fbpx

ଆଜିଠୁ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଆରମ୍ଭ

ଭୁବନେଶ୍ବର(ଓଡ଼ିଶା ଭାସ୍କର): ଆଜିଠୁ ଯୁକ୍ତ୨ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଆରମ୍ଭ ହୋଇଛି । ୨ଟି ପର୍ଯ୍ୟାୟରେ +୨ ଖାତାଦେଖା ହେବ । ଜୁନ୍ ୨ରୁ ଜୁନ୍ ୧୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଓ ଜୁନ୍ ୧୩ରୁ ୨୨ ଯାଏଁ ୨ୟ ପର୍ଯ୍ୟାୟ ମୂଲ୍ୟାୟନ ହେବ । ତେବେ ଆଜିଠାରୁ ଜୁନ ୧୨ ତାରିଖ ପର୍ଯ୍ୟନ୍ତ ହେବ ଖାତାଦେଖା ଚାଲିବ । ପ୍ରଥମ ପର୍ଯ୍ୟାୟରେ କଳା, ବାଣିଜ୍ୟ ଓ ବିଜ୍ଞାନର ୫ଟି ବିଷୟର ଖାତା ଦେଖା ଆରମ୍ଭ ହେବ ।

ଦ୍ଵିତୀୟ ପର୍ଯ୍ୟାୟ ଖାତାଦେଖା ଜୁନ ୧୩ରୁ ଆରମ୍ଭ ହେବ । ଦ୍ଵିତୀୟ ପର୍ଯ୍ୟାୟରେ ବିଜ୍ଞାର ଅନ୍ୟ ବିଷୟ ଓ ଧନ୍ଦାମୂଳକର ସମସ୍ତ ବିଷୟର ଖାତା ଦେଖା ହେବ । ଚଳିତବର୍ଷ ବର୍ଷ ଅଫଲାଇନ୍‌ ଓ ଅନଲାଇନ୍‌ ରେ ଖାତା ଦେଖାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି । ରାଜ୍ୟରେ ମୋଟ ୧୦୧ ମୂଲ୍ୟାଙ୍କନ କେନ୍ଦ୍ରରେ ଖାତାଦେଖା ହେବ । ଖାତାଦେଖା ପାଇଁ ଅଫଲାଇନ୍‌ରେ ୬୪ ଟି କେନ୍ଦ୍ର ହୋଇଥିବା ବେଳେ ଅନଲାଇନ୍‌ରେ ୩୭ଟି କେନ୍ଦ୍ର ହୋଇଛି । ମୂଲ୍ୟାୟନର ଅନ୍ୟାନ୍ୟ ପ୍ରକ୍ରିୟା ଶେଷ କରି ଜୁଲାଇ ପ୍ରଥମ ସପ୍ତାହରେ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି।

Get real time updates directly on you device, subscribe now.