fbpx

ଅଜବ ପରମ୍ପରା; ଧାର୍ମିକ ସ୍ଥାନରେ ଜୀବିତ ପିଲାଙ୍କୁ ବେକ ପର୍ଯ୍ୟନ୍ତ ଦେଉଛନ୍ତି ପୋତି, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଦିନିଆରେ ଅଜବ ଜିନିଷର କୌଣସି ଅଭାବ ନାହିଁ । ଯେଉଁଠାରେ କଥା ବିଶ୍ୱାସ ଓ ଭରସାକୁ ଆସିଯାଏ, ସେଠାରେ କିଛି ବି ସମ୍ଭବ ହୋଇଥାଏ । କିଛି ଧାର୍ମିକ ସ୍ଥାନରେ କରାଯାଇଥିବା ଅଜବ ରୀତିନୀତିକୁ ଦେଖି ଏହା ସହଜରେ ବୁଝାପଡୁଛି । ଦେଶରେ ଏପରି କିଛି ଧାର୍ମିକ ସ୍ଥଳ ରହିଛି, ଯେଉଁଠାରେ ଲୋକଙ୍କ ବିଶ୍ୱାସ ଯୋଗୁଁ ଅଜବ ପରମ୍ପରା ପାଳନ କରାଯାଉଛି । ମାନ୍ୟତା ରହିଛି କି, ଏପରି କରିବା ଦ୍ୱାରା ଭଗବାନ ତାଙ୍କର ସମସ୍ତ ମନୋକାମନା ପୂରଣ କରନ୍ତି ।

– ଜଳନ୍ଧରର ଏକ ଗାଁରେ ଥିବା ସହିଦ ବାବା ନିହାଲ ସିଂ ଗୁରୁଦ୍ୱାରରେ ଲୋକମାନେ ଖେଳନା ବିମାନ ଚଢ଼ାନ୍ତି । କୁହାଯାଏ ଯେ, ଏପରି କରିବା ଦ୍ୱାରା ଶୀଘ୍ର ଭିସା ମିଳିଥାଏ ଓ ବିଦେଶ ଯିବାର ଇଚ୍ଛା ପୂରଣ ହୁଏ ।

गुरुद्वारा में चढ़ाते हैं टॉय प्‍लेन

– ପୂଜା ସ୍ଥାନକୁ ସର୍ବଦା ପରିଷ୍କାର ରଖାଯାଏ । ପୂଜା ସ୍ଥାନରେ ଝାଡୁ ରହିବା ବିଷୟରେ ଭାବିବା ବି ଭୁଲ୍ । କିନ୍ତୁ ଉତ୍ତରପ୍ରଦେଶ ସମଭଲ ଜିଲ୍ଲାର ପାତାଳେଶ୍ୱର ମହାଦେବ ମନ୍ଦିରରେ ଭଗବାନ ଶିବଙ୍କୁ ଝାଡ଼ୁ ଅର୍ପଣ କରାଯାଏ । ଶିବଙ୍କୁ ଝାଡ଼ୁ ଅର୍ପଣ କରିବାକୁ ପହୁ ଦୂର ଦୂରାନ୍ତରୁ ଲୋକେ ଧାଇଁ ଆସନ୍ତି । ଏପରିଚ କରିବା ଦ୍ୱାରା ଚର୍ମ ରୋଗ ଦୂର ହୋଇଥାଏ ବୋଲି ଲୋକଙ୍କୁ ବିଶ୍ୱାସ ରହିଛି ।

भगवान शिव को चढ़ाते हैं झाड़ू

– ରାଜସ୍ଥାନର ବିକାନେରରେ ଥିବା କରଣୀ ମାତା ମନ୍ଦିରରେ ମୂଷାଙ୍କୁ ବି ଭଗବାନଙ୍କ ଭାବେ ମାନ୍ୟତା ଦିଆଯାଇଥାଏ । ସେଠାରେ ବହୁ ସଂଖ୍ୟାରେ କଳା ମୂଷା ଅଛନ୍ତି ଓ ଲୋକମାନେ ସେମାନଙ୍କୁ କ୍ଷୀର ପିଇବାକୁ ଦେଇଥାନ୍ତି । ପାତ ତଳେ ମୂଷା ଆସିବାକୁ ଅଶୁଭ ବୋଲି କୁହାଯାଏ ।

चूहे देवता का रूप

– ସେହିପରି ଗୁଲବର୍ଗାର ମୋମିନପୁରର ସାତ ଗୁମ୍ବଜା ମସଜିତ୍ ଅତ୍ୟନ୍ତ ନିଆରା । ସେଠାରେ ଛୋଟ ଛୋଟ ପିଲାଙ୍କୁ ବେକ ପର୍ଯ୍ୟନ୍ତ ମାଟିରେ ପୋତି ଦିଆଯାଏ । ସ୍ପେଶାଲ ପିଲାଙ୍କୁ ସେଠାକାର ମାଟିରେ ବେକ ପର୍ଯ୍ୟନ୍ତ ପୋତିବା ଦ୍ୱାରା ସେମ।।ନେ ସାମାନ୍ୟ ହୋଇଯାଆନ୍ତି ବୋଲି ବିଶ୍ୱାସ କରାଯାଏ ।

Get real time updates directly on you device, subscribe now.