fbpx

ଲକ୍ଷ୍ନୌ ଟିମର ଅଧିନାୟକ ହେଲେ ରାହୁଲ, ୩ ଜଣ ଖେଳାଳିଙ୍କୁ କ୍ରୟ କଲା ଦଳ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ମେଗା ଅକ୍ସନ ପୂର୍ବରୁ ଲକ୍ଷ୍ନୌ ଟିମ୍ ୩ ଜଣ ଖେଳାଳିଙ୍କୁ ସାମିଲ କରିଛି । ଏହି ତିନିଜଣଙ୍କ ମଧ୍ୟରେ ରହିଛନ୍ତି କେଏଲ ରାହୁଲ, ମାର୍କୋସ ଷ୍ଟୋଇନିସ୍ ଓ ରବି ବିଷ୍ଣୋଇ । ରାହୁଲଙ୍କୁ ଦଳ ଅଧିନାୟକ ଦାୟିତ୍ୱ ପ୍ରଦାନ କରିଥିବା ବେଳେ ୧୫ କୋଟି ଟଙ୍କାରେ କ୍ରୟ କରିଛି । ଆସନ୍ତା ଫେବୃଆରୀ ୧୨ ଓ ୧୩ରେ ବେଙ୍ଗାଲୁରୁରେ ହେବାକୁ ଥିବା ଖେଳାଳି ନିଲାମରେ ଦଳ ୯୦ କୋଟିରେ ଖେଳାଳିଙ୍କୁ କ୍ରୟ କରିବ । ଷ୍ଟୋଇନିସଙ୍କୁ ୧୧ କୋଟି ଓ ରବିଙ୍କୁ ୪ କୋଟିରେ ଦଳ କ୍ରୟ କରିଛି ।

ଭାରତ ଦକ୍ଷିଣ ଆଫ୍ରିକାରେ ଆଜିଠାରୁ ପ୍ରଥମ ଦିନିକିଆ ଖେଳିବାକୁ ଯାଉଥିବା ବେଳେ ରାହୁଲ ଅଧିନାୟକ ଦାୟିତ୍ୱ ତୁଲାଇବେ । ଗତ ୨୦୧୩ରେ ସେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ୨୦୧୪ରେ ସନରାଇଜର୍ସ ହାଇଦ୍ରାବାଦ ଓ ୨୦୧୬ରେ ପୁଣି ବାଙ୍ଗାଲୋର ପକ୍ଷରୁ ଖେଳିଥିଲେ । ୨୦୨୦ ଓ ୨୦୨୧ରେ ସେ ପଞ୍ଜାବର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ସେ ମୋଟ ୫୫ଟି ଆଇପିଏଲ ଇନିଂସ ଖେଳି ୨ଟି ଶତକ, ୨୫ଟି ଅର୍ଦ୍ଧଶତକ, ୫୬ ହାରରେ ମୋଟ ୨୫୪୮ ରନ ସଂଗ୍ରହ କରିଛନ୍ତି । ଚଳିତ ସିଜିନରେ ଲକ୍ଷ୍ନୌ ଓ ଅହମ୍ମଦାବାଦ ଦୁଇଟି ନୂଆ ଟିମ୍ ଆଇପିଏଲରେ ସାମିଲ ହେବେ । ଲକ୍ଷ୍ନୌକୁ ସଞ୍ଜୀବ ଗୋଏଙ୍କାଙ୍କ ଆରପିଏସଜି ଗ୍ରୁପ କିଣିଥିବା ବେଳେ ଅହମ୍ମଦାବାଦକୁ ସିଭିସି କ୍ୟାପିଟାଲ କିଣିଛି । ଏହା ଫଳରେ ମୋଟ ଆଇପିଏଲ ଟିମ୍ ସଂଖ୍ୟା ୧୦ରେ ପହଞ୍ଚିଛି ।

Get real time updates directly on you device, subscribe now.