fbpx

ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ବଢ଼ିଲା ସଲମାନ ଖାନଙ୍କ ସୁରକ୍ଷା: ପୂର୍ବରୁ ମିଳିସାରିଛି ଧମକ

ମୁମ୍ବାଇ: ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି । ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ପାଇଁ ଗ୍ୟାଙ୍ଗଷ୍ଟର୍ ଲରେନ୍ସ ବିଷ୍ଣୋଇକୁ ଦିଲ୍ଲୀ ପୋଲିସ ୫ ଦିନ ରିମାଣ୍ଡରେ ନେଇଛି । ଏଭଳି ପରିସ୍ଥିତିରେ ସଲମାନଙ୍କ ସୁରକ୍ଷାକୁ ନେଇ ପୋଲିସ ସତର୍କ ହୋଇପଡ଼ିଛି । ଅନେକ ବର୍ଷ ପୂର୍ବରୁ ସଲମାନଙ୍କୁ ଜୀବନରୁ ମାରିଦେବାକୁ ବିଷ୍ଣୋଇ ଧମକ ଦେଇଥିଲା ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ମୁମ୍ବାଇ ପୋଲିସ ସଲମାନଙ୍କ ସୁରକ୍ଷାକୁ ବଢ଼ାଇ ଦେଇଛି । ରାଜସ୍ଥାନରୁ ଚାଲୁଥିବା ବିଷ୍ଣୋଇ ଗ୍ୟାଙ୍ଗର ନିଷ୍ଠୁର କାର୍ଯ୍ୟକଳାପ ଯୋଗୁଁ ଏପରି ପଦକ୍ଷେପ ନେଇଛି ମୁମ୍ବାଇ ପୋଲିସ ।

‘ହମ ସାଥ ସାଥ ହେଁ’ର ସୁଟିଂ ସମୟରେ ସଲମାନ ଖାନ କୃଷ୍ଣ ସାର ମୃଗ ଶିକାର ମାମଲା ବିଷ୍ଣୋଇର ରାଡାରରେ ଥିଲେ । ତେବେ ବିଷ୍ଣୋଇ ସମ୍ପ୍ରଦାୟ କଳା ହରିଣକୁ ପବିତ୍ର ବୋଲି ମାନିଥାନ୍ତି ।

୨୦୧୮ରେ ସଲମାନଙ୍କୁ ହତ୍ୟା କରାଯିବ ବୋଲି ବିଷ୍ଣୋଇ ଧମକ ଦେଇଥିଲା । ୨୦୨୦ରେ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ବିଷ୍ଣୋଇଙ୍କ ଘନିଷ୍ଠ ସହଯୋଗୀ ରାହୁଲ ଛଦ୍ମନାମ ସୁନ୍ନି ସ୍ୱୀକାର କରିଛନ୍ତି ଯେ ସେ ସଲମାନଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା ଓ ଏପରିକି ମୁମ୍ବାଇ ମଧ୍ୟ ଯାଇଥିଲା ।

ଅନ୍ୟପଟେ ଖୁବଶୀଘ୍ର ସଲମାନ ନିଜର ଆଗାମୀ ଫିଲ୍ମ ‘ଟାଇଗର ୩’ରେ କ୍ୟାଟ୍ରିନା କୈଫଙ୍କ ସହ ନଜର ଆସିବେ । ଏହା ବ୍ୟତୀତ ସେ ‘କଭି ଇଦ୍ କଭି ଦିୱାଲୀ’ରେ କାମ କରୁଛନ୍ତି ।

Get real time updates directly on you device, subscribe now.