କ୍ୟାପଟେନ ହେବା ଅଫରକୁ ପ୍ରତ୍ୟାଖ୍ୟାନକଲେ କେଏଲ ରାହୁଲ, ଚାମ୍ପିୟନ୍ସ ଟ୍ରଫିରୁ ଫେରିବା ପରେ ନେଲେ ଏହି ବଡ଼ ନିଷ୍ପତ୍ତି

କେଏଲ କ୍ୟାପଟେନ ହେବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫିରୁ ଫେରିବା ପରେ କେ.ଏଲ୍ ରାହୁଲ ଅଧିନାୟକତ୍ୱକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାହୁଲଙ୍କ ଏହି ନିଷ୍ପତ୍ତି ଆଇପିଏଲ୍ ଅଧିନାୟକତ୍ୱ ସହିତ ଜଡିତ।

ମିଡିଆ ରିପୋର୍ଟ ଅନୁଯାୟୀ, ଆଇପିଏଲ 2025ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ କ୍ୟାପଟେନ ହେବ ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି ରାହୁଲ। ରିପୋର୍ଟରେ କୁହାଯାଇଛି ଯେ, ଦିଲ୍ଲୀ କ୍ୟାପିଟାଲ୍ ଫ୍ରାଞ୍ଚାଇଜ୍ ରାହୁଲଙ୍କୁ ଅଧିନାୟକତ୍ୱ ପ୍ରସ୍ତାବ ଦେଇଥିଲା, କିନ୍ତୁ ସେ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ।

ଅକ୍ଷର ପଟେଲ ହେବେ କି କ୍ୟାପଟେନ?
ମିଡିଆ ରିପୋର୍ଟ ଅନୁଯାୟୀ, କେ.ଏଲ୍ ରାହୁଲ ଅଧିନାୟକତ୍ୱର ଅଫରକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ସେ ଜଣେ ଖେଳାଳି ଭାବରେ ଦଳକୁ ଯଥାସମ୍ଭବ ଯୋଗଦାନ ଦେବାକୁ ଚାହୁଁଛନ୍ତି।

କେ.ଏଲ୍ ରାହୁଲ ଅଧିନାୟକତ୍ୱ ଗ୍ରହଣ କରିବାକୁ ମନା କରିବା ପରେ ଅକ୍ଷର ପଟେଲ ଦିଲ୍ଲୀ ଫ୍ରାଞ୍ଚାଇଜ୍ ଦାୟିତ୍ୱ ନେଇପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି।