fbpx
BSKY
BJD SHG SKY
BJD YOUTH SKY

୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ କୃଷି ଋଣ, ୧୪ ଦିନ ମଧ୍ୟରେ ଚାଷୀଙ୍କୁ କାର୍ଡ ପ୍ରଦାନ କରିବ ବ୍ୟାଙ୍କ

ନୂଆଦିଲ୍ଲୀ: ଏବେ କିଷାନ କ୍ରେଡିଟ୍ କାର୍ଡ ପ୍ରକ୍ରିୟାକୁ କେନ୍ଦ୍ର ସରକାର ସହଜ କରିଛନ୍ତି। ଏଣିକି ଆବେଦନ କରିବାର ୧୪ ଦିନ ମଧ୍ୟରେ ଚାଷୀଙ୍କୁ କାର୍ଡ ପ୍ରଦାନ କରିବ ବ୍ୟାଙ୍କ । କେନ୍ଦ୍ର କୃଷି ମନ୍ତ୍ରାଳୟ ପକ୍ଷରୁ ବୁଧବାର ଏ ସଂପର୍କରେ ଘୋଷଣା କରାଯାଇଛି। ମନ୍ତ୍ରାଳୟର ଘୋଷଣା ଅନୁସାରେ କିଷାନ କ୍ରେଡିଟ କାର୍ଡର କାଗଜପତ୍ର ଉପରେ ଲାଗୁ ହେଉଥିବା ଅତିରିକ୍ତ ଚାର୍ଜକୁ ହଟାଇ ଦିଆଯାଇଛି। ଆବେଦନ ପ୍ରକ୍ରିୟାର ସରଳୀକରଣ କରାଯାଇଛି। ଏ ସଂପର୍କରେ ସଚେତନତା ବଢ଼ାଇବା ପାଇଁ ପ୍ରଚାର କରାଯାଉଛି।

କିସାନ କ୍ରେଡିଟ କାର୍ଡ ଆବେଦନ ପାଇଁ ସହଜ କରିବ ଆବଶ୍ୟକ କାଗଜପତ୍ର। ଆବେଦନ ପତ୍ର ସହ ଏକ ପାସପୋର୍ଟ ସାଇଜ ଫଟୋ, ଜମି କାଗଜପତ୍ର, ପରିଚୟ ପତ୍ର ଯଥା- ପାନ, ଆଧାର ଇତ୍ୟାଦି ଓ ଠିକଣା ପ୍ରମାଣପତ୍ର ଯେପରିକି- ଆଧାର କାର୍ଡ, ଭୋଟର ପରିଚୟ ପତ୍ର କିମ୍ବା ଡ୍ରାଇଭିଂ ଲାଇସେନ୍ସ ଭଳି ଠିକଣା ପ୍ରମାଣ ଏସବୁ ମୁଖ୍ୟତଃ ଆବଶ୍ୟକ ହୋଇଥାଏ।

ସୂଚନାଯୋଗ୍ୟ ଯେ କିଷାନ କ୍ରେଡିଟ୍ କାର୍ଡ ଯୋଜନା ଏକ ସରକାରୀ ଯୋଜନା ଯାହା କୃଷକମାନଙ୍କୁ ଅତିରିକ୍ତ ଋଣ ଦେବା ପାଇଁ ୧୯୯୮ ରେ ଆରମ୍ଭ କରାଯାଇଥିଲା । ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ ପକ୍ଷରୁ ଏହାକୁ ଆରମ୍ଭ କରାଯାଇଥିଲା। ଏହି ଯୋଜନା ମାଧ୍ୟମରେ କୃଷକ ଭାଇମାନେ ଋଣ ପାଆନ୍ତି । ଏହାବ୍ୟତୀତ ଯୋଗ୍ୟ କୃଷକମାନଙ୍କୁ କିଷାନ କ୍ରେଡିଟ୍ କାର୍ଡ ସହିତ ଏକ ସଞ୍ଚୟ ଖାତା ମଧ୍ୟ ପ୍ରଦାନ କରାଯାଏ । ଯେଉଁଥିରେ ଚାଷୀଙ୍କୁ ଭଲ ଦରରେ ସୁଧ ମିଳୁଛି ।

Get real time updates directly on you device, subscribe now.