fbpx

ଓସ୍କାର ଦୌଡ଼ରେ କିରଣ ରାଓଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଲାପତା ଲେଡିଜ୍’

ମୁମ୍ୱାଇ: ଫିଲ୍ମ ‘ଲାପତା ଲେଡିଜ୍’କୁ ମିଲିଲା ଅଫିସିଆଲ୍ ଏଣ୍ଟ୍ରି, ଇଣ୍ଡିଆ ଦି ଓସ୍କାର ଆୱାର୍ଡରେ ମିଳିଲା ଏଣ୍ଟ୍ରି । ଏପରି ହେବା ନେଇ ଆଶା କରିନଥିଲେ ଫିଲ୍ମର ନିର୍ଦ୍ଦେଶକ କିରଣ ରାଓ । ଚଳିତ ବର୍ଷ ଅନେକ ଭଲ ସିନେମା ତିଆରି ହୋଇଛି ବୋଲି ସେ ଭାବିଥିଲେ । କିରଣ ରାଓ ନ୍ୟୁଜ୍ ଏଜେନ୍ସି ଏଏନଆଇକୁ କହିଛନ୍ତି, କିନ୍ତୁ ହୃଦୟରେ ଆଶା ଥିଲା, ଆଶା ଥିଲା ଏବଂ ଯେତେବେଳେ ମୁଁ ଜାଣିବାକୁ ପାଇଲି, ମୁଁ ବହୁତ ଖୁସି ଅଛି ।

କିରଣ ରାଓ ତାଙ୍କ ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ, ଏହି ଫିଲ୍ମରେ ସବୁ ବୟସର ଲୋକଙ୍କ ପାଇଁ କିଛି ନା କିଛି ଅଛି, ତେଣୁ ମୁଁ ଲୋକଙ୍କୁ ଏହି ଫିଲ୍ମ ଦେଖିବାକୁ କହିବି । ‘ଲାପତା ଲେଡିଜ୍’ ୯୭ତମ ଏକାଡେମୀ ଆୱାର୍ଡରେ ଭାରତର ପ୍ରତିନିଧିତ୍ୱ କରିବ । ଜାନୁ ବରୁଆଙ୍କ ନେତୃତ୍ୱରେ ଗଠିତ ୧୩ ଜଣିଆ ଜୁରି ୨୯ଟି ଚଳଚ୍ଚିତ୍ର ତାଲିକାରୁ ଏହି ଚଳଚ୍ଚିତ୍ରକୁ ଓସ୍କାର ପାଇଁ ଚୟନ କରିଥିଲେ।

ଏହି ତାଲିକାରେ ୧୨ଟି ହିନ୍ଦୀ ଚଳଚ୍ଚିତ୍ର, ୬ଟି ତାମିଲ ଚଳଚ୍ଚିତ୍ର ଏବଂ ୪ଟି ମାଲାୟଲମ୍ ଚଳଚ୍ଚିତ୍ର ରହିଛି । ନିତାଂଶୀ ଗୋୟଲ, ପ୍ରତିଭା ରଣ୍ଟା, ସ୍ପର୍ଶ ଶ୍ରୀବାସ୍ତବ ଏବଂ ରବି କିଶନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଗ୍ରାମୀଣ ପୃଷ୍ଠଭୂମିର ମହିଳାଙ୍କ ଜୀବନ ଉପରେ ଆଧାରିତ ।

Get real time updates directly on you device, subscribe now.