fbpx

ଜୁନାଗଡ ରାଜାଙ୍କ କୁକୁର ପ୍ରେମ, ଖର୍ଚ୍ଚ କରିଥିଲେ ୨ କୋଟିରୁ ଅଧିକ ଅର୍ଥ

ଓଡିଶା ଭାସ୍କର: ଆମ ଦେଶରେ ଏମିକି କେତେଜଣ ରାଜା ଥିଲେ, ଯେଉଁମାନଙ୍କର ଥିଲା କିମ୍ବୁତ କିମ୍ବାକାର ନିଶା । ସେମାନଙ୍କ ଏମିତି ଅଜବ ଗଜବ କାରନାମା ପାଇଁ ଇତିହାସ ଆଜି ମଧ୍ୟ ତାଙ୍କ ୁ ଆଜି ମଧ୍ୟ ଲୋକେ ମନେରଖିଛନ୍ତି । ସେମିତି ଜଣେ ନିଆରା ରୁଚି ରଖିଥିବା ରାଜା ଜୁନାଗଡରେ ଶାସନ କରୁଥିଲେ । ଏହି ରାଜାଙ୍କ ନାଁ ଥିଲା ମହମ୍ମଦ ମହାବତ ଖାଁ । ସେ ତୃତୀୟ ରସୁଲ ଖାଁ ନାଁରେ ମଧ୍ୟ ଜଣାଶୁଣାଥିଲେ ।

ରସୁଲଙ୍କ କୁକୁରଙ୍କ ପ୍ରତି ବିଶେଷ ଆକର୍ଷଣ ରହିଥିଲା । କୁକୁର ପାଳିବା ସହ ସେମାନଙ୍କ ସେବା ଯତ୍ନ ନିଜେ ନେବାକୁ ପସନ୍ଦ କରୁଥିଲେ ମହାବତ ଖାଁ । ଶୁଣିବାକୁ ମିଳେ, ସେ ପ୍ରାୟ ଏକ ହଜାରରୁ ଅଧିକ କୁକୁର ପାଳିଥିଲେ । ପ୍ରତି କୁକୁର ପାଇଁ ଥିଲେ ଜଣେ ଲେଖା ସହାୟକ ।ଖାଲି ସେତିକି ନୁହେଁ, ସେ ପାଳିଥିବା କୁକୁରଙ୍କ ମଧ୍ୟ ବିବାହ କରାଉଥିଲେ । ଏହି କୁକୁର ବିବାହ ପାଇଁ ରାଜକୋଷରୁ ପାଣି ଭଳି ଅର୍ଥ ବ୍ୟୟ କରାଯାଉଥିଲା ।

ଠିକ ମଣିଷଙ୍କ ବହାଘର ହେଲେ ଯେମିତି ବନ୍ଧୁ, ବାନ୍ଧବ ଆସନ୍ତି, ଆଲୋକ ମାଳାରେ ଘର ସଜ୍ଜା ଯାଏ, ଭୋଜିରେ ଲୋକଙ୍କୁ ଆପାୟିତ କରାଯାଏ, ସେମିତି ରସୁଲ ନିଜ କୁକୁରଙ୍କ ବିବାହରେ ଅୟୋଜନ କରୁଥିଲେ । ଏଥିପାଇଁ କୁଆଡେ ରସୁଲ ୨ କୋଟି ୨୫ ଲକ୍ଷ ଖର୍ଚ୍ଚ କରିଥିଲେ ସେହି ସମୟରେ । ଖାଲି କୁକୁରଙ୍କୁ ବିବାହ ଦେଉନଥିଲେ, ଯେତେବେଳେ କୁକୁରର ମୃତ୍ୟୁ ହେଉଥିଲା, ରାଜା ସାରା ରାଜ୍ୟରେ ଶୋକ ଘୋଷଣା କରୁଥିଲେ ।

ତେବେ ଶେଷ ସମୟରେ ରସୁଲ ରାଜ କାର୍ଯ୍ୟଛାଡି ପାକିସ୍ତାନ ଚାଲିଯାଇଥିଲେ । ସେଠାରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.