ଚକଲେଟ୍ ରାପରରେ ପ୍ରଭୁ ଜଗନ୍ନାଥ: KitKat କମ୍ପାନୀ ବିରୋଧରେ ଥାନାରେ ମାମଲା[video]

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନିତ କରିଥିବା ଅଭିଯୋଗରେ ଚକୋଲେଟ୍ କମ୍ପାନୀ ବିରୋଧରେ ଥାନାରେ ଦାୟର ହୋଇଛି ମାମଲା । ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କୁ ଚକୋଲେଟ୍ ରାପରରେ ସ୍ଥାନ ଦେଇଥିବାରୁ ଏହା କୋଟି କୋଟି ଓଡ଼ିଆଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ କୁହାଯାଇଛି । ନେସ୍ଲେର କିଟକାଟ୍ ଚକଲେଟ ରାପର ଉପରେ ଏକ କେଟିଲ ଉପରେ ଚତୁର୍ଦ୍ଧା ମୂର୍ତ୍ତି ସ୍ଥାନ ପାଇଛନ୍ତି ।

ଏପରି କରିବା ଦ୍ୱାରା କମ୍ପାନୀ ଓଡ଼ିଆଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛି ବୋଲି ଅଭିଯୋଗ ଆଣିଛି ହିନ୍ଦୁ ସମାଜ । କଟକ ସ୍ଥିତ କ୍ୟାଣ୍ଟନମେଣ୍ଟ ପୋଲିସ ଥାନାରେ ଏହି ଅଭିଯୋଗ କରାଯାଇଛି । ଚକଲେଟ ଖାଇବା ପରେ ସାଧାରଣତଃ ରାପର ଗୁଡିକୁ ଡଷ୍ଟବିନ କିମ୍ବା ବାହାରେ ଫିଙ୍ଗି ଦିଆଯାଏ । ଏଭଳି ସ୍ଥିତିରେ ଏହି ଖୋଳ ଉପରେ ଜଗନ୍ନାଥ ମୂର୍ତ୍ତି ଆମ ସଂସ୍କୃତି ପ୍ରତି ଅପମାନ । ଏହି ଛବିକୁ ତୁରନ୍ତ ହଟାଇବା ସହିତ ନେଷ୍ଟଲେ କମ୍ପାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, କିଛି ମାସ ପୂର୍ବରୁ ଏକ ବିୟର କମ୍ପାନୀ ନିଜ ଲୋଗୋରେ ଗଣେଷଙ୍କ ଛବି ବ୍ୟବହାର କରିବାକୁ ନେଇ ଏବଂ ଓୟୋର ଆଡରେ ଜଗନ୍ନାଥଙ୍କ ଆଖିର ବ୍ୟବହାରକୁ ନେଇ ବିବାଦ ଦେଖା ଦେଇଥିଲା ।

Get real time updates directly on you device, subscribe now.