fbpx

ମେଡିକାଲରେ ପହଞ୍ଚିବା ପୂର୍ବରୁ ହୋଟେଲ ଲବିରେ ‘ସୁସ୍ଥ’ ନଜର ଆସିଥିଲେ କେକେ, ସାମ୍ନାକୁ ଆସିଲା CCTV ଫୁଟେଜ୍

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଗାୟକ କେକେ ମଙ୍ଗଳବାର ରାତିରେ ଦୁନିଆକୁ ଅଲବିଦା କହିଛନ୍ତି । ଦକ୍ଷିଣ କୋଲକାତାର ନଜରୁଲ ମଞ୍ଚରେ କଲେଜ ଦ୍ୱାରା ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା, ଯେଉଁଠାରେ ପ୍ରାୟ ଏକ ଘଣ୍ଟା ଗୀତ ଗାଇବା ପରେ କେକେ ତାଙ୍କ ହୋଟେଲକୁ ଫେରିଆସିଥିଲେ ଓ ଅସୁସ୍ଥ ଅନୁଭବ କରୁଥିଲେ । ଡାକ୍ତରଖାନା ନିଆଯିବା ପରେ ସେଠାେରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏହି ସମୟରେ ହୋଟେଲର ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି, ଯେଉଁଥିରେ କେ.କେ ଡାକ୍ତରଖାନା ଯିବା ପୂର୍ବରୁ ହୋଟେଲର ଲବିରେ ବୁଲୁଥିବାର ନଜର ଆସିଛନ୍ତି । କେ.କେ ସହ ଜଡିତ ଏହି ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ସିସିଟିଭି ଫୁଟେଜରେ କେ.କେ ଜଣେ ବ୍ୟକ୍ତିଙ୍କ ସହ କଥା ହୋଇ ଲବିରେ ଯାଉଥିବା ଦେଖିବାକୁ ମିଳିଛି । କୁହାଯାଉଛି ଯେ, ଏହି ସିସିଟିଭି ଫୁଟେଜ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯିବା ପୂର୍ବର । ଏହି ମାମଲାକୁ ନେଇ ହୋଟେଲ ସମ୍ବନ୍ଧିତ ଅଧିକାରୀଙ୍କ ସହ ପୋଲିସ କଥା ହେଉଛି ଏବଂ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି । ଏହି ସିସିଟିଭି ଫୁଟେଜ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କେ.କେ ସୁସ୍ଥ ଦେଖାଯାଉଛନ୍ତି । ଏଭଳି ପରିସ୍ଥିତିରେ କେ.କେ.ଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠିଛି ।

ଅନ୍ୟପଟେ କେ.କେ.ଙ୍କ ପୋଷ୍ଟମର୍ଟମ ରିପୋର୍ଟର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ହାର୍ଟ ଆଟାକରୁ ତାଙ୍କର ମୃତ୍ୟୁ ହୋଇଛି । ବୁଧବାର ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି । ପୋଲିସ କହିଛି ଯେ, କେ.କେ ମଙ୍ଗଳବାର ରାତିରେ ଏକ କନ୍ସର୍ଟରେ ପ୍ରଦର୍ଶନ କରିବା ପରେ ହୋଟେଲରେ ପହଞ୍ଚିଥିଲା ଏବଂ ଅସୁସ୍ଥ ଅନୁଭବ କରିବା ପରେ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଗାୟକଙ୍କ ‘ଦୀର୍ଘ ଦିନ ଧରି ହୃଦଘାତ ଜନିତ ସମସ୍ୟା’ ଥିଲା ।

 

View this post on Instagram

 

A post shared by Hindustan Times (@hindustantimes)

Get real time updates directly on you device, subscribe now.