହି ସ୍ଥାନରେ ଇଶାନ୍ କିଶାନଙ୍କୁ ବିରାଟଙ୍କ ବିକଳ୍ପ ଭାବରେ ନଜରରେ ରଖିଥିଲା ବିସିସିଆଇ । ବିରାଟ କୋହଲି ଗତ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜରେ ଟିମ୍ ଇଣ୍ଡିଆର ସଦସ୍ୟ ନଥିଲେ । ସିରିଜ୍ ଆରମ୍ଭ ପୂର୍ବରୁ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ସିରାିଜରୁ ଦୂରେଇ ରହିଥିଲେ । ତେବେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଜାନୁଆରୀ ୧୭ରେ ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ମ୍ୟାଚ୍ ଖେଳିଥିଲେ କିଙ୍ଗ କୋହଲି । କିଛିଦିନ ତଳେ ବିସିସିଆଇ ସମ୍ପାଦକ ଜୟ ଶାହ ଏକ କାର୍ୟ୍ୟକ୍ରମରେ କହିଥିଲେ ଯେ ରୋହିତ ଶର୍ମା ଟି-୨୦ ବିଶ୍ୱକପରେ ଭାରତୀର ନେତୃତ୍ୱ ନେବେ ।

Get real time updates directly on you device, subscribe now.